www.samajalive.in
Saturday, December 6, 2025
15.1 C
Bhubaneswar

କଳିଙ୍ଗନଗର ଟାଟା ଷ୍ଟିଲର ତରଳ ମେଡିକାଲ୍‍ ଅମ୍ଳଜାନ ଯୋଗାଣ ଆରମ୍ଭ

ଭୁବନେଶ୍ୱର/କଳିଙ୍ଗନଗର: ଭାରତୀୟ ରେଳବାଇର ଅମ୍ଳଜାନ ଏକ୍ସପ୍ରେସ୍‍ ଜରିଆରେ ଆଜିଠାରୁ ଟାଟା ଷ୍ଟିଲ୍‍ କଳିଙ୍ଗନଗର କାରଖାନାରୁ ତରଳ ମେଡିକାଲ୍‍ ଅମ୍ଳଜାନ ଯୋଗାଣ ଆରମ୍ଭ ହୋଇଛି। ସାତଟି କ୍ରାୟୋଜେନିକ୍‍ କଣ୍ଟେନର୍‍ ଥିବା ଏହି ଅମ୍ଳଜାନ ଟ୍ରେନ୍‍ ଓଡ଼ିଶାର ଯାଜପୁର ଜିଲ୍ଲାର କଳିଙ୍ଗନଗରରୁ ଦିଲ୍ଲୀକୁ ୧୩୨ ଟନ୍‍ ତରଳ ମେଡିକାଲ୍‍ ଅମ୍ଳଜାନ ନେଇ ଯାତ୍ରା କରିଛି। ଟାଟା ଷ୍ଟିଲ୍‍ର କଳିଙ୍ଗନଗର କାରଖାନାରୁ ତରଳ ମେଡିକାଲ୍‍ ଅମ୍ଳଜାନ ପରିବହନ କରିଥିବା ଏହା ପ୍ରଥମ ଅମ୍ଳଜାନ ଏକ୍ସପ୍ରେସ୍‍। ଟାଟା ଷ୍ଟିଲ୍‍ର କଳିଙ୍ଗନଗର କାରଖାନା ଓଡ଼ିଶା ସମେତ ଭାରତର ବିଭିନ୍ନ ରାଜ୍ୟକୁ ସଡ଼କ ପଥ ଜରିଆରେ ୩୬୩୦ ଟନ୍‍ ଅମ୍ଳଜାନ ପଠାଇ ସାରିଲାଣି।

ଦେଶରେ ଦେଖା ଦେଇଥିବା କୋଭିଡ୍‍-୧୯ର ଦ୍ୱିତୀୟ ଲହରରେ ମେଡିକାଲ୍‍ ଅମ୍ଳଜାନ ପରିବହନରେ ଆହ୍ୱାନକୁ ଦୃଷ୍ଟିରେ ରଖି ଦେଶର ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ ଶୀଘ୍ର ଓ ସମୟୋପଯୋଗୀ ଭାବେ ମେଡିକାଲ୍‍ ଅମ୍ଳଜାନ ଯୋଗାଣକୁ ନିଶ୍ଚିତ କରିବା ଲାଗି ଭାରତୀୟ ରେଳ ପକ୍ଷରୁ ଅମ୍ଳଜାନ ଏକ୍ସପ୍ରେସ୍‍ ଅଭିଯାନର ଶୁଭାରମ୍ଭ କରାଯାଇଛି।

- Advertisement -

ଏହି ଜାତୀୟ ଜରୁରୀକାଳୀନ ସ୍ଥିତି ପ୍ରତି ପ୍ରତିକ୍ରିୟା ସ୍ୱରୂପ ଟାଟା ଷ୍ଟିଲ୍‍ ପକ୍ଷରୁ ଏହାର ଜାମ୍‍ସେଦପୁର, କଳିଙ୍ଗନଗର ଓ ଢେଙ୍କାନାଳରେ ଥିବା ଉତ୍ପାଦନ ୟୁନିଟ୍‍ରୁ ଦୈନିକ ତରଳ ମେଡିକାଲ୍‍ ଅମ୍ଳଜାନ ବିଭିନ୍ନ ରାଜ୍ୟଗୁଡ଼ିକୁ (ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ଝାଡ଼ଖଣ୍ଡ, ଓଡ଼ିଶା, ବିହାର, ପଶ୍ଚିମବଙ୍ଗ, ହରିୟାଣା ଓ ଦିଲ୍ଲୀ)କୁ ଯୋଗାଇ ଦିଆଯାଇଛି। ୨୦୨୧ ମେ’ ୮ରେ କଂପାନି ତରଫରୁ ଏହାର ବିଭିନ୍ନ କାରଖାନାରୁ ୧୩୦୦ରୁ ଅଧିକ ଟନ୍‍ର ତରଳ ମେଡିକାଲ୍‍ ଅମ୍ଳଜାନ ଯୋଗାଇ ଦିଆଯାଇଥିଲା।

ଓଡ଼ିଶାରେ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାର୍ଗଦର୍ଶନ ଏବଂ ସଂପୃକ୍ତ ଜିଲ୍ଲା ପ୍ରଶାସନ ସହାୟତାରେ ଯାଜପୁର ଜିଲ୍ଲାର ଟାଟା ଷ୍ଟିଲ୍‍ର କଳିଙ୍ଗନଗର କାରଖାନା ଏବଂ ଢ଼େଙ୍କାନାଳ ଜିଲ୍ଲାରେ ଅବସ୍ଥିତ ଟାଟା ଷ୍ଟିଲ୍‍ ବିଏସ୍‍ଏଲ୍‍ ପ୍ଲାଣ୍ଟ୍‍ ଏହି ଉଦ୍ୟମରେ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇଛନ୍ତି ଏବଂ ଦୈନିକ ଭିତ୍ତିରେ ଏହି କାରଖାନାଗୁଡ଼ିକରୁ ଅମ୍ଳଜାନ ଧାର୍ଯ୍ୟ କରାଯାଇଥିବା ରାଜ୍ୟଗୁଡ଼ିକୁ ପଠାଯାଉଛି।

ଯାଜପୁର ଜିଲ୍ଲାର ଡୁବୁରିରେ ଏକ ପୂର୍ଣ୍ଣ ବ୍ୟବସ୍ଥିତ ଆଇସିୟୁ ସୁବିଧା ସହିତ ଟାଟା ଷ୍ଟିଲ୍‍ ମେଡିକା କୋଭିଡ୍‍ ହସ୍ପିଟାଲ୍‍ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି ଏବଂ ଏହା ଯାଜପୁର ଏବଂ ଆଖପାଖ ଜିଲ୍ଲାର ରୋଗୀଙ୍କୁ ସେବା ଯୋଗାଉଛି। କଂପାନି ପାଣ୍ଠିରେ ଗଞ୍ଜାମ ଜିଲ୍ଲାର ସୀତଳାପଲ୍ଲୀ ଠାରେ ୫୫ଟି ଆଇସିୟୁ ଶଯ୍ୟା ଓ ଭେଣ୍ଟିଲେଟର୍‍ ସମେତ ୨୦୦ ଶଯ୍ୟାର ଟାଟା କୋଭିଡ୍‍ ହସ୍ପିଟାଲ୍‍ ସ୍ଥାପନ କରି ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯାଇଛି ଯାହା ହାଇ-ଟେକ୍‍ ହସ୍ପିଟାଲ୍‍ ମାର୍ଗଦର୍ଶନରେ ପରିଚାଳିତ ହେଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories