www.samajalive.in
Saturday, December 6, 2025
16.1 C
Bhubaneswar

ସୂର୍ଯ୍ୟଙ୍କ ନୂଆ ଫଟୋ ଜାରି କଲା ନାସା

ସମାଜ ଡିଜିଟାଲ ଡେସ୍କ: ସୂର୍ଯ୍ୟଙ୍କ ସଦ୍ୟତମ ଫଟୋ ଜାରି କରିଛି ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା। ଯେଉଁ ଫଟୋଟିରେ ସୂର୍ଯ୍ୟଙ୍କର ଏକ ଅଜବ ଦୃଶ୍ୟ ସାମ୍ନାକୁ ଆସିଛି। ସୂର୍ଯ୍ୟଙ୍କ ପୃଷ୍ଠରେ ଏକ ବିଶାଳ ମୁହଁ ସଦୃଶ ଗର୍ତ୍ତ ଦେଖିବାକୁ ମିଳିଛି, ଯାହାର ଆକାର ୫ଟି ବୃହସ୍ପତି ଗ୍ରହର ଆକାର ସହିତ ସମାନ। ଏହା ସହିତ ୨ଟି ଆଖି ମଧ୍ୟ ଦେଖିବାକୁ ମିଳିଛି। ଏହି ଗର୍ତ୍ତକୁ କୋରୋନଲ ହୋଲ କୁହାଯାଏ, ଯାହା ସୂର୍ଯ୍ୟଙ୍କ ଗରମ ପବନକୁ ମହାକାଶକୁ ଛାଡ଼ିଥାଏ।

ଗତ ୪ ତାରିଖରେ ନାସାର ସୋଲାର ଡାଇନାମିକ୍ସ ଅବଜର୍ବେଟୋରି(ଏସଡିଓ) ଦ୍ଵାରା ଏହି ଫଟୋ ଉତ୍ତୋଳନ କରାଯାଇଛି। ଫଟୋରେ ସୂର୍ଯ୍ୟଙ୍କ ଦକ୍ଷିଣ ପାର୍ଶ୍ବରେ ବିଶାଳ ମୁହଁ ପରି ଗର୍ତ୍ତ ରହିଛି। ଉତ୍ତର ପାର୍ଶ୍ବରେ ୨ଟି ଆଖି ଭଳି ଗର୍ତ୍ତ ରହିଛି। ଦୃଶ୍ୟକୁ ଦେଖିଲେ ଏପରି ଲାଗୁଛି, ଯେପରି ସୂର୍ଯ୍ୟ ଚିତ୍କାର କରୁଛନ୍ତି ବା ବିଚଳିତ ଅବସ୍ଥାରେ ରହିଛନ୍ତି।

- Advertisement -

କୋରୋନଲ ହୋଲ କ’ଣ ?

ଏହା ସୂର୍ଯ୍ୟଙ୍କଠାରେ କୌଣସି ପ୍ରକୃତ ଗର୍ତ୍ତ ନୁହେଁ, ବରଂ ଏହାକୁ କୋରୋନଲ ହୋଲ୍‌ କୁହାଯାଏ। ସୂର୍ଯ୍ୟଙ୍କ ପୃଷ୍ଠରେ ଏହା ଏପରି ଏକ ଗର୍ତ୍ତ, ଯେଉଁଠି ଚୁମ୍ବକୀୟ କ୍ଷେତ୍ର ଖୋଲିଯାଇଥାଏ। ଏହାଦ୍ଵାରା ସୂର୍ଯ୍ୟଙ୍କର ଗରମ ଗ୍ୟାସ ଏବଂ କଣିକା (ସୋଲାର ଓ୍ବିଣ୍ଡ) ସହଜରେ ମହାକାଶକୁ ବାହାରି ଯାଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories