BJD Bijuli 480×75 Mob

ନ୍ୟାୟପାଳିକା ଉପରେ କାର୍ଯ୍ୟପାଳିକାର ହସ୍ତକ୍ଷେପ

BJD Bijuli 480×75 Mob
0

ନୂଆଦିଲ୍ଲୀ : ଦେଶର ନ୍ୟାୟପାଳିକା ଉପରେ କାର୍ଯ୍ୟପାଳିକାର ହସ୍ତକ୍ଷେପକୁ ନେଇ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଚେଲାମେଶ୍ୱର କ୍ଷୁବ୍ଧ ହୋଇଛନ୍ତି। ଏହି ପ୍ରସଙ୍ଗରେ ସେ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କୁ ପତ୍ର ଲେଖି ହସ୍ତକ୍ଷେପ ପାଇଁ ନିବେଦନ କରିଛନ୍ତି। ପ୍ରସଙ୍ଗ ଉପରେ ବିଚାର ପାଇଁ ସୁପ୍ରିମକୋର୍ଟଙ୍କ ପୂର୍ଣ୍ଣ କୋର୍ଟ ଡକାଇବାକୁ ସେ ପ୍ରଧାନ ବିଚାରପତିଙ୍କୁ କହିଛନ୍ତି। ମାର୍ଚ୍ଚ ୨୧ରେ ଜଷ୍ଟିସ ଚେଲାମେଶ୍ୱର ଲେଖିଥିବା ଚିଠିରେ ଚେତାଇ ଦେଇଛନ୍ତି ଯେ ନ୍ୟାୟପାଳିକା ଓ କାର୍ଯ୍ୟପାଳିକା ମଧ୍ୟରେ ଉତ୍ତମ ସମନ୍ୱୟ ନ ରହିଲେ ଗଣତନ୍ତ୍ର ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିବ। ଜଷ୍ଟିସ ଚେଲାମେଶ୍ୱର ଲେଖିଥିବା ଚିଠିର ନକଲ ସୁପ୍ରିମକୋର୍ଟର ଅନ୍ୟ ୨୨ଜଣ ବିଚାରପତିଙ୍କ ନିକଟକୁ ପଠାଇଛନ୍ତି। କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଦିନେଶ ମାହେଶ୍ୱରୀ ଜିଲା ଦୌରାଜଜ୍‌ କୃଷ୍ଣ ଭଟଙ୍କ ବିରୋଧରେ ତଦନ୍ତ ନିର୍ଦେଶ ଦେଇଥିବାବେଳେ ଏହା ଉପରେ ଜଷ୍ଟିସ ଚେଲାମେଶ୍ୱର ପ୍ରଶ୍ନ ଉଠାଇଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରଣାଳୟର ଇଙ୍ଗିତରେ ହାଇକୋର୍ଟର ମୁଖ୍ୟ ବିଚାରପତି ଏପରି ତଦନ୍ତ ନିର୍ଦେଶ ଦେଇଥିବା ସେ କହିଛନ୍ତି। ସେହିପରି ନ୍ୟାୟପାଳିକାର ସ୍ୱାଧୀନତା ଉପରେ ଯେଉଁ ପ୍ରଶ୍ନ ଉଠାଯାଉଛି ତାକୁ ମଧ୍ୟ ଜଷ୍ଟିସ ଚେଲାମେଶ୍ୱର ନାପସନ୍ଦ କରିଛନ୍ତି। ସେ କହିଛନ୍ତି ଯେ ସୁପ୍ରିମକୋର୍ଟ ବିଚାରପତିଙ୍କ ନିରପେକ୍ଷତା ଓ ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଯାଉଛି। ଅତୀତରେ ପ୍ରଧାନ ବିଚାରପତି ଜଷ୍ଟିସ ମିଶ୍ରଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇ ସାମ୍ବାଦିକ ସମ୍ମିଳନୀ କରିଥିବା ସୁପ୍ରିମକୋର୍ଟର ୪ ବରିଷ୍ଠ ବିଚାରପତିଙ୍କ ମଧ୍ୟରୁ ଜଷ୍ଟିସ ଚେଲାମେଶ୍ୱର ଅନ୍ୟତମ ବିଚାରପତି ଥିଲେ।

Leave A Reply