www.samajalive.in
Sunday, December 7, 2025
14.1 C
Bhubaneswar

କେମିତି କଟିବ ଏହି ସପ୍ତାହ: ଜାଣନ୍ତୁ ଏହି ସପ୍ତାହର ରାଶିଫଳ

ମେଷ: ରବିବାର ସଫଳତା ପ୍ରାପ୍ତ। ଶତ୍ରୁ ପରାସ୍ତ ହେବେ। ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ। ସୋମବାର ଓ ମଙ୍ଗଳବାର ସାବଧାନତା ଲୋଡ଼ା। ଆର୍ଥିକ ମାନ୍ଦାବସ୍ଥା ଆପଣଙ୍କୁ   ଚିନ୍ତିତ କରାଇବ। ଋଣଗ୍ରସ୍ତ ହୋଇପାରନ୍ତି। ବୁଧବାର ଓ ଗୁରୁବାର ଭାବିଚିନ୍ତି କାର୍ଯ୍ୟ କରନ୍ତୁ। କାର୍ଯ୍ୟରେ ଦ୍ବନ୍ଦ୍ବ ଦେଖାଦେବ। ଶୁକ୍ରବାର ଓ ଶନିବାର ମାନସିକ ଅବସାଦ ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ଶ୍ରୀ ଯୁକ୍ତ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ବଜରଙ୍ଗ ବାଣ ପାଠ କରନ୍ତୁ।
ବୃଷ: ରବିବାର ଅସୁବିଧାର ସମ୍ମୁଖୀନ ହେବେ। ପାରିବାରିକ ଅଶାନ୍ତି ଦେଖାଦେବ। ସୋମବାର ଓ ମଙ୍ଗଳବାର କାର୍ଯ୍ୟକ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିବେ। ନୂତନ ନିଯୁକ୍ତି ପାଇପାରନ୍ତି। ବୁଧବାର ଓ ଗୁରୁବାର ଉଚ୍ଚପଦସ୍ଥ ଅଧିକାରୀଙ୍କ ସହିତ ମନୋମାଳିନ୍ୟ ଘଟିପାରେ। ଶୁକ୍ରବାର ଓ ଶନିବାର ପଦମର୍ଯ୍ୟାଦା ବୃଦ୍ଧି ହେବ। ବନ୍ଧୁ ଲାଭ ହେବ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।
ମିଥୁନ:  ରବିବାର ଆର୍ଥିକ ସ୍ଥିତି ଉନ୍ନତ ରହିବ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ। ସୋମବାର ଓ ମଙ୍ଗଳବାର ଜଗିରଖି ଚଳନ୍ତୁ । ଯାତ୍ରାକାଳୀନ ଦୁର୍ଘଟଣାର ସମ୍ମୁଖୀନ ହେବେ। ବୁଧବାର ଓ ଗୁରୁବାର ସମୟ ଅନୁକୂଳ ରହିବ। ନୂତନ ନିଯୁକ୍ତି ମିଳିବା ସହ କ୍ୟାରିୟର ପ୍ରତି ଯତ୍ନଶୀଳ ହେବେ। ଶୁକ୍ରବାର ଓ ଶନିବାର ମା’ଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ହେବେ। ମହିଳା ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ଲଂ ଲଳିତାଭ୍ୟାଂ ନମଃ ମନ୍ତ୍ର ଜପ କରନ୍ତୁ।
କର୍କଟ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ଆପଣଙ୍କ ସପକ୍ଷରେ ଯିବ। ମାଲିମକଦ୍ଦମାରେ ବିଜୟ ଲାଭ କରିବେ। ବୁଧବାର ଓ ଗୁରୁବାର ଅଯଥା ସମସ୍ୟାରେ ଛନ୍ଦି ହୋଇପଡ଼ିବେ। ଶୁକ୍ରବାର ଓ ଶନିବାର ବିବାହ ପ୍ରସ୍ତାବ ଆସିପାରେ। ନୂତନ ଦ୍ରବ୍ୟ କ୍ରୟ କରିବେ। ଧୈର୍ଯ୍ୟ ଆପଣଙ୍କ ଭୂଷଣ ହେବ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ହ୍ରୀ ଓଁ ମନ୍ତ୍ର ଜପ କରନ୍ତୁ।
ସିଂହ: ରବିବାର ଓ ସୋମବାର ମଧ୍ୟମ ଫଳ ଲାଭ ହେବ। ସକାରାତ୍ମକ ଚିନ୍ତାଧାରା ଓ ଧାର୍ମିକ ମନୋଭାବ ଆପଣଙ୍କୁ ପ୍ରତିଷ୍ଠା ଦେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ସ୍ତ୍ରୀ ହେତୁକ ଧନ ଲାଭ ହେବ। ନୂତନ ଗୃହନିର୍ମାଣ କରିପାରନ୍ତି। ଶୁକ୍ରବାର ଓ ଶନିବାର ବାକ୍‌ସଂଯମୀ ହେବା ନିତାନ୍ତ ଆବଶ୍ୟକ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ମା’ ମାତଙ୍ଗୀଙ୍କ କବଚ ପାଠ କରନ୍ତୁ।
କନ୍ୟା: ରବିବାର ଯାତ୍ରାକାଳୀନ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି। ସୋମବାରଠାରୁ ବୁଧବାର କର୍ମ ଅନୁସାରେ ଫଳପ୍ରାପ୍ତ କରିବେ। ନୂତନ ଜମି କ୍ରୟ କରିବେ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ। ପ୍ରୀତି ଲାଭ ହେବ। ମହିଳା ଓ ବିଦ୍ୟାର୍ଥୀ ସଫଳତା ପ୍ରାପ୍ତ କରିବେ। ରିଷ୍ଟଖଣ୍ଡନ ପାଇଁ ମା’ ତ୍ରିପୁରା ସୁନ୍ଦରୀଙ୍କ କବଚ ପାଠ କରନ୍ତୁ।
ତୁଳା: ରବିବାର ସ୍ତ୍ରୀଙ୍କ ସହଯୋଗପ୍ରାପ୍ତ କରିବେ। ଦୂରଦେଶରୁ ସୁସମ୍ବାଦ ପ୍ରାପ୍ତ ହେବ। ସୋମବାର ଓ ମଙ୍ଗଳବାର ସାବଧାନତା ଲୋଡ଼ା। ଦୂରଯାତ୍ରା ସ୍ଥଗିତ ରଖିବା ଭଲ। ସାମାନ୍ୟ ଆଘାତ ଲାଗିପାରେ। ବୁଧବାର ଓ ଗୁରୁବାର ସାମାଜିକ କାର୍ଯ୍ୟରେ ଯୋଗଦେବେ। ଯଶ, ମାନ ଓ ଗୌରବର ଅଧିକାରୀ ହେବେ। ଶୁକ୍ରବାର ଓ ଶନିବାର ନୂତନ ନିଯୁକ୍ତି ମିଳିପାରେ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମ ଫଳ ପ୍ରାପ୍ତ କରିବେ। ରିଷ୍ଟଖଣ୍ଡନ ପାଇଁ ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ।
ବିଛା: ରବିବାର ସମସ୍ୟାଯୁକ୍ତ ହେବେ। ଦୂରଦେଶକୁ ଯାତ୍ରା କରିପାରନ୍ତି। ସୋମବାର ଓ ମଙ୍ଗଳବାର ଜଗିରଖି ଚଳିବେ। ଯାତ୍ରାକାଳୀନ ଦୁର୍ଘଟଣାଗ୍ରସ୍ତ ହୋଇପାରନ୍ତି। ଶତ୍ରୁ ବୃଦ୍ଧି ହେବେ। ବୁଧବାର ଓ ଗୁରୁବାର ସନ୍ତାନ ଖୁସି ଲାଭ ହେବ। ପୈତୃକ ସମ୍ପତ୍ତିରୁ ଲାଭବାନ ହେବେ। ଶୁକ୍ରବାର ଓ ଶନିବାର ଯଶ, ମାନ ଓ ଗୌରବର ଅଧିକାରୀ ହେବେ। ମହିଳା ଓ ବିଦ୍ୟାର୍ଥୀ ପରିଶ୍ରମୀ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ସୁନ୍ଦରାକାଣ୍ଡ ପାଠ କରନ୍ତୁ।
ଧନୁ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ଆନନ୍ଦରେ କାଟିବେ। ପ୍ରତିଯୋଗିତାରେ ବିଜୟୀ ହେବେ। ଦୂରଯାତ୍ରା କରିପାରନ୍ତି। ବୁଧବାର ଓ ଗୁରୁବାର କାର୍ଯ୍ୟରେ ସଫଳତା ପାଇବେ। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି। ଶୁକ୍ରବାର ଓ ଶନିବାର ସମୟ ଅନୁକୂଳ ରହିବ। ଶତ୍ରୁ ପରାସ୍ତ ହେବେ। ମହିଳା ଓ ବିଦ୍ୟାର୍ଥୀ କର୍ମଠ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ତାରେ ତୁତାରେ ତୁରେ ସ୍ବାହା ମନ୍ତ୍ର ଜପ କରନ୍ତୁ।
ମକର: ରବିବାର ଆର୍ଥିକ ଅନଟନ ଦେଖାଦେବ। ଶାରୀରିକ ଅସୁସ୍ଥତା ଦେଖାଦେଇପାରେ। ସୋମବାର ଓ ମଙ୍ଗଳବାର ଭାବିଚିନ୍ତି କାର୍ଯ୍ୟ କରିବେ। ସନ୍ତାନମାନଙ୍କୁ ନେଇ ଚିନ୍ତାରେ ପଡ଼ିପାରନ୍ତି। ବୁଧବାର ଓ ଗୁରୁବାର ପ୍ରତିଯୋଗିତାରେ ବିଜୟଲାଭ କରିବେ। ଆୟୁ ବୃଦ୍ଧି ହେବ। ଶୁକ୍ରବାର ଓ ଶନିବାର ପଦମର୍ଯ୍ୟାଦା ବୃଦ୍ଧି ହେବ। ମହିଳା ଓ ବିଦ୍ୟାର୍ଥୀ ସଫଳତା ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ମା’ କାଳୀଙ୍କର ସହସ୍ରନାମ ପାଠ କରନ୍ତୁ।
କୁମ୍ଭ: ରବିବାର ସୁସମ୍ବାଦ ପ୍ରାପ୍ତ କରିବେ। ଦୂରଯାତ୍ରା କରିପାରନ୍ତି। ସୋମବାର ଓ ମଙ୍ଗଳବାର ଅଯଥାରେ ଅପମାନିତ ହେବେ। ମାନସିକ ଅବସାଦ ଦେଖାଦେବ। ବୁଧବାର ଓ ଗୁରୁବାର ଆନନ୍ଦ ଚିତ୍ତ ହେବେ। ବନ୍ଧୁମାନଙ୍କ ସହିତ ସମୟ ବିତାଇବେ। ପିଲାଙ୍କୁ ନେଇ ଗର୍ବିତ ହେବେ। ଶୁକ୍ରବାର ଓ ଶନିବାର ନୂତନ ନିଯୁକ୍ତି ମିଳିପାରେ। ମହିଳା ଓ ବିଦ୍ୟାର୍ଥୀ ସମ୍ବେଦନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ରୁଦ୍ରାଷ୍ଟକ ପାଠ କରନ୍ତୁ।
ମୀନ:- ରବିବାର ଘରକୁ ବନ୍ଧୁବାନ୍ଧବଙ୍କ ଆଗମନ ହେବ। ସୋମବାର ଓ ମଙ୍ଗଳବାର ସମସ୍ୟା ସମାଧାନ ପାଇଁ ବ୍ରତୀ ହେବେ। ଉଦ୍ୟମେ କାର୍ଯ୍ୟସିଦ୍ଧି ହେବ। ବୁଧବାର ଓ ଗୁରୁବାର ଜଗିରଖି ଚଳନ୍ତୁ। ପଡ଼ୋଶୀଙ୍କ ସହ ମତଭେଦ ଦେଖାଦେବ। ଶୁକ୍ରବାର ଓ ଶନିବାର କର୍ମକ୍ଷେତ୍ରରେ ମଧ୍ୟମ ଫଳ ପ୍ରାପ୍ତ ହେବ। ମହିଳା ଓ ବିଦ୍ୟାର୍ଥୀ ଅସୁବିଧାରେ ପଡ଼ିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଦୁର୍ଗା ସହସ୍ରନାମ ପାଠ କରନ୍ତୁ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories