www.samajalive.in
Saturday, December 6, 2025
16.1 C
Bhubaneswar

ପୁଣି ଜେଲ ଯିବେ ମହିମା

ନୂଆଦିଲ୍ଲୀ: ମହେନ୍ଦ୍ର ସିଂହ ହତ୍ୟା ମାମଲାରେ ସର୍ତମୂଳକ ଜାମିନ ଥିବା ଶିଳ୍ପପତି ମହିମା ମିଶ୍ର ପୁଣି ଥରେ ଜେଲ ଯିବାର ସମ୍ଭାବନା ଦେଖା ଦେଇଛି। ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଶ୍ରୀ ମିଶ୍ରଙ୍କୁ ସର୍ତ୍ତମୂଳକ ଜାମି ପ୍ରଦାନ କରାଯାଇ ଥିଲା। ଶ୍ରୀ ମିଶ୍ରଙ୍କୁ ଅକ୍ଟୋବର ୨୬ରେ ହୋଇଥିବା ମହେନ୍ଦ୍ର ସିଂହ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇ ଥିଲା। ୨୦୧୮ ଜୁଲାଇ ୧୬ରେ ୨ଟି ଅପରାଧିକ ମାମଲାରେ ଉଚ୍ଚ ନ୍ୟାୟାଳୟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ଉଚ୍ଚ ନ୍ୟାୟାଳୟର ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାର ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ। ମଙ୍ଗଳବାର ଏହି ମାମଲାର ଶୁଣାଣି କରି ସୁପ୍ରିମ କୋର୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ଜାମିନକୁ ଖାରଜ କରିଦେଇଛନ୍ତି। ଜଷ୍ଟିସ ଅଭୟ ମନୋହର ସାପ୍ରେ ଓ ଜଷ୍ଟିସ ୟୁ ୟୁ ଲଲିତଙ୍କ ଦ୍ୱାରା ଗଠିତ ଖଣ୍ଡପିଠ ଏହି ଜମିନକୁ ଖାରଜ କରିଦେଇଛନ୍ତି। ଫଳରେ ଶିଳ୍ପପତି ଶ୍ରୀ ମିଶ୍ର ପୁଣି ଜେଲ ଯିବାର ସମ୍ଭାବନା ଦେଖାଦେଇଛି।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories