୭୬% ଭାରତୀୟ ଶିଶୁ ବଳାତ୍କାରୀଙ୍କୁ ମୃତ୍ୟୁଦଣ୍ଡ ଚାହାଁନ୍ତି : ସର୍ବେକ୍ଷଣ

0

ନୂଆଦିଲ୍ଲୀ : ୭୬% ଭାରତୀୟ ଶିଶୁଙ୍କ ବଳାତ୍କାରୀଙ୍କୁ ମୃତ୍ୟୁଦଣ୍ଡ ଦେବା ସପକ୍ଷରେ ଅଛନ୍ତି ବୋଲି ଏକ ସର୍ବେକ୍ଷଣରୁ ଜଣାପଡିଛି। ଶିଶୁଙ୍କ ବଳାତ୍କାରୀଙ୍କୁ ମୃତ୍ୟୁଦଣ୍ଡ ଅଧ୍ୟାଦେଶକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନୁମୋଦନ ଦେବାର ଗୋଟିଏ ଦିନ ପରେ ଏହି ସର୍ଭେକ୍ଷଣ ଜଣାପଡିଛି । ୧୨ବର୍ଷରୁ କମ୍‌ ନାବାଳିକାଙ୍କୁ ବଳାତ୍କାର କ୍ଷେତ୍ରରେ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ଏହି ଅଧ୍ୟାଦେଶ ଅଣାଯାଇଛି । ତେବେ ଭାରତବାସୀ କ’ଣ ଚାହୁଁଛନ୍ତି ତାହା ଜାଣିବା ପାଇଁ ଏକ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ସର୍ବେକ୍ଷଣ କରାଯାଇଥିଲା । ଏହି ସର୍ବେକ୍ଷଣ ଅନୁସାରେ ୧୮% ଲୋକ ବଳାତ୍କାରୀଙ୍କୁ ପାରୋଲ ବିନା ଆଜୀବନ କାରାଦଣ୍ଡ ଦେବା ସପକ୍ଷରେ ଭୋଟ ଦେଇଛନ୍ତି । ୭% ଲୋକେ ଶିଶୁ ବଳାତ୍କାରୀଙ୍କୁ ବର୍ତ୍ତମାନର ଆଇନ ଅନୁସାରେ ୭ ବର୍ଷ ଜେଲ ଦଣ୍ଡ ଦେବାକୁ ଭୋଟ ଦେଇଥିଲେ । ତେବେ ୭୬% ଲୋକେ ଦୋଷୀ ସାବ୍ୟସ୍ତ ବଳାତ୍କାରୀଙ୍କୁ ମୃତ୍ୟୁଦଣ୍ଡ ଦେବା ସପକ୍ଷରେ ଭୋଟ ଦେଇଛନ୍ତି । ଏହି ସର୍ବେକ୍ଷଣରେ ୪୦ ହଜାର ଲୋକ ଭାଗନେଇଥିଲେ । ପ୍ରକାଶ ଯେ କଠୁଆ ଏବଂ ଉନ୍ନାଓ ମାମଲାକୁ ନେଇ ଦେଶ ତମାମ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଦିଲ୍ଲୀ, ମୁମ୍ବଇ, ବେଙ୍ଗାଲୁରୁ, ଲକ୍ଷ୍ନୌ, ଗୋଆ, ତିରୁବନ୍ତପୁରମ ଭଳି ଦେଶର ପ୍ରମୁଖ ମହାନଗରୀମାନକରେ ପ୍ରବଳ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ୧୨ ବର୍ଷରୁ କମ୍‌ ବୟସ୍କ ଶିଶୁଙ୍କୁ ବଳାତ୍କାର ମାମଲାରେ ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ଦରକାର ବୋଲି କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧି କହିଥିଲେ । ଏହି କ୍ରମରେ ଯୌନ ଅପରାଧରୁ ଶିଶୁଙ୍କ ସୁରକ୍ଷା (ପକ୍‌ସୋ) ଆଇନରେ ସଂଶୋଧନ କରାଯାଇଛି । ଶିଶୁ ବଳାତ୍କାର ମାମଲାରେ ୩୦ରୁ ୪୫ ଦିନ ମଧ୍ୟରେ ପୁଲିସ୍‌ ଅଭିଯୋଗଫର୍ଦ ଦାଖଲ କରିବା ଆବଶ୍ୟକ ବୋଲି ସେର୍ବକ୍ଷଣରେ ଭାଗ ନେଇଥିବା ସିଂହଭାଗ ଲୋକ ପ୍ରକାଶ କରିଛନ୍ତି ।

Leave A Reply