www.samajalive.in
Saturday, December 6, 2025
15.1 C
Bhubaneswar

ସୁପ୍ରିମକୋର୍ଟରୁ ଆପ୍‌କୁ ଆଶ୍ଵସ୍ତି; ବଢିଲା କାର୍ଯ୍ୟାଳୟ ଖାଲି କରିବାର ସମୟସୀମା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆମ୍ ଆଦମୀ ପାର୍ଟି(ଆପ୍‌)କୁ ଆଶ୍ଵସ୍ତି ପ୍ରଦାନ ସ୍ଵରୂପ ରାଉଜ୍ ଆଭେନ୍ୟୁସ୍ଥିତ ପାର୍ଟି କାର୍ଯ୍ୟାଳୟକୁ ଖାଲି କରିବାର ସମୟସୀମା ବୃଦ୍ଧି କରିଛନ୍ତି। ଏବେ ଅଗଷ୍ଟ ୧୦ ସୁଦ୍ଧା ଦଳ କାର୍ଯ୍ୟାଳୟ ଖାଲି କରିବାକୁ ଆପ୍‌କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏହାପୂର୍ବରୁ ମାର୍ଚ୍ଚ ୪ରେ ସୁପ୍ରିମକୋର୍ଟ ଆମ୍ ଆଦମୀ ପାର୍ଟିକୁ ଜୁନ୍ ୧୫ ସୁଦ୍ଧା କାର୍ଯ୍ୟାଳୟ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜଷ୍ଟିସ୍ ବିକ୍ରମ ନାଥ ଏବଂ ଜଷ୍ଟିସ ସନ୍ଦୀପ ମେହେଟ୍ଟାଙ୍କ ଅବକାଶକାଳୀନ ଖଣ୍ଡପୀଠ ଆମ୍ ଆଦମୀ ପାର୍ଟି ପକ୍ଷରୁ ହାଜର ହୋଇଥିବା ଓକିଲ ଅଭିଷେକ ମନୁ ସିଂଘଭୀଙ୍କ ଯୁକ୍ତି ଉପରେ ବିଚାର କରିବା ପରେ ସମୟସୀମା ଅଗଷ୍ଟ ୧୦ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ, ଆମ୍ ଆଦମୀ ପାର୍ଟିକୁ ଅଗଷ୍ଟ ୧୦ କିମ୍ବା ତା’ପୂର୍ବରୁ ୨୦୬, ରାଉଜ୍ ଆଭେନ୍ୟୁରେ ଅଧିକୃତ ବିଲ୍ଡିଂକୁ ଛାଡ଼ିବାକୁ ପଡିବ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories