www.samajalive.in
Sunday, December 7, 2025
18.1 C
Bhubaneswar

ଫେଙ୍ଗସୁଇର ଏହି ମୂର୍ତ୍ତି ଜୀବନରେ ଆଣିଥାଏ ଉନ୍ନତି

ଜୀବନରେ ପ୍ରତ୍ୟେକ କ୍ଷେତ୍ରରେ ଉନ୍ନତି ଓ ଅବନ୍ନତି ଆସିଥାଏ। ବେଳେବେଳେ କିଛି କାରଣରୁ ଜୀବନରେ ଉନ୍ନତି ଦିଗରେ ବାଧା ସୃଷ୍ଟି ହୋଇଥାଏ। ଯାହାଦ୍ବାରା ଆପଣଙ୍କ ଧନ ସମ୍ପତ୍ତି ବୃଦ୍ଧି ହୋଇ ନଥାଏ। ଅନେକ ବାଧାବିଘ୍ନ ଦେଖା ଦେଇଥାଏ। ସେହି ସମସ୍ୟା ଦ୍ବାରା ଆମ ଆୟ କମିଥାଏ। ଘରେ ଫେଙ୍ଗସୁଇ ରଖିବା ଦ୍ବାରା ଏହିପରି ସମସ୍ୟାରୁ ମୁକ୍ତି ମିଳିଥାଏ। ଫେଙ୍ଗସୁଇକୁ ଘରେ ରଖିବା ଦ୍ବାରା ଜୀବନର ଅନେକ ସମସ୍ୟା ଦୂର ହୋଇଥାଏ।

ଫେଙ୍ଗସୁଇକୁ ଚୀନର ବାସ୍ତୁଶାସ୍ତ୍ର କୁହାଯାଇଥାଏ। ଏଥିରେ ଏପରି ଅନେକ ଜିନିଷ ସାମିଲ ହୋଇଛି ଯାହାକୁ ଠିକ ଦିଗ ଓ ସ୍ଥାନରେ ରଖିବା ଦ୍ବାରା ଘରେ ଓ କାର୍ଯ୍ୟକ୍ଷେତ୍ରରେ ସକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ଫେଙ୍ଗସୁଇର ସେହି ଦ୍ରବ୍ୟ ରଖିବା ଦ୍ବାରା ଘର ସୁନ୍ଦର ଦେଖାଯାଇଥାଏ। ଟଙ୍କାପଇସାର ବୃଦ୍ଧି ହେବା ସହ ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ ହୋଇଥାଏ। ​‌

- Advertisement -

ଫେଙ୍ଗସୁଇର ବାଉଁଶ ଗଛ :

ଚୀନର ମାନ୍ୟତା ଅନୁଯାୟୀ, ବାଉଁଶ ଗଛ ଘରେ ରଖିବା ଦ୍ବାରା ବ୍ୟକ୍ତି ଜୀବନରେ ଅନେକ ଉନ୍ନତି ଓ ସୁଖ ଆସିଥାଏ। କୁହାଯାଇଛି ଯେ, ସମୟର ସହ ଗଛ ଯେତେ ବଡ ହେବ ଆପଣଙ୍କ ଜୀବନରେ ଉନ୍ନତି ସେତିକି ମାତ୍ରାରେ ହେବ। ଏହି କାରଣରୁ ଲୋକମାନେ ନିଜ ଘରେ ଓ କାର୍ଯ୍ୟକ୍ଷେତ୍ରରେ ବାଉଁଶର ଗଛ ରଖି ଥାଆନ୍ତି। ଏହାସହ ସେହି ଗଛ ଘରର ଶୋଭା ବଢାଇଥାଏ।

courtesy: amazon.fr

ଫୁକ ଲୁକ ସାଓ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆଣନ୍ତି :

ଚୀନର ଲୋକମାନେ ନିଜ ଘରେ ଫୁକ ଲୁକ ସାଓଙ୍କ ମୂର୍ତ୍ତି ରଖି ଥାଆନ୍ତି। ଏହି ତିନୋଟି ମୂର୍ତ୍ତିଙ୍କୁ ଚୀନର ଦେବତା କୁହାଯାଇଛି। ମାନ୍ୟତା ରହିଛି ଯେ, ଏହି ତିନି ଦେବତା ଭାଗ୍ୟ, ସ୍ବାସ୍ଥ୍ୟ ଓ ଧନର ଦେବତା ଅଟନ୍ତି। ତାଙ୍କ ମୂର୍ତ୍ତି ଘରେ ରଖିବା ଦ୍ବାରା ଭାଗ୍ୟ, ସ୍ବାସ୍ଥ୍ୟ ଓ ଧନରେ ଉନ୍ନତି ଆସିଥାଏ। ଏହାସହ ଘରର ସୁନ୍ଦରତା ବୃଦ୍ଧି ପାଇଥାଏ।

courtesy: Amazon.in

ତିନୋଟି କଇଁଛ ସୁଖଶାନ୍ତିର ପ୍ରତୀକ :

ଏହି ମୂର୍ତ୍ତି ଏକ ଅଦ୍ଭୁତ ପ୍ରକାରର ଅଟେ। ଏହି ପ୍ରତୀମାରେ ଦେଖାଯାଇଥାଏ ଯେ, ଗୋଟିଏ ଉପରେ ଗୋଟିଏ କଇଁଛ ବସିଥାଆନ୍ତି। ଫେଙ୍ଗସୁଇରେ ଏମାନଙ୍କୁ ସୁଖ, ଶାନ୍ତି ଓ ବୈଭବର ପ୍ରତୀକ କୁହାଯାଇଛି। ଏହି ମୂର୍ତ୍ତି ଘରେ ରଖିବା ଦ୍ବାରା ଆପଣଙ୍କୁ ସୁଖ, ଶାନ୍ତି ଓ ବୈଭବ ପ୍ରାପ୍ତି ହେବା ସହ ଜୀବନରେ ଉନ୍ନତି ଆଣିଥାଏ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories