www.samajalive.in
Monday, December 15, 2025
16.1 C
Bhubaneswar

କୃଷକଙ୍କୁ ସମର୍ଥନ: ପୁରସ୍କାର ଗ୍ରହଣ କରିବାକୁ ମନା କଲେ କୃଷି ବୈଜ୍ଞାନିକ

ଲୁଧିୟାନା : କୃଷି ଆଇନ ବିରୋଧରେ ଦେଶରେ ଚାଲିଥିବା କୃଷକ ଆନ୍ଦୋଳନକୁ ଦେଶ ବିଦେଶରୁ ସମର୍ଥନ ମିଳିବାରେ ଲାଗିଛି। ବ୍ରିଟେନ, କାନାଡା ଆମେରିକା ଭଳି ଦେଶରୁ କୃଷକମାନଙ୍କ ଆନ୍ଦୋଳନକୁ ସମର୍ଥନ ମିଳୁଥିବା ବେଳେ ଦେଶର କିଛି ଜଣାଶୁଣା ଲେଖକ, ରାଜନେତା ଓ ଖେଳାଳି କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରି ସେମାନଙ୍କୁ ସରକାରଙ୍କ ଦ୍ୱାରା ପ୍ରଦତ୍ତ ପୁରସ୍କାର ଫେରାଉଥିବା ଦେଖାଯାଇଛି। ଏହି କ୍ରମରେ ଲୁଧିଆନାସ୍ଥିତ ପଞ୍ଜାବ କୃଷି ବିଶ୍ୱବିଦ୍ୟାଳୟର ମୃତ୍ତିକା ବୈଜ୍ଞାନିକ ବୀରେନ୍ଦ୍ରପାଲ ସିଂହ କୃଷକଙ୍କ ସମର୍ଥନରେ ବାହାରିଛନ୍ତି।

ଗବେଷଣା ପାଇଁ ତାଙ୍କୁ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ସଦାନନ୍ଦ ଗୌଡା ପୁରସ୍କାର ପ୍ରଦାନ କରିବାକୁ ଯାଉଥିବା ବେଳେ ସେ ମନ୍ତ୍ରୀଙ୍କୁ ହାତଯୋଡି ଏହି ପୁରସ୍କାର ଗ୍ରହଣ କରିବାକୁ ମନା କରିଦେଇଛନ୍ତି। ବୀରେନ୍ଦ୍ରଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତୀୟ ଫର୍ଟିଲାଇଜର ଆସୋସିଏସନ ପକ୍ଷରୁ ଗୋଲଡେନ୍ ଜୁବଲି ସମ୍ମାନରେ ସମ୍ମାନିତ କରାଯିବାକୁ ଘୋଷଣା କରାଯାଇଥିଲା। ଏହା ପରେ ଆୟୋଜିତ ସଭାର ମଞ୍ଚ ଉପରକୁ ଆସିଥିଲେ ବୀରେନ୍ଦ୍ର। ହେଲେ ମନ୍ତ୍ରୀ ଯେତେବେଳେ ପୁରସ୍କାର ପ୍ରଦାନ କରିବାକୁ ଆସିଲେ ସେତେବେଳେ ବୀରେନ୍ଦ୍ର ଅତ୍ୟନ୍ତ ବିନୟ ଭାବେ ହାତଯୋଡି ପୁରସ୍କାର ଗ୍ରହଣ କରିବାକୁ ମନାକରି ଦେଇଥିଲେ। ସେ କହିଥିଲେ କୃଷକଙ୍କ ଆନ୍ଦୋଳନକୁ ସେ ସମର୍ଥନ କରୁଛନ୍ତି। ବର୍ତ୍ତମାନ ସମୟରେ ପୁରସ୍କାର ନେଲେ ତାହା କୃଷକଙ୍କ ପ୍ରତି ଅପମାନ ହେବ।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories