ଫିଲ୍ମ ନିର୍ମାଣ କରିଥାଆନ୍ତେ ସୁଶାନ୍ତ; ସାମ୍ନାକୁ ଆସିଲା ପୋଷ୍ଟର

ମୁମ୍ବଇ: ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ଏଯାଏଁ ମଧ୍ୟ ଲୋକେ ସହଜରେ ଗ୍ରହଣ ପାରୁ ନାହାନ୍ତି। ଅନେକ ମହଲରୁ ଦାବି ହେବା ପରେ ପୁଲିସ ଏବେ ତାଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ଜୋରସୋର ଚଲାଇଛି। ଅପର ପକ୍ଷରେ ତାଙ୍କ ମୃତ୍ୟୁ ପରେ ତାଙ୍କର କିଛି ନୂଆ ପ୍ରୋଜେକ୍ଟ ସାମ୍ନାକୁ ଆସିଛି। ସେଥି ମଧ୍ୟରୁ ଗୋଟିଏ ହେଉଛି ‘ବନ୍ଦେ ଭାରତମ୍‍’। ଖୁବଶୀଘ୍ର ସୁଶାନ୍ତ ଏହି ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଥିଲେ। ଏନେଇ ତାଙ୍କ ନିକଟତର ବନ୍ଧୁ ତଥା ଚଳଚ୍ଚିତ୍ର ନିର୍ମାତା ସନ୍ଦୀପ ସିଂହ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି।

 

View this post on Instagram

 

You made me a promise. We, the Bihari brothers, will one day rule this industry and be the inspiration/support system for all young dreamers like you and me bhai. You promised me that my directorial debut will be with you. Raaj Shaandilyaa wrote this and we were to produce this together. I need your belief, that faith you showed, that was my strength. Now, with you gone…I’m lost…but I promise you this my brother. Now tell me how do I fulfil this dream? Who will hold my hand like you did? Who will give me the power of SSR, my brother? I promise you this… I will make this film! And it will be a tribute to the loving memory of SSR who inspired millions and gave them hope that anything is possible! Just dream it and believe it! Those hours of discussions on this film we dreamed to make together…the film ‘Vande Bharatam’…now all I am left with is your memories and this poster which was our dream starting to come true, this film my brother, will be the symbol of the undying light of your soul ❤️

A post shared by Sandip Ssingh (@officialsandipssingh) on

prayash

ସନ୍ଦୀପ ସୁଶାନ୍ତଙ୍କୁ ନେଇ ‘ବନ୍ଦେ ଭାରତମ୍‍’ ଚଳଚ୍ଚିତ୍ର କରିବାକୁ ଯାଉଥିଲେ। ସୁଶାନ୍ତ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିବା ସହ ସନ୍ଦୀପଙ୍କ ସାଥିରେ ମିଶି ଫିଲ୍ମ ପ୍ରଡ୍ୟୁସ ମଧ୍ୟ କରିଥାଆନ୍ତେ। ସୋସିଆଲ ମିଡିଆରେ ସନ୍ଦୀପ ସୁଶାନ୍ତଙ୍କୁ ମନେପକାଇ ଏକ ଭାବପ୍ରବଣ ପୋଷ୍ଟ କରିବା ସହ ଫିଲ୍ମର ଏକ ପୋଷ୍ଟର ଶେୟାର କରିଛନ୍ତି। ସେ ଲେଖିଛନ୍ତି, ‘‘ ସୁଶାନ୍ତ ତୁମେ ମତେ କଥା ଦେଇଥିଲ ଆମେ ଦୁଇ ବିହାରୀ ଭାଇ ଦିନେ ଇଣ୍ଡଷ୍ଟ୍ରିରେ ରାଜ୍‍ କରିବା। ସବୁ ନୂଆ କଳାକରଙ୍କ ପାଇଁ ପ୍ରେରଣା ସାଜିବା ଓ ତାଙ୍କୁ ସାହାଯ୍ୟ କରିବା। ତୁମେ ମୋତେ ପ୍ରତିଶ୍ରୁତି ଦେଇଥିଲ ଯେ ତୁମେ ମୋର ପ୍ରଥମ ଫିଲ୍ମରେ ନିର୍ଦ୍ଦେଶକ ଭାବରେ କାମ କରିବ’’।
ସନ୍ଦିପ ଆହୁରି ମଧ୍ୟ ଲେଖିଛନ୍ତି,‘‘ତୁମେ ମୋତେ ଦେଖାଇଥିବା ବିଶ୍ୱାସ ମୋର ଶକ୍ତି ଥିଲା।” ବର୍ତ୍ତମାନ ତୁମେ ଚାଲିଗଲ ମୁଁ କେଉଁଠି ହଜିଯାଇଛି। ଏହି ସ୍ୱପ୍ନକୁ କିପରି ମୁଁ ପୂରଣ କରିବି? ତୁମ ଭଳି ମୋ ହାତ କିଏ ଧରିବ।’’

ସୂଚନାଯୋଗ୍ୟ, ରାଜ ସାଣ୍ଡିଲ୍ୟ ଏହାର କାହାଣୀ ଲେଖିଥିଲେ ଏବଂ ସନ୍ଦୀପ, ସୁଶାନ୍ତ ମିଶି ଏହାକୁ ପ୍ରଡ୍ୟୁସ କରିଥାଆନ୍ତେ। ସନ୍ଦୀପ ସୁଶାନ୍ତଙ୍କ ପାଇଁ ଏହି ଫିଲ୍ମ ନିର୍ମାଣ କରିବେ। ଏହି ଫିଲ୍ମ ଜରିଆରେ ସେ ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ବୋଲି କହିଛନ୍ତି।

Comments are closed.