www.samajalive.in
Saturday, December 6, 2025
15.1 C
Bhubaneswar

କୁଷ୍ଠ ରୋଗ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବାକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ

ନୂଆଦିଲ୍ଲୀ : କୁଷ୍ଠ ରୋଗ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ଲାଗି ସର୍ବୋଚ୍ଚ ନ୍ୟାୟାଳୟ ଶୁକ୍ରବାର କେନ୍ଦ୍ର ଓ ରାଜ୍ୟ ସରକାରଗୁଡିକୁ ନିର୍ଦେଶ ଦେଇଛନ୍ତି। ଏହି ରୋଗ ପାଇଁ ବିନାମୂଲ୍ୟରେ ଉପଲବ୍ଧ ଚିକିତ୍ସା ସୁବିଧା ସମ୍ବନ୍ଧରେ ସାଧାରଣ ଲୋକଙ୍କୁ ଅବଗତ କରାଯିବା ଆବଶ୍ୟକ ବୋଲି ପ୍ରଧାନ ବିଚାରପତି ଦୀପକ ମିଶ୍ର ଏବଂ ବିଚାରପତି ଏ. ଏମ୍‍ ଖାନ୍‍ୱିଲକର ଓ ଡି. ୱାଇ ଚନ୍ଦ୍ରଚୂଡଙ୍କ ପୀଠ ପ୍ରକାଶ କରିଛନ୍ତି। ଏଥିସହ ଏହି ରୋଗର ମୂଳୋତ୍ପାଟନ ଓ ରୋଗୀଙ୍କୁ ଉଦ୍ଧାର ନିମନ୍ତେ ନୂତନ ଯୋଜନା ପ୍ରସ୍ତୁତ କରିବାକୁ ପୀଠ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ସରକାର ଏହି ରୋଗର ନିରାକରଣ ଦିଗରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରୁ ନ ଥିବା ଦର୍ଶାଇ ଆଇନଜୀବୀ ପଙ୍କଜ ସିହ୍ନା ଏକ ଆବେଦନ କରିଥିଲେ। ଏହା ଉପରେ ଶୁଣାଣି କରି ପୀଠ କହିଛନ୍ତି ଏହି ରୋଗୀମାନେ ଯେଭଳି ପକ୍ଷପାତର ଶିକାର ନ ହୁଅନ୍ତି ସେ ଦିଗରେ ଡାକ୍ତରୀଦଳଗୁଡିକ ବିଶେଷ ଧ୍ୟାନ ଦେବା ଉଚିତ। ସେହିଭଳି ସରକାରୀ ଏବଂ ଘରୋଇ ସ୍କୁଲଗୁଡିକରେ କୁଷ୍ଠ ରୋଗୀଙ୍କ ପିଲାମାନେ ଯେଭଳି ପକ୍ଷପାତର ଶିକାର ନ ହେବେ ସେଥିନେଇ ଆଇନଗତ ପ୍ରାବଧାନ କରିବାକୁ ମଧ୍ୟ କେନ୍ଦ୍ର ଓ ରାଜ୍ୟଗୁଡିକୁ ପୀଠ ନିର୍ଦେଶ ଦେଇଛନ୍ତି। କୁଷ୍ଠ ରୋଗୀମାନଙ୍କୁ ଅନ୍ତ୍ୟୋଦୟ ଅନ୍ନ ଯୋଜନାର ସୁବିଧା ପ୍ରଦାନ କରିବା ନିମନ୍ତେ ବିପିଏଲ୍‍ କାର୍ଡ ଯୋଗାଇ ଦେବା ଲାଗି ମଧ୍ୟ ପୀଠ ନିର୍ଦେଶ ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories