www.samajalive.in
Saturday, December 6, 2025
14.1 C
Bhubaneswar

ଅନୁପ୍ରବେଶ ଅପେକ୍ଷାରେ ୪୦୦ ଆତଙ୍କବାଦୀ

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରର ନିୟନ୍ତ୍ରଣ ରେଖା ନିକଟରେ ଭାରତ ସୀମା ମଧ୍ୟକୁ ଅନୁପ୍ରବେଶ କରିବା ଅପେକ୍ଷାରେ ୪୦୦ରୁ ଅଧିକ ଆତଙ୍କବାଦୀ ପ୍ରସ୍ତୁତ ରହିଛନ୍ତି। ପାକିସ୍ତାନ ସେନା ଓ ଆଇଏସଆଇ ଏହି ଆତଙ୍କବାଦୀଙ୍କୁ ଭାରତ ସୀମା ମଧ୍ୟକୁ ପଠାଇବାର ଯୋଜନା ଚଳାଇଛି ବୋଲି ଗୁଇନ୍ଦା ସୂଚନା ମିଳିଛି। ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ଲକ୍ଷ୍ୟରେ ପାକିସ୍ତାନ ନିୟମିତ ଭାବେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଚାଲିଛି। ରିପୋର୍ଟ ଅନୁଯାୟୀ ପାକିସ୍ତାନ ଅଧିକୃତ କାଶ୍ମୀରର ଗୁରେଜ, ମାଛଲ, କେରନ ​‌େ​‌ସକ୍ଟର, ଥଙ୍ଗଧର, ନଉଗାଁ, ଉରି ଓ ପୁଞ୍ଚ ଅଞ୍ଚଳରେ ଆତଙ୍କବାଦୀମାନେ ବହୁସଂଖ୍ୟାରେ ଏକତ୍ର ହୋଇଛନ୍ତି। ଚୀନ ସହିତ ଭାରତର ସୀମା ବିବାଦ ଲାଗି ରହିଥିବାବେଳେ ଏହାର ଫାଇଦା ଉଠାଇବା ଲାଗି ପାକିସ୍ତାନ ସେନା ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାକୁ ଯୋଜନା କରିଛି। ତେବେ ପାକିସ୍ତାନର ଏପରି ଯୋଜନାକୁ ପଣ୍ଡ କରିବା ଲାଗି ଭାରତ ସମ୍ପୂର୍ଣ୍ଣ ସଜାଗ ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories