www.samajalive.in
Saturday, December 6, 2025
16.1 C
Bhubaneswar

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା : ସୁଶାନ୍ତଙ୍କ ଭଉଣୀ ନାମରେ ରିୟାଙ୍କ ମାମଲା

ମୁମ୍ବଇ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣା ପଛର ଡ୍ରଗ୍ସ କାରବାରର ତଦନ୍ତ କରୁଥିବା ନାର୍କୋଟିକ୍ସ କ​‌େ​‌ଣ୍ଟ୍ରାଲ ବ୍ୟୁରୋ (ଏନସିବି) ସୋମବାର ଦ୍ବିତୀୟ ଦିନ ପାଇଁ ରିୟା ଚକ୍ରବର୍ତ୍ତୀଙ୍କୁ ଜେରା କରିଛି। ସୋମବାର ରିୟାଙ୍କୁ ୮ଘଣ୍ଟା ଜେରା କରାଯାଇଥିବାବେଳେ ମଙ୍ଗଳବାର ତୃତୀୟ ଦିନ ପାଇଁ ତାଙ୍କୁ ପୁଣି ଜେରା କରାଯିବ ବୋଲି ଏନସିବି କହିଛି। ଏନସିପି ଡେପୁଟି ଡିଜି ଅଶୋକ ଜୈନ କହିଛନ୍ତି ଯେ ମଙ୍ଗଳବାର ଜେରା ପାଇଁ ରିୟାଙ୍କୁ ସମନ ଜାରି କରାଯାଇଛି। ଜେରା ବେଳୋ ରିୟା କହିଛନ୍ତି ଯେ ସୁଶାନ୍ତ ନିୟମିତ ଭାବେ ଗଞ୍ଜେଇ ସେବନ କରୁଥିଲେ। ଏପରିକି ସୁଶାନ୍ତ ତାଙ୍କ ଘରୋଇ ସହାୟକଙ୍କ ମାଧ୍ୟମରେ ଡ୍ରଗ୍ସ କିଣୁଥିଲେ। ସୁଶାନ୍ତ ଓ ତାଙ୍କ ବଲିଉଡ ବନ୍ଧୁମାନେ ଡ୍ରଗ୍ସ ସେବନ କରୁଥିଲେ।

ଏହା ପୂର୍ବରୁ ରବିବାର ରିୟାଙ୍କୁ ଏନସିବି ୬ଘଣ୍ଟା ଜେରା କରିଥିଲା। ସୁଶାନ୍ତଙ୍କ ମୃତ୍ୟୁ ପଛର ଡ୍ରଗ୍ସ କାରବାରର ତଦନ୍ତ କ୍ରମରେ ଏନସିବି ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ ପୂର୍ବତନ ପରିଚାଳକ ସାମୁଏଲ ମିରଣ୍ଡାଙ୍କୁ ଶୁକ୍ରବାର ଗିରଫ କରିଥିଲା। ଏହା ସହିତ ଅନ୍ୟ ତିନିଜଣ ଡ୍ରଗ୍ସ ପରିଚାଳକଙ୍କୁ ମଧ୍ୟ ଏନସିବି ଗିରଫ କରିଛି। ଅନ୍ୟପଟେ ରିୟା ସୋମବାର ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ସିଂହ ଓ ଅନ୍ୟମାନଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରିଛନ୍ତି। ରିୟାଙ୍କ ଓକିଲ ସତୀଶ ମାନସିନ୍ଦେଙ୍କ କହିବା ଅନୁଯାୟୀ ପ୍ରିୟଙ୍କାଙ୍କ ସହିତ ରାମ ମନୋହର ଲୋହିଆ ହସ୍ପିଟାଲର ଡାକ୍ତର ତରୁଣ କୁମାରଙ୍କ ବିରୋଧରେ ଏନଡିପିଏସ ଆଇନ ଅନୁଯାୟୀ ମାମଲା ରୁଜୁ କରିଛନ୍ତି। ରିୟା ଅଭିଯୋଗ କରିଛନ୍ତି ଯେ ପ୍ରିୟଙ୍କା ତାଙ୍କ ଭାଇ ସୁଶାନ୍ତଙ୍କୁ ଭୁଲ୍ ଔଷଧ ସେବନ କରିବାକୁ ଦେଉଥିଲେ। ସୁଶାନ୍ତଙ୍କୁ ପ୍ରିୟଙ୍କା ସାଇକୋଟ୍ରୋପିକ ଡ୍ରଗ୍ସ ସେବନ କରିବାକୁ ଦେଇଥିଲେ ତେଣୁ ତାଙ୍କ ବିରୋଧରେ ନାର୍କୋଟିକ୍ସ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରୋପିକ ସବଷ୍ଟାନସେସ୍‌ (ଏନଡିପିଏସ୍‌) ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବା ଦରକାର। ଅନ୍ୟପଟେ ଦିଲ୍ଲୀ ଏମ୍ସର ଫରେନସିକ୍ ବିଭାଗ ସୋମବାର ସୁଶାନ୍ତଙ୍କ ଭିସେରା ନମୁନା ପରୀକ୍ଷା କରିଛି। ୧୦ଦିନ ପରେ ଏହାର ରିପୋର୍ଟ ମିଳିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories