www.samajalive.in
Tuesday, December 9, 2025
26.1 C
Bhubaneswar

ସୁଷମା ସାରା ବିଶ୍ଵର ମହିଳାଙ୍କ ଚାମ୍ପିୟନ ଥିଲେ: ଇଭାଙ୍କା ଟ୍ରମ୍ପ

ୱାଶିଂଟନ: ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜଙ୍କ ଦେହାନ୍ତ ହୋଇଯାଇଛି। ତେବେ ତାଙ୍କର ମୃତ୍ୟୁକୁ ନେଇ କେବଳ ଦେଶବାସୀ ନୁହେଁ, ସାରା ବିଶ୍ଵରେ ଶୋକର ଛାୟା ଖେଳିଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବରିଷ୍ଠ ପରାମର୍ଶଦାତା ତଥା ଝିଅ ଇଭାଙ୍କା ଟ୍ରମ୍ପ ସୁଷମାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି କହିଛନ୍ତି, ପୂର୍ବତନ ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜ ଭାରତ ଏବଂ ସାରା ବିଶ୍ଵର ମହିଳାଙ୍କ ଚାମ୍ପିୟନ ଅଥବା ଶ୍ରେଷ୍ଠ ପ୍ରତିଦ୍ବନ୍ଦ୍ବୀ ଥିଲେ।

ସୁଷମା ହୃଦ୍‌ଘାତରେ ଆକ୍ରାନ୍ତ ହେବା ପରେ ମଙ୍ଗଳବାର ରାତିରେ ନୂଆଦିଲ୍ଲୀସ୍ଥିତ ଏମ୍‌ସରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ପରଲୋକ ଘଟିଥିଲା। ସୁଷମାଙ୍କ ଦେହାନ୍ତ ପରେ ଇଭାଙ୍କା ଟ୍ରମ୍ପ ଟ୍ବିଟ୍‌ କରି କହିଛନ୍ତି, ସୁଷମା ସ୍ବରାଜଙ୍କ ଦେହାନ୍ତ ଯୋଗୁ ଭାରତ ଜଣେ ସ୍ନେହୀ ଓ ସମର୍ପିତ ନେତା ଏବଂ ଜନସେବକଙ୍କୁ ହରାଇଛି। ସୁଷମା ଭାରତ ଏବଂ ବିଶ୍ଵବ୍ୟାପୀ ମହିଳାମାନଙ୍କ ପାଇଁ ଚାମ୍ପିୟନ ଅର୍ଥାତ ଶ୍ରେଷ୍ଠ ପ୍ରତିନ୍ଦ୍ବନ୍ଦ୍ବୀ ଥିଲେ ଏବଂ ତାଙ୍କ ବିଷୟରେ ଜାଣିବା ସମ୍ମାନର କଥା। ସୂଚନାଯୋଗ୍ୟ, ଇଭାଙ୍କା ଟ୍ରମ୍ପ ମହିଳାଙ୍କ ସମେତ ଅନେକ ପ୍ରସଙ୍ଗକୁ ନେଇ ସୁଷମାଙ୍କୁ ସାକ୍ଷାତ୍‌ କରି ଆଲୋଚନା କରିଥିଲେ। ଆମେରିକା ବିଦେଶ ମନ୍ତ୍ରୀ ମାଇକ୍‌ ପମ୍ପିଓ କହିଛନ୍ତି, ମୋର ମିତ୍ର ତଥା ଭାରତର ପୂର୍ବତନ ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ମୃତ୍ୟୁ ଖବର ଶୁଣି ଦୁଃଖିତ।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories