ନୂଆଦିଲ୍ଳୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ସମୀକ୍ଷା ବୈଠକରେ ରେପୋ ରେଟ୍ ଅପରିବର୍ତ୍ତିତ ରହିଛି । ଏନେଇ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ନେତୃତ୍ୱରେ ମୁଦ୍ରା ନୀତି କମିଟିର ତିନି ଦିନିଆ ବୈଠକ ପରେ ସୁଧ ହାର ଉପରେ ଏହି ନିଷ୍ପତ୍ତି ନିଆଯାଇଛି । ଏଥର ରେପୋ ରେଟ୍ କୁ ସ୍ଥିର ରଖାଯାଇଛି । ବର୍ତ୍ତମାନ ପାଇଁ ଆରବିଆଇ ରେପୋ ରଟ୍ ୫.୫୦ପ୍ରତିଶତରେ ଅପରିବର୍ତ୍ତିତ ରଖିଛି । ଗତ ଏମପିସି ବୈଠକରେ ରେପୋ ହାର ୫୦ବେସିସ୍ ପଏଣ୍ଟ ହ୍ରାସ କରାଯାଇଥିଲା । ଆରବିଆଇ ଫେବୃଆରୀ ଏବଂ ଏପ୍ରିଲରେ ମଧ୍ୟ ରେପୋ ହାର ୨୫-୨୫ ବେସିସ୍ ପଏଣ୍ଟ ହ୍ରାସ କରିଥିଲା ।
ରେପୋ ହାର ହେଉଛି ସେହି ହାର ଯେଉଁଥିରେ ଆରବିଆଇ ବ୍ୟାଙ୍କଗୁଡିକୁ ଟଙ୍କା ଋଣ ପ୍ରଦାପ କରିଥାଏ । ଯେତେବେଳେ ରେପୋ ହାର କମ୍ ଥାଏ, ବ୍ୟାଙ୍କ ଗୁଡିକ ପାଇଁ ଟଙ୍କା ଋଣ ନେବା ଶସ୍ତା ହୋଇଯାଏ । ଏହାସହିତ ସେମାନେ ଗ୍ରାହକମାନଙ୍କୁ କମ୍ ସୁଧ ହାରରେ ଟଙ୍କା ଋଣ ଦେଇପାରିବେ । ରେପୋ ହାର ହ୍ରାସ ହେବା ଦ୍ୱାରା ଗୃହ ଏବଂ କାର ଋଣ ଭଳି ଋଣ ଶସ୍ତା ହୋଇଥାଏ ।
ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ଯେ ମୁଦ୍ରାନୀତି କମିଟି ସର୍ବସମ୍ମତିକ୍ରମେ ନୀତି ରେପୋ ହାରକୁ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି । ସେ କହିଛନ୍ତି ଯେ ମୁଦ୍ରାସ୍ପୀତି ଆହୁରି ବୃଦ୍ଧି ପାଇବାର ସମ୍ଭାବନା ଅଛି । ମୂଳ ମୁଦ୍ରାସ୍ପୀତି ୪ପ୍ରତିଶତରେ ସ୍ଥିର ରହିଥିବା ବେଳେ ଅନେକ ବିକଶିତ ଦେଶରେ ମୁଦ୍ରାସ୍ପୀତି ବୃଦ୍ଧି ପାଉଛି ।
#WATCH | Giving Monetary Policy statement, RBI Governor Sanjay Malhotra says, ” The uncertainties of tariffs are still evolving…”
“The MPC noted that while headline inflation is much lower than projected earlier, it is mainly due to volatile food prices. Inflation is… pic.twitter.com/dLmcCxuDZv
— ANI (@ANI) August 6, 2025



