ରଥଯାତ୍ରାର ସୁପରିଚାଳନା ନିମନ୍ତେ ୩ ମନ୍ତ୍ରୀ ଓ ଯୋଜନାବୋର୍ଡ଼ ଉପାଧ୍ୟକ୍ଷଙ୍କୁ ଦାୟିତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଇନମନ୍ତ୍ରୀ ପ୍ରତାପ ଜେନା, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଓ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ସହ ଯୋଜନାବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ରଥଯାତ୍ରରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ପୁରୀରେ ରହି ସବୁ କାର୍ଯ୍ୟର ତତ୍ବାବଧାନ କରିବେ । ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ଘୋଷଣା କରିଛନ୍ତି ।
୩ ମନ୍ତ୍ରୀ ଓ ଯୋଜନାବୋର୍ଡ଼ ଉପାଧ୍ୟକ୍ଷଙ୍କୁ ରଥଯାତ୍ରା ପରିଚାଳନା ଦାୟିତ୍ବ ଦେଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ କରୋନା ଯୋଗୁଁ ଏବେ ସାରା ବିଶ୍ବ ଏକ ସ୍ପର୍ଶକାତର ସମୟ ଦେଇ ଗତି କରୁଛି । ଏହି ସ୍ଥିତିରେ ମହାପ୍ରଭୁଙ୍କ ରଥଯାତ୍ରା ପାଳନ କରିବା ନିଶ୍ଚିତ ଭାବେ ଏକ ଆହ୍ବାନ। ରଥଯାତ୍ରାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଅତି ସାବଧାନତାର ସହ କରିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପରମ୍ପରା ସହିତ ଜନସ୍ୱାସ୍ଥ୍ୟ ପ୍ରତି ଉଚିତ୍ ଧ୍ୟାନ ଦେଇ ରଥଯାତ୍ରା ପାଳନ କରିବାକୁ ପଡ଼ିବ। ସାରା ବିଶ୍ୱର ନଜର ଏବେ ଓଡ଼ିଶା ଉପରେ ରହିଛି । ଶୃଙ୍ଖଳା ସହିତ ସାମାଜିକ ଦୂରତ୍ୱ ଓ ଗାଇଡଲାଇନକୁ ପାଳନ କରି ଠାକୁରଙ୍କ ନୀତିକାନ୍ତି କିଭଳି କରାଯାଏ ତା’ର ନିଦର୍ଶନ ସାରା ବିଶ୍ୱକୁ ଦେଖାଇବାକୁ ପଡ଼ିବ। ସେଥିଲାଗି ଏହି ମନ୍ତ୍ରୀମାନଙ୍କୁ ତତ୍ବାବଧାନ ଦାୟିତ୍ବ ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।
Popular Categories



