www.samajalive.in
Friday, December 12, 2025
15.1 C
Bhubaneswar

ଇଣ୍ଟରନେଟ୍‌ ସେବା ମୌଳିକ ଅଧିକାର, ବାରମ୍ବାର କଟକଣା ଲଗାଇବା କ୍ଷମତାର ଅପବ୍ୟବହାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ଇଣ୍ଟରନେଟ୍‌ ସେବା ଉପରେ ପ୍ରତିବନ୍ଧକ ଲଗାଯାଇଥିବାରୁ ଏହାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହିତ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଇଣ୍ଟରନେଟ ସେନା ଜନସାଧାରଣଙ୍କର ମୌଳିକ ଅଧିକାର। କେବଳ ସୀମିତ ସମୟ ପାଇଁ ଏହା ଉପରେ ପ୍ରତିବନ୍ଧକ ଲଗାଯାଇପାରିବ। କିନ୍ତୁ ସରକାର ଦୀର୍ଘଦିନ ଧରି ଏହି ସେବା ବନ୍ଦ କରିଥିବାରୁ ଏହା ଉପରେ ସମୀକ୍ଷା କରନ୍ତୁ ବୋଲି ଜଷ୍ଟିସ ଏନ.ଭି. ରାମନା, ଆର. ସୁଭାଷ ରେଡ୍ଡୀ ଏବଂ ବି.ଆର. ଗାୱାଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁକ୍ରବାର ନିର୍ଦେଶ ଦେଇଛନ୍ତି।

ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ୧୬୦ ଦିନ ହେଲାଣି ବିଭିନ୍ନ ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ ରହିଛି। ସ୍ଵେଚ୍ଛାଚାରୀ ଭାବେ କ୍ଷମତା ପ୍ରୟୋଗ କରି ମୌଳିକ ଅଧିକାର ଉପରେ କଟକଣା ଲାଗୁ ହୋଇପାରିବ ନାହିଁ ସୁପ୍ରିମକୋର୍ଟ କହିଛନ୍ତି। ଜାମ୍ମୁ-କାଶ୍ମୀରରେ ଇଣ୍ଟରନେଟ ସେବା ବନ୍ଦ ବିରୋଧରେ ସୁପ୍ରିମକୋର୍ଟରେ ଆଗତ ଏକାଧିକ ପିଟିଶନର ଶୁଣାଣ କରି ଖଣ୍ଡପୀଠ ଉପରୋକ୍ତ ରାୟ ଦେଇଛନ୍ତି। ଖଣ୍ଡପୀଠ ନିର୍ଦେଶ ଦେଇ କହିଛନ୍ତି, କେନ୍ଦ୍ର ସରକାର ଏକ ସପ୍ତାହ ମଧ୍ୟରେ ଇଣ୍ଟରନେଟ କଟକଣା ଏବଂ ୧୪୪ ଧାରା ଭଳି ସମସ୍ତ କଟକଣା ନିଷ୍ପତ୍ତିର ସମୀକ୍ଷା କରିବେ। ସମସ୍ତ କଟକଣା ନିଷ୍ପତ୍ତି ସାର୍ବଜନୀନ କରିବେ। ଲଗାତାର କଟକଣା ଲଗାଇବା କ୍ଷମତାର ଅପବ୍ୟବହାର ସଙ୍ଗେ ସମାନ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହା ସହିତ ସରକାରୀ ୱେବସାଇଟ୍‌, ଇ-ବ୍ୟାଙ୍କିଂ ସେବା ତୁରନ୍ତ ଚାଲୁ କରିବାକୁ ନିର୍ଦେଶ ଦେଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories