www.samajalive.in
Saturday, December 6, 2025
15.1 C
Bhubaneswar

୯୫ ବର୍ଷ ପରେ ରାକ୍ଷୀ ପୂର୍ଣ୍ଣିମାରେ ଦୁର୍ଲ୍ଲଭ ସଂଯୋଗ: ଏହି ରାଶି କିଣିବେ ଘର,ଗାଡି, ହେବେ ହଠାତ୍‌ ଧନୀ, ଦୂର ହେବ ବିବାହ ସମସ୍ୟା..

ଚଳିତ ବର୍ଷ ୯ ଅଗଷ୍ଟ ୨୦୨୫ ଅର୍ଥାତ୍‌ ଶନିବାର ପାଳନ କରାଯାଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ରାକ୍ଷୀ ପୂର୍ଣ୍ଣିମା ଶ୍ରାବଣ ମାସର ଶୁକ୍ଳପକ୍ଷର ପୂର୍ଣ୍ଣିମା ତିଥିରେ ପାଳନ କରାଯାଉଛି । ଏହି ଦିନଟି ଭାଇ-ଭଉଣୀଙ୍କ ଅତୁଟ ପ୍ରେମ ଓ ବନ୍ଧନର ପ୍ରତୀକ ବୋଲି କୁହାଯାଏ । ଜ୍ୟୋତିର୍ବିଦ୍‌ଙ୍କ ମତାନୁସାରେ ଚଳିତ ବର୍ଷର ରାକ୍ଷୀ ପୂର୍ଣ୍ଣିମା ଖୁବ୍‌ ଖାସ୍‌ । କାରଣ ପ୍ରାୟ ୯୫ ବର୍ଷ ପରେ ଏଥର ରାକ୍ଷୀ ପୂର୍ଣ୍ଣିମାରେ ଗ୍ରହଙ୍କ ବିଶେଷ ସଂଯୋଗ ହେବାକୁ ଯାଉଛି । ଏହି ଦିନ ସୌଭାଗ୍ୟ ଯୋଗ୍ୟ, ଶୋଭନ ଯୋଗ ଓ ସର୍ବାର୍ଥ ସିଦ୍ଧି ଯୋଗ ସୃଷ୍ଟି ହେବ । ଏହି ଦିନ ଶ୍ରବଣ ନକ୍ଷତ୍ର ଯୋଗ ସହ ଶନିବାର ମଧ୍ୟ । ଏଭଳି ଯୋଗ ପ୍ରାୟ ୯୫ ବର୍ଷ ପରେ ଏଥର ରାକ୍ଷୀ ପୂର୍ଣ୍ଣିମାରେ ହେବାକୁ ଯାଉଛି । ବର୍ଷ ୧୯୩୦ରେ ମଧ୍ୟ ରାକ୍ଷୀ ପୂର୍ଣ୍ଣିମା ୯ ଅଗଷ୍ଟରେ ଏହିସମସ୍ତ ଯୋଗରେ ଶନିବାର ପାଳନ କରାଯାଇଥିଲା ।
ଏହି ଯୋଗ କିଛି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭଙ୍କର ହେବାକୁ ଯାଉଛି । ଯାହା ସେମାନଙ୍କ ଭାଗ୍ୟ ସୁନା ଭଳି ଚମକାଇବ..

ମିଥୁନ- ଲୋକପ୍ରିୟତା ବଢିବ । ବ୍ୟବସାୟରେ ବଡ ଲାଭ ମିଳିବ । କୋର୍ଟ କଚେରୀ ମାମଲାରେ ସଫଳ ହେବେ । ଅବିବାହିତ ଯୁବକ ଯୁବତୀଙ୍କ ବିବାହରେ ଥିବା ସମସ୍ୟା ଦୂର ହେବ । ନୂଆ ନୂଆ ସୁଯୋଗ ମିଳିବ । ନୂଆ ଚାକିରିର ଯୋଗ ରହିଛି । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଶୁଭ ଖବର ମିଳିବ ।

- Advertisement -

ସିଂହ- ସକରାତ୍ମକ ଫଳ ମିଳିବ । ଆୟରେ ବୃଦ୍ଧି ହେବ । ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କୁ ନୂଆ ନୂଆ ସୁଯୋଗ ମିଳିବ । ଧନ ଲାଭ ମିଳିବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ ।

କର୍କଟ- ମାନସିକ ଶାନ୍ତି ମିଳିବ । ଭୂମି, ଜମି କିଣିବାର ସୁଯୋଗ ପାଇବେ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ଦରମା ବଢିବ । ସନ୍ତାନ ପକ୍ଷରୁ ଶୁଭ ଖବର ମିଳିବ । ଇଚ୍ଛା ପୂରଣ ହେବ । ଟଙ୍କା ସଞ୍ଚୟ କରିବେ ।

ବିଛା- ଏହି ରାଶିଙ୍କୁ ଶୁଭଫଳ ମିଳିବ । ବ୍ୟବସାୟରେ ଖୁବ୍‌ ଉନ୍ନତି, ଅଟକି ଥିବା କାମ ପୂରଣ ହେବ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । ଗୋଟିଏ ପରେ ଗୋଟିଏ ସଫଳତା ମିଳିବ । ସରକାରୀ କାର୍ଯ୍ୟରେ ଲାଭ ମିଳିବ । ସମ୍ମାନ ବୃଦ୍ଧି ହେବ । ସମ୍ପର୍କ ମଜଭୁତ ହେବ ।

ମୀନ- ବ୍ୟବସାୟରେ ଖୁବ୍‌ ଲାଭ ମିଳିବ । ବିଦେଶ ଯାତ୍ରାର ଯୋଗ ରହିଛି । ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କୁ ବିଶେଷ ଲାଭ ମିଳିବ । ଦରମା ବଢିବ ।ଆୟରେ ବୃଦ୍ଧି ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ ।

ଲଞ୍ଚ ହେଲା ଭିଭୋର ଏହି ଜବରଦସ୍ତ ଫୋନ୍‌; ପାଣିରେ ବୁଡିଲେ ହେବନି ଖରାପ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories