www.samajalive.in
Saturday, December 6, 2025
14.1 C
Bhubaneswar

୨୦୨୦ସୁଦ୍ଧା ଭାରତରେ ମହାମାରୀ ରୂପ ଧାରଣ କରିବ ହୃଦରୋଗ

ନୂଆଦିଲ୍ଲୀ : ଭାରତୀୟ ଯୁବକମାନଙ୍କ ମଧ୍ୟରେ ହୃଦଘାତ ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ତେବେ ଯଦି ଏହାକୁ ରୋକା ନ ଯାଏ ତେବେ ଏହା ମହାମାରୀର ରୂପ ନେବ। ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ତଥା ମ୍ୟାକ୍ସ ସୁପର ସ୍ପେସିଆଲିଟି ହସ୍ପିଟାଲର ଚିକିତ୍ସକ ଡ଼ାକ୍ତର ନିତ୍ୟାନନ୍ଦ ତ୍ରିପାଠୀ ଏହା କହିଛନ୍ତି। ଡ଼ାକ୍ତର ତ୍ରିପାଠୀ କହିଛନ୍ତି ଭାରତରେ ହୃଦରୋଗ ମହାମାରୀ ରୋକିବାର  ଏକମାତ୍ର କୌଶଳ ହେଉଛି ଲୋକଙ୍କୁ ଶିକ୍ଷିତ କରିବା ବା ସ୍ବାସ୍ଥ୍ୟ ସଚେତନ କରିବା। ନଚେତ ୨୦୨୦ସୁଦ୍ଧା ସବୁଠାରୁ ଅଧିକ ମୃତ୍ୟୁ ହୃଦରୋଗ କାରଣରୁ ହେବ।
ଡ଼ାକ୍ତର ତ୍ରିପାଠୀ କହିଛନ୍ତି ଯେ, ପ୍ରଥମେ ବୟସ୍କ ଲୋକଙ୍କୁ ହୃଦଘାତ ହେଉଥିବା ବିବେଚନା କରାଯାଉ ଥିଲା। କିନ୍ତୁ ଏବେ ଅଧିକାଂଶ ଲୋକ ବୟସର ଦ୍ୱିତୀୟ, ତୃତୀୟ ଅବା ଚତୁର୍ଥ ଦଶକରେ ହୃଦରୋଗରେ ପୀଡିତ ହେଉଛନ୍ତି। ଆଧୁନିକ ଜୀବନ ଶୈଳୀକୁ ନେଇ ବଢୁଥିବା ଚାପ ଯୋଗୁଁ ଯୁବ ସମାଜ ମଧ୍ୟରେ ହୃଦ ରୋଗ ସମସ୍ୟା ଅଧିକ ଦେଖାଦେଉଛି। ସେହିପରି କେତେକ କ୍ଷେତ୍ରରେ ବଂଶାନୁକ୍ରମିକ ଓ ପାରିବାରିକ ଇତିହାସ ଅନୁସାରେ ହୃଦ ରୋଗ ସମସ୍ୟା ଦେଖାଦେଉଛି। ତେବେ ଅତ୍ୟଧିକ ମାନସିକ ଚାପ, ଦୀର୍ଘ ସମୟ ଧରି କାର୍ଯ୍ୟ କରିବା ଏବଂ ଅନିୟମିତ ନିଦ୍ରା ଯୋଗୁଁ ଯୁବପିଢ଼ୀ ମଧ୍ୟରେ ଅଧିକ ଦୃଦରୋଗରର କାରଣ ପାଲଟିଛି । ସେହିପରି ଧୂମପାନ ଏବଂ ଆରାମ ଜୀବନ ଶୈଳୀ ମଧ୍ୟ ୨୦ରୁ ୩୦ ବର୍ଷ ବୟସର ଯୁବକଙ୍କ ମଧ୍ୟରେ ହୃଦରୋଗର କାରଣ ପାଲଟିଛି।

- Advertisement -

ଅନ୍ୟ ପକ୍ଷରେ ଦେଶରେ ହୃଦରୋଗ ଚିକିତ୍ସାଳୟରେ ୨ ଲକ୍ଷରୁ ଅଧିକ ଓପନ ହାର୍ଟ ସର୍ଜରୀ କରାଯାଉଛି। ଆଉ ଏହି ସଂଖ୍ୟା ପ୍ରତି ବର୍ଷ ୨୫ ପ୍ରତିଶତ ବୃଦ୍ଧି ପାଉଛି । ତେବେ ଡ଼ାକ୍ତର ତ୍ରିପାଠୀ କହିଛନ୍ତି ଯେ, ସମସ୍ତ ଦୃଦରୋଗୀଙ୍କ ଲକ୍ଷଣ ସମାନ ନୁହେଁ। ଭିନ୍ନ ଭିନ୍ନ କ୍ଷେତ୍ରରେ ବିଭିନ୍ନ କାରଣରୁ ହୃଦରୋଗ ଦେଖାଦେଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories