www.samajalive.in
Monday, December 8, 2025
14.1 C
Bhubaneswar

ସୁପ୍ରିମକୋର୍ଟଙ୍କ ପ୍ରଶ୍ନ-ଏହି ଅପମିଶ୍ରିତ ଗହମ ଖାଇପାରିବ କି?

ନୂଆଦିଲ୍ଲୀ: ଗହମକୁ ସୁନ୍ଦର ଓ ଚିକ୍କଣ ଦେଖାଯିବା ପାଇଁ ସେଥିରେ ଏକପ୍ରକାର ସୁନେଲି ରଙ୍ଗ ଗୋଳାଯାଉଥିଲା। ଯେଉଁ ରଙ୍ଗ ଖାଇବା ଉପଯୋଗୀ ନୁହେଁ, ବରଂ ତାହା ଅତ୍ୟନ୍ତ କ୍ଷତିକାରକ ଏବଂ ଅନେକ ରୋଗର କାରଣ ହେବ। ଏହା ଜଣାପଡିବା ପରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ସଂପୃକ୍ତ ବ୍ୟଙ୍କିଙ୍ଗ ବିରୁଦ୍ଧରେ ଏତଲା ଦାଏର କରାଗଲା। ଉକ୍ତ ବ୍ୟକ୍ତିଜଣକ ଗିରଫକୁ ଏଡାଇବା ପାଇଁ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟରେ ଆଗୁଆ ଜାମିନ ଆବେଦନ କରିଥିଲେ। କିନ୍ତୁ ସର୍ବୋଚ୍ଚ ଅଦାଲତ ଏହି ଜାମିନ ଆବେଦନ କରିଥିବା ମହକିଲାଙ୍କ ଓକିଲଙ୍କୁ ‘ଆପଣ ଏହି ଅପମିଶ୍ରିତ ଗହମ ଖାଇପାରିବେ କି? ବୋଲି ପ୍ରଶ୍ନ କରିବା ଅଭିଯୁକ୍ତଙ୍କର ଆଗୁଆ ଜାମିନ ଆବେଦନକୁ ଖାରଜ କରିଛନ୍ତି।
ଘଟଣା ଘଟିଛି ମଧ୍ୟପ୍ରଦେଶର ନିମୁଚ ଜିଲାର କନୱଟି ଗ୍ରାମରେ। ସେଠାରେ ଥିବା ଦର୍ଶିଲ ଆଗ୍ରୋ ଇଣ୍ଡଷ୍ଟ୍ରିଜ ପରିସରରେ ଗହମକୁ ସୁନ୍ଦର ଓ ଚିକ୍କଣ ଦେଖାଯିବା ପାଇଁ ଖାଇବା ଉପଯୋଗୀ ହୋଇନଥିବା ଏକ ପ୍ରକାର ସୁନେଲି ରଙ୍ଗ ଗୋଳାଯାଉଥିଲା। ଏହି ଘଟଣା ଜଣାପଡିବା ପରେ ଖାଦ୍ୟ ନିରାପତ୍ତା ବିଭାଗର ଅଧିକାରୀମାନେ ଉକ୍ତ କମ୍ପାନୀ ଉପରେ ଚଢଉ କରି ସେଠାରୁ ଏଭଳି ଅପମିଶ୍ରିତ ଗହମ କରିବା ସହିତ ଦୁଇ ବ୍ୟବସାୟୀ ପ୍ରୱର ଗୋୟଲ ଏବଂ ବିନୀତ ଗୋୟଲଙ୍କ ବିରୁଦ୍ଧରେ ଏତଲା ଦାଏର କରିଥିଲେ। ଦୁଇ ବ୍ୟବସାୟୀ ଗିରଫକୁ ଏଡାଇବା ପାଇଁ ମଧ୍ୟପ୍ରଦେଶ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ହାଇକୋର୍ଟ ତାହାକୁ ଖାରଜ କରିଦେବା ପରେ ଦୁଇ ଅଭିଯୁକ୍ତ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ସୁପ୍ରିମକୋର୍ଟର ଜଷ୍ଟିସ ଇନ୍ଦିରା ବାନାର୍ଜୀ ଏବଂ ଜଷ୍ଟିସ ଏମ ଆର ଶାହଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ନିକଟରେ ଶୁଣାଣି ସମୟରେ ଅଭିଯୁକ୍ତଙ୍କ ଓକିଲ ପୁନିତ ଜୈନ ଯୁକ୍ତି ଦର୍ଶାଇ କହିଥିଲେ ଯେ ଖାଦ୍ୟ ଅପମିଶ୍ରଣ ଆଇନ ଅଧୀନରେ ଥିବା ଦଣ୍ଡ ବ୍ୟବସ୍ଥା ଜାମିନଯୋଗ୍ୟ, ତେଣୁ ତାଙ୍କ ମହକିଲଙ୍କୁ ଆଗୁଆ ଜାମିନ ଅନୁମୋଦନ କରାଯାଉ। କିନ୍ତୁ ଏହାର ଜବାବରେ ମାନ୍ୟବର ଖଣ୍ଡପୀଠ ଆଇନଜୀବୀ ଶ୍ରୀ ଜୈନଙ୍କୁ ପ୍ରଶ୍ନ କରିଥିଲେ ଯେ, କେବଳ ଭାରତରେ ସ୍ୱାସ୍ଥ୍ୟ ପ୍ରସଙ୍ଗକୁ ନେଇ ଆମେ ଉଦାର ଭାବ ପୋଷଣ କରୁଛୁ। ଜଷ୍ଟିସ ଶାହ ଶ୍ରୀ ଜୈନଙ୍କୁ ପଚାରିଲେ, ‘ଆପଣ ଏହାର ଉତ୍ତର ଦିଅନ୍ତୁ, ଆପଣ ସେହି ଅପମିଶ୍ରିତ ଗହମ ଖାଇପାରିବେ କି?’ ଏହାପରେ ଖଣ୍ଡପୀଠ ଦୁଇ ଅଭିଯୁକ୍ତଙ୍କ ପକ୍ଷରୁ ଦାଏର ଆଗୁଆ ଜାମି ଆବେଦନ ଅଗ୍ରାହ୍ୟ କରିଦେଇଥିଲେ। ସୂଚନାଯୋଗ୍ୟ ଯେ ଖାଦ୍ୟ ନିରାପତ୍ତା ବିଭାଗର ଅଧିକାରୀମାନେ ଉକ୍ତ କମ୍ପାନୀ ଉପରେ ୨୦୨୦ ଡିସେମ୍ବର ୩ ତାରିଖ ଦିନ ଚଢଉ କରି ୧,୨୦,୬୨୦ କିଲୋଗ୍ରାମ ଓଜନର ନିମ୍ନ ମାନର ଏବଂ ନକଲି ବ୍ରାଣ୍ଡ୍‍ ଲଗାଯାଇଥିବା ପଲିଶ୍‍ଡ ଗହମ ଜବତ କରିଥିଲେ, ଯାହାର ଆନୁମାନିକ ମୂଲ୍ୟ ୨୭.୪ ଲକ୍ଷ ଟଙ୍କା ହେବ। ମଧ୍ୟପ୍ରଦେଶ ହାଇକୋର୍ଟ ଏହି ଘଟଣାରେ ଗତ ମାର୍ଚ୍ଚ ୧୨ ତାରିଖରେ ଦୁଇ ଅଭିଯୁକ୍ତଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେବା ସହିତ ଏହି ଅଭିଯୋଗ ସାଂଘାତିକ ଧରଣର ବୋଲି ମତ ଦେଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories