ନୂଆଦିଲ୍ଲୀ: ପୀଡ଼ିତାଙ୍କ ଫଟୋ କିମ୍ବା ଭିଡିଓ ପ୍ରକାଶ କରିବା ଉପରେ ସୁପ୍ରିମକୋର୍ଟ କଟକଣା ଜାରି କରିଛନ୍ତି। ବିହାରର ମୁଜାଫରପୁର ଆଶ୍ରୟସ୍ଥଳରେ ନାବାଳିକାଙ୍କ ଉପରେ ହୋଇଥିବା ଅତ୍ୟାଚାର ଘଟଣାରେ ସୁପ୍ରିମକୋର୍ଟ ଉପରୋକ୍ତ ନିର୍ଦେଶ ଦେଇଛନ୍ତି। ଏଥିସହିତ ବିହାର ଓ କେନ୍ଦ୍ରସରକାରଙ୍କୁ ମଧ୍ୟ ଏହି ମର୍ମରେ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି।
ଏହି ଘଟଣାରେ ଉଦ୍ବେଗ ପ୍ରକାଶ କରି ସୁପ୍ରିମକୋର୍ଟ କହିଛନ୍ତି ଯେ ସେହି ଅନାଥାଶ୍ରମରୁ ଉଦ୍ଧାର ହୋଇଥିବା କିଛି ନାବାଳିକାଙ୍କ ସାକ୍ଷାତକାର ଓ ଫଟୋ କେତେକ ଗଣମାଧ୍ୟମରେ ବାରମ୍ବାର ପ୍ରକାଶ ପାଉଥିବା ଦେଖାଯାଉଛି। ସାକ୍ଷାତକାର ଜରିଆରେ ସେମାନଙ୍କୁ ଘଟଣା ସମ୍ପର୍କରେ ସ୍ମରଣ କରିବା ପାଇଁ ବାଧ୍ୟ କରାଯାଉଛି। ଏହାଦ୍ୱାରା ସେମାନଙ୍କ ମାନସିକ ସନ୍ତୁଳନ ବିଗିଡ଼ି ଯାଇପାରେ। ତେଣୁ ଏଭଳି କାର୍ଯ୍ୟରୁ କ୍ଷାନ୍ତ ରହିବା ପାଇଁ ଉଭୟ ବୈଦ୍ୟୁତିକ ଓ ମୁଦ୍ରିତ ଗଣମାଧ୍ୟମକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି।
ପୀଡ଼ିତାଙ୍କ ଫଟୋ ଓ ଭିଡିଓ ପ୍ରକାଶନ ଉପରେ କଟକଣା
Popular Categories



