ନୂଆଦିଲ୍ଲୀ : ବୈବାହିକ ବଳାତ୍କାରକୁ ଅପରାଧ ବୋଲି ଘୋଷଣା କରିବା ସମ୍ବନ୍ଧୀୟ ଆବେଦନଗୁଡ଼ିକର ଖୁବ ଶୀଘ୍ର ସୁପ୍ରିମକୋର୍ଟରେ ଶୁଣାଣି ହେବ ବୋଲି ଜଣାପଡ଼ିଛି। ଏନେଇ ସିଜେଆଇ କହିଛି ଏହି ମାମଲାଗୁଡ଼ିକ ୩ ଜଣିଆ ଖଣ୍ଡପୀଠଙ୍କ ଦ୍ୱାରା ଶୁଣାଣି ହେବ ଏବଂ ୫ ଜଣିଆ ସମ୍ବିଧାନ ବେଞ୍ଚ କେତେକ ତାଲିକାଭୁକ୍ତ ମାମଲାର ଶୁଣାଣି ଶେଷ କରିବା ପରେ ଶୁଣାଣି ପାଇଁ ତାଲିକାଭୁକ୍ତ ହେବ। ସୂଚନା ଅନୁସାରେ, ମାର୍ଚ୍ଚ ୨୨ରେ ବୈବାହିକ ବଳାତ୍କାର ସମ୍ପର୍କିତ ଆବେଦନଗୁଡ଼ିକର ଶୁଣାଣି ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ମେ ୯କୁ ତାରିଖ ସ୍ଥିର କରିଥିଲେ। ପୂର୍ବରୁ ସର୍ବୋଚ୍ଚ ଅଦାଲତ ଜାନୁଆରୀ ୧୬ରେ ବୈବାହିକ ବଳାତ୍କାରର ଅପରାଧୀକରଣ ତଥା ଆଇପିସି ବ୍ୟବସ୍ଥା ଉପରେ ଆବେଦନ ଉପରେ କେନ୍ଦ୍ରର ପ୍ରତିକ୍ରିୟା ଲୋଡିଥିଲେ। ଏହି ପ୍ରସଙ୍ଗରେ ୧୧ ମେ ୨୦୨୨ ମସିହାରେ ଦିଲ୍ଲୀ ହାଇକୋର୍ଟଙ୍କ ବିଭାଜିତ ରାୟକୁ ନେଇ ଏକ ପିଟିସନ ଦାଖଲ କରାଯାଇଛି।
Popular Categories



