ନୂଆଦିଲ୍ଲୀ : ବଡ ଝଟକା। ପୁଣି ମହଙ୍ଗା ମାଡ ସହ ପକେଟ୍ ଉପରେ ପଡିବ ପ୍ରଭାବ। ବଢିବ ବିଜୁଳି ବିଲ୍।
ଦେଶର ରାଜଧାନୀ ଦିଲ୍ଲୀରେ ବିଜୁଳି ଦର ବୃଦ୍ଧି ହେବା ନେଇ ସମ୍ଭାବନା ରହିଛି। ସୁପ୍ରିମକୋର୍ଟ ଗୋଟିଏ ମାମଲାର ଶୁଣାଣି କରିବା ସମୟରେ ଦିଲ୍ଲୀରେ ବିଜୁଳି ଦର ବୃଦ୍ଧି ପାଇଁ ଅନୁମତି ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ବିଜୁଳି ଦରରେ ବୃଦ୍ଧି ସଠିକ୍ ଭାବେ ହେବା ଉଚିିତ୍। ନ୍ୟାୟାଳୟ ବିଜୁଳି ବିଲ୍ ଦର ବଢାଇବା ପାଇଁ ଅନୁମତି ଦେବା ସହ କିଛି ସର୍ତ୍ତ ରଖିଛନ୍ତି। କୋର୍ଟ କହିଛନ୍ତି ଯେ, ବୃଦ୍ଧି ଲାଭଦାୟକ ହେବା ଆବଶ୍ୟକ ଓ ଦିଲ୍ଲୀ ନିୟାମକ ଆୟୋଗ ପକ୍ଷରୁ ସ୍ଥିର କରାଯାଇଥିବା ସୀମାରୁ ଅଧିକ ହେବା ଉଚିିତ୍ ନୁହେଁ ।
ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛନ୍ତି, ଦିଲ୍ଲୀରେ ବିଜୁଳି ଦର ବଢା ଯାଇପାରିବ, ମାତ୍ର ତାହା ପକେଟ୍କୁ ସୁହାଇବା ଭଳି ହେବା ଆବଶ୍ୟକ ।
ତେବେ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିର ପ୍ରଭାବ ଦିଲ୍ଲୀ ସମେତ ଦେଶର ଅନ୍ୟ ରାଜ୍ୟ ଉପରେ ମଧ୍ୟ ପଡିପାରେ ।
ଏହି ମାମଲା ବିଜୁଳି ବିତରଣ କମ୍ପାନୀର ଅଟକିଥିବା ଟଙ୍କାକୁ ନେଇ ବର୍ଷ ବର୍ଷ ଧରି ଚାଲିଥିବା ମକଦ୍ଦମା ଉପରେ ହୋଇଛି।
ସୁପ୍ରିମକୋର୍ଟ କହିଛନ୍ତି ଯେ, ଦିଲ୍ଲୀ ବିଜୁଳି ନିୟାମକ ଆୟୋଗ (ଡିଇଆରସି) ରୋଡ୍ମ୍ୟାପ୍ ତିଆରି କରିବା ଆବଶ୍ୟକ ଯେ ବିଜୁଳି ବିଲ୍ କେବେ ଓ କେତେ ବଢାଇବା ଉଚିିତ୍। ରିପୋର୍ଟ ଅନୁଯାୟୀ, ବୃଦ୍ଧି ବିଜୁଳି ଦର ଯେପରି ସମସ୍ତ ପ୍ରକାର ଉପଭୋକ୍ତାଙ୍କ ଉପରେ ଲାଗୁ କରାଯାଇପାରିବ।
ଦେଖନ୍ତୁ ଛାତିଥରା ଭିଡିଓ ; ବାପା ଫୋନ୍ ଦେଖିବା ବେଳେ ଶିଶୁ ଉପରେ ମାଡିଗଲା କାର୍..



