ବିଚାର ପ୍ରକ୍ରିୟାର ପରୀକ୍ଷାମୂଳକ ସିଧା ପ୍ରସାରଣ ପାଇଁ ଏଜିଙ୍କ ପରାମର୍ଶ

0

ନୂଆଦିଲ୍ଲୀ: ବିଚାର ପ୍ରକ୍ରିୟାର ସିଧା ପ୍ରସାରଣ ପୂର୍ବରୁ କେତେକ ନିର୍ଦ୍ଦିଷ୍ଟ ମାମଲାର ଶୁଣାଣିରେ ପରୀକ୍ଷାନିରୀକ୍ଷା କରିବାକୁ ଆଟର୍ଣ୍ଣି ଜେନେରାଲ୍‍ କେ କେ ଭେନୁଗୋପାଳ ସୁପ୍ରିମକୋର୍ଟଙ୍କୁ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ, ବିଚାରପକ୍ରିୟା ଚାରିକାନ୍ଥ ଭିତରେ ସୀମିତ ରହୁଥିବାରୁ ସାଧାରଣ ଜନତା ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ଓ ସ୍ଥିତି ବିଷୟରେ ଜାଣିପାରୁନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ଏଣିକି ମାମଲା ଶୁଣାଣିକୁ ସିଧାପ୍ରସାରଣ କରିବାକୁ ନିଷ୍ପତ୍ତି ହୋଇଛି।
କିନ୍ତୁ ଏହାର ଅପବ୍ୟବହାର ହେବାର ଆଶଙ୍କା ଥିବା ଦର୍ଶାଇ ଇନ୍ଦିରା ଜୟସିଂହଙ୍କ ପକ୍ଷରୁ କୋର୍ଟରେ ଏକ ଆବେଦନ କରାଯାଇଛି। ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ର, ବିଚାରପତି ଏ ଏମ ଖାନ୍‍ୱିଲକର ଓ ଡି ୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଗରେ ଶ୍ରୀ ଭେନୁଗୋପାଳ କହିଛନ୍ତି ଯେ ସବୁ ମାମଲାରେ ବିଚାରପ୍ରକ୍ରିୟାର ସିଧା ପ୍ରସାରଣ ପୂର୍ବରୁ ପରୀକ୍ଷାମୂଳକ ଭାବେ କେତେକ ଗୁରୁତ୍ୱପୂର୍ଣ୍ଣ ମାମଲାରେ ପ୍ରୟୋଗ କରାଯିବା ଉଚିତ। ଅପରପକ୍ଷରେ ବିଚାର ପ୍ରକ୍ରିୟାର ସିଧା ପ୍ରସାରଣର ବୈଷୟିକ ସୁବିଧା ଏବଂ ଫୁଟେଜ୍‍କୁ କିଭଳି ବ୍ୟବହାର କରାଯିବ ସେ ସମ୍ପର୍କରେ ବିସ୍ତୃତ ରିପୋର୍ଟ ଏକ ସପ୍ତାହ ମଧ୍ୟରେ ଦେବାକୁ ଖଣ୍ଡପୀଠ ଆଟର୍ଣ୍ଣି ଜେନୋରାଲଙ୍କୁ କହିଛନ୍ତି।

Leave A Reply