www.samajalive.in
Saturday, December 6, 2025
14.1 C
Bhubaneswar

ଅଗଷ୍ଟ ୩ରେ ନିଟ୍‌ ପିଜି ପରୀକ୍ଷା, ଏନବିଇକୁ ଅନୁମତି ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିଟ୍‌ ପିଜି ୨୦୨୫ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଅଗଷ୍ଟ ୩ରେ ହେବ ନିଟ୍‌ ପିଜି ପରୀକ୍ଷା। ଏନେଇ ଅନୁମତି ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ଜାତୀୟ ପରୀକ୍ଷା ବୋର୍ଡ(ଏନବିଇ)କୁ ଦିଆଯାଇଥିବା ପୂର୍ବ ସମୟସୀମାକୁ ବୃଦ୍ଧି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ପୂର୍ବରୁ ଏହି ପରୀକ୍ଷା ଚଳିତ ବର୍ଷ ଜୁନ୍ ୧୫ରେ ଅନୁଷ୍ଠିତ ହେବାର ଥିଲା। ଅଗଷ୍ଟ ୩ରେ ଗୋଟିଏ ସିଫ୍ଟରେ ପରୀକ୍ଷା ହେବ।

ମେ’ ୩୦ରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ, ନିଟ୍‌ ପିଜି ପରୀକ୍ଷା କେବଳ ଗୋଟିଏ ସିଫ୍ଟରେ କରାଯିବ। ଏହାପରେ ଏନବିଇ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରି ପରୀକ୍ଷାକୁ ପରବର୍ତ୍ତୀ ତାରିଖରେ ପୁନଃନିର୍ଦ୍ଧାରିତ କରିବା ପାଇଁ ସମୟ ବୃଦ୍ଧି କରିବାକୁ ଅନୁରୋଧ କରିଥିଲା, କାରଣ ଏକକ-ସିଫ୍ଟ ଆଦେଶ ପାଳନ କରିବା ପାଇଁ ନୂତନ ବ୍ୟବସ୍ଥା କରିବାକୁ ପଡ଼ିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories