www.samajalive.in
Friday, December 5, 2025
27.1 C
Bhubaneswar

ଆସୁଛନ୍ତି ମା’ : ଶକ୍ତିପୀଠରେ ଆରମ୍ଭ ହେଲା ଷୋଡଶ ପୂଜା

ଭୁବନେଶ୍ବର: ଚାଲିଛି ପାର୍ବଣ ଋତୁ । ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ଅବତରଣ କରିବେ ମହିଷା ମର୍ଦ୍ଦିନୀ ମାଆ ଦୂର୍ଗା। ମାଆଙ୍କ ଆଗହନ ଲାଗି ସବୁଠି ପ୍ରସ୍ତୁତି ଜୋରଦାର ଚାଲିଛି। ଏହି ଅବସରରେ ରାଜ୍ୟର ବିଭିନ୍ନ ଶକ୍ତି ପୀଠରେ ଆଜିଠାରୁ ଆରମ୍ଭ ହୋଇଛି ମା’ଙ୍କ ଷୋଡ଼ଶ ଉପଚାର ପୂଜା ନୀତି । ମୂଳାଷ୍ଚମୀଠାରୁ ମହାଷ୍ଟମୀ ଯାଏ ରିତିନୀତି ଅନୁଯାଇ ମା’ଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଚାଲିବ । କଟକର ଗଡ଼ଚଣ୍ଡୀ, ଜଗତସିଂହପୁରର ଶାରଳା ପୀଠ, ଯାଜପୁରର ମାଆ ବିରଜାଙ୍କ ପୀଠ ପରି ରାଜ୍ୟର ବିଭିନ୍ନ ଶକ୍ତି ପୀଠ ଆଦିରେ ଆଜିଠୁ ସ୍ୱତନ୍ତ୍ର ପୂଜା ବିଧି ଆରମ୍ଭ ହୋଇଛି । ୧୬ ଦିନ ଧରି ଭିନ୍ନ ଭିନ୍ନ ବେଶରେ ମାଆ ଭକ୍ତଙ୍କୁ ଦର୍ଶନ ଦେବେ । ସେପଟେ ମଣ୍ଡପରେ ମାଆଙ୍କ ମୂର୍ତ୍ତି ଗଢା କାର୍ଯ୍ୟ ବି ଜୋରସୋରରେ ଆଗେଇ ଚାଲିଛି। କିଛି ଦିନ ତଳେ ମାଆଙ୍କ ମୂର୍ତ୍ତିରେ ଏକମାଟିଆ କାର୍ଯ୍ୟ ସମାପନ ହୋଇଥିଲା। ଏବେ ଦୁଇ ମାଟିଆ କାର୍ଯ୍ୟ ଚାଲିଛି। ଏପଟେ ଚାନ୍ଦିମେଢ ଓ ଅଳଙ୍କାରର ବି ସଫେଇ ଚାଲିଛି। କୋଲକାତାରୁ ସୁଦକ୍ଷ କାରିଗର ମାନେ ଆସି ସୁଉଚ୍ଚ ତୋରଣ ମାନ ଗଢିବାରେ ବ୍ୟସ୍ତ ରହିଛନ୍ତି। ଅନ୍ୟପଟେ ପୂଜାକୁ ସୁରୁଖୁରୁରେ ସମାପନ କରିବା ଲାଗି ପୁଲିସ୍ ପ୍ରଶାସନ ପକ୍ଷରୁ ବୈଠକ କରାଯିବା ସହ ବ୍ୟାପକ ବନ୍ଦୋବସ୍ତ କରାଯାଉଛି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories