www.samajalive.in
Saturday, December 6, 2025
14.1 C
Bhubaneswar

ଜାତୀୟ ସବୁଜ ଟ୍ରାଇବୁନାଲ ଆଦେଶକୁ ଖାରଜ କଲେ ସୁପ୍ରିମକୋର୍ଟ

ତାମିଲନାଡୁ: ଟୁଟିକରିନ୍‍ଠାରେ ବେଦାନ୍ତର ଷ୍ଟେରିଲାଇଟ୍‍ କାରଖାନାକୁ ପୁଣି ଥରେ ଖୋଲିବା ପାଇଁ ଜାତୀୟ ସବୁଜ ଟ୍ରାଇବୁନାଲ ଡିସେମ୍ବର ୨୦୧୮ରେ ଦେଇଥିବା ଆଦେଶକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ୨୦୧୮ରେ ତାମିଲନାଡୁରେ ଷ୍ଟେରିଲାଇଟ୍‍ ତମ୍ବା କାରଖାନା ବିରୋଧି ବିକ୍ଷୋଭରେ ପୋଲିସ ଗୁଳିରେ ୧୩ଜଣ ପ୍ରାଣ ହରାଇଥିବା ଘଟଣାର ନିରପେକ୍ଷଭାବେ ତଦନ୍ତ କରିବା ପାଇଁ ସୁପ୍ରିମକୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଆର.ଏଫ ନରିମାଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ କହିଛନ୍ତି, ଏହି କାରଖାନାକୁ ପୁଣି ଥରେ ଖୋଲିବା ପାଇଁ ଆଦେଶ ଦେବା ଜାତୀୟ ସବୁଜ ଟ୍ରାଇବୁନାଲର ବିଚାର ପରିସର ବାହାରେ। ବେଞ୍ଚ କହିଛନ୍ତି, କାରଖାନା ଖୋଲିବାକୁ ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପାଇଁ ବେଦାନ୍ତର ସ୍ୱାଧୀନତା ରହିଛି। ଷ୍ଟେରିଲାଇଟ କାରଖାନାକୁ ବନ୍ଦ କରିବା ପାଇଁ ତାମିଲନାଡୁ ସରକାରଙ୍କ ନିଷ୍ପତ୍ତି ବିରୁଦ୍ଧରେ ଜାତୀୟ ସବୁଜ ଟ୍ୟିବୁନାଲ ଦେଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଇବା ପାଇଁ ତାମିଲନାଡୁ ପ୍ରଦୂଷଣ ବୋର୍ଡକୁ ନିର୍ଦ୍ଦେଶ ଦେବା ପାଇଁ ବେଦାନ୍ତ ପକ୍ଷରୁ ହୋଇଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories