www.samajalive.in
Saturday, December 6, 2025
16.1 C
Bhubaneswar

ରାଫେଲ୍‌  ଯୁଦ୍ଧ ବିମାନ କିଣାରେ ଦୁର୍ନୀତି  ହୋଇ ନାହିଁ  : ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ . – ରାଫେଲ୍‌ ଯୁଦ୍ଧ ବିମାନ କିଣାରେ ଦୁର୍ନୀତି ହୋଇଥିବା ନେଇ ବିରୋଧି କଂଗ୍ରେସ ସହ ଅନେକ ବିରୋଧି ଦଳ ଅଭିଯୋଗ କରିଥିଲେ । ସିବିଆଇ ଦ୍ୱାରା ଏହାର ତଦନ୍ତ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି ।  ରାଫେଲ୍‌ ଯୁଦ୍ଧ ବିମାନ କିଣାରେ  କାହାରିକୁ ଅନୁକମ୍ପା ଦେଖାଯାଇ ନ ଥିବା କଥା ଅଦଲତ ଅନୁଭବ କରିଥିବା ପ୍ରକାଶ କରିଛନ୍ତି ।  ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରିଥିଲେ ।

ଅଦାଲତଙ୍କର ଏହି ରାୟ ଆସିବା ପରେ ନରେନ୍ଦ୍ର ମୋଦୀଙ୍କର ସରକାରକୁ ଆଶ୍ୱସ୍ତି ମିଳିଛି । ଏନ୍‌ଡିଏ ସରକାରଙ୍କ ସମୟରେ ଫ୍ରାନ୍ସର ଡାସାଉଲଟ୍‌ ଆଭିଏସନ୍‌ ଠାରୁ ୩୬ଟି ରାଫେଲ୍‌ ଯୁଦ୍ଧ ବିମାନ କିଣାଯିବା ନେଇ ଚୁକ୍ତି ହୋଇଥିଲା ।  ଅଦାଲତ ଏହି ଚୁକ୍ତି ସନ୍ତୁଷ୍ଟ ଥିବା ଦର୍ଶାଇବା ସହ ଏଥିରେ ହସ୍ତକ୍ଷେପ କରିବା ପାଇଁ ମନା କରି ଦେଇଛନ୍ତି ।

- Advertisement -

ଦେଶ ପାଇଁ ଅତ୍ୟାଧୁନିକ ଯୁଦ୍ଧ ବିମାନର ଆବଶ୍ୟକତା ରହିଛି ।  ଦେଶ ଯୁଦ୍ଧ ବିମାନ ବିନା ରହି ପାରିବ ନାହିଁ । ୨୦୧୬ ମସିହା ସେପ୍ଟେମ୍ବର ମାସରେ ଏହି ବିମାନ କିଣାଯିବା ନେଇ ଚୁକ୍ତ ହେବା ବେଳେ କେହି ପ୍ରଶ୍ନ ଉଠାଇ ନ ଥିଲେ ବୋଲି ଅଦାଲତ କହିଛନ୍ତି । ରାଫେଲ୍‌ ପରି ଚତୁର୍ଥ ଓ ପଞ୍ଚମ ପିଢୀର ଯୁଦ୍ଧ ବିମାନ ଭାରତୀୟ ବାୟୁସେନାରେ ସାମିଲ ହେବାର ଆବଶ୍ୟକତା ରହିଛି ବୋଲି ଅଦାଲତ ସୂଚନା ଦେଇଛନ୍ତି ।

ଅଦାଲତଙ୍କର ଏହି ରାୟ ଭୁଲ ବୋଲି ଏହି ମାମଲା ଲଢୁଥିବା ଆଇନଜୀବୀ ପ୍ରଶାନ୍ତ ଭୂଷଣ କହିଛନ୍ତି । ସେ ଏକ ରିଭ୍ୟୁ ପିଟିସନ୍‌ ଦାଖଲ କରିବେ ବୋଲି କହିଛନ୍ତି ।

ଭାରତୀୟ ଜନତା ପାର୍ଟି ଏହି ରାୟକୁ ସ୍ୱାଗତ କରିବା ସହ  ରାହୁଲ ଗାନ୍ଧୀ , ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭୁଲ୍‌ ମାଗନ୍ତୁ ବୋଲି କହିଛନ୍ତି । ରିଲାଏନ୍ସ ଅଧ୍ୟକ୍ଷ ଅନୀଲ ଅମ୍ବାନୀ ବି ଅଦାଲତର ରାୟକୁ ସ୍ୱାଗତ କରିଛନ୍ତି ।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories