www.samajalive.in
Saturday, December 6, 2025
23.1 C
Bhubaneswar

ଉତ୍ତର ଓଡିଶା ସାହିତ୍ୟ ସଂସ୍କୃତି ସମ୍ମେଳନ ପକ୍ଷରୁ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ଓ କବି ସୀତାକାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି

ପାଟଣା: ପ୍ରଥିତଯଶା ସାରସ୍ୱତ ସାଧକ, ସୁ -ସଂଗଠକ, କବି, ପ୍ରାବନ୍ଧିକ, ଅନୁବାଦକ ତଥା ଭଦ୍ରକ ଧାନଫୁଲ ସାହିତ୍ୟ ସଂସଦର ପ୍ରତିଷ୍ଠତା ସମ୍ପାଦକ ସୀତାକାନ୍ତ ପତ୍ରୀ ରବିବାର ସକାଳ ୫ଟା ସମୟରେ ମୃତ୍ୟୁ ବରଣ କରିଛନ୍ତି। ଉଲ୍ଲେଖନୀୟ ଯେ, ସେ ଉତ୍ତର ଓଡିଶା ସାହିତ୍ୟ ସଂସ୍କୃତି ସମ୍ମେଳନର ଆଜୀବନ ସଦସ୍ୟ ତଥା ସମ୍ପାଦକ ରହିବା ସହ ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସହ ଜଡିତ ଥିଲେ। ତାଙ୍କର ଅବର୍ତ୍ତମାନରେ ଓଡିଶା ସାହିତ୍ୟ ଜଗତ ରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି। ଦୀର୍ଘ ଦିନର ଅସୁସ୍ଥତା ଥିବା କାରଣରୁ ସେ ଆମକୁ ଛାଡି ଚାଲି ଯାଇଛନ୍ତି। ତାଙ୍କର ମୃତ୍ୟୁ ଖବର ସାହିତ୍ୟିକମାନଙ୍କ ମହଲରେ ଶୋକର ଛାୟା ଖେଳାଇ ଦେଇଛି। ସୀତାକାନ୍ତ ଆଜି ପର୍ଯ୍ୟନ୍ତ ୪୦ରୁ ଉର୍ଦ୍ଧ୍ବ ପୁସ୍ତକ ରଚନା କରିବା ସହ ସମ୍ପାଦନା କ୍ଷେତ୍ରରେ ସିଦ୍ଧି ଲାଭ କରିଛନ୍ତି। ସେ ହିଁ ବହୁ ଚର୍ଚ୍ଚିତ ସାରସ୍ୱତ ମଗ୍ନ କାରିଗର। ଗାନ୍ଧୀ, ମହାତ୍ମା, ବାପୁ, କର୍ମଯୋଗୀ ବାବାଜୀ, ସଫଳ ମଣିଷ, ନିଷ୍କାମ ପୁରୁଷ ଏବଂ ସମୟ ସୁଅରେ ଶବ୍ଦ ଭଳି ଅନେକ ପୁସ୍ତକର ସେ ରଚୟିତା।

ପଲ୍ଲୀ ଜୀବନ ହିଁ ଥିଲା ତାଙ୍କର ଅତି ଆପଣାର। ସେ ପଲ୍ଲୀ ସାହିତ୍ୟର ଅନେକ ସମ୍ପାଦନା କରି ପଲ୍ଲୀ ପ୍ରୀତିର ପରିଚୟ ଦେଇଛନ୍ତି। ଏଭଳି ଜଣେ ଯୁଗ ଜନ୍ମା ସାହିତ୍ୟିକଙ୍କ ବିୟୋଗରେ ଉତ୍ତର ଓଡିଶା ସାହିତ୍ୟ ସଂସ୍କୃତି ସମ୍ମେଳନ ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଅନୁଷ୍ଠାନର ସଭାପତି ତଥା କବି ଓ ସ୍ତମ୍ଭକାର ନୃସିଂହ ସିଂହଙ୍କ ସଭାପତିତ୍ୱରେ ଅନଲାଇନ ଶୋକ ଶୋଭା ଅନୁଷ୍ଟିତ ହୋଇଥିଲା। ଏଥିରେ ଏହି ଅନୁଷ୍ଠାନର ପୂର୍ବତନ ସଭାପତି ତଥା ବାଲେଶ୍ବର ସାହିତ୍ୟ ସଂସ୍କୃତି କଳା ପରିଷଦର ସାଧାରଣ ସମ୍ପାଦକ, ଉପଦେଷ୍ଟା ଡକ୍ଟର ରାଧାରଂଜନ ପଟ୍ଟନାୟକ, ସାଧାରଣ ସମ୍ପାଦକ ଡକ୍ଟର ଭାଗବତ ଲେଙ୍କା, କାର୍ଯ୍ୟକାରୀ ସଭାପତି ଭରତଚନ୍ଦ୍ର ଦାଶ, ପୂର୍ବତନ ସାଧାରଣ ସମ୍ପାଦକ ବରିଷ୍ଟ କବି ଅଚ୍ୟୁତାନନ୍ଦ ସାମଲ, ବରିଷ୍ଟ କବି ମାୟାଧର ନାୟକ, କବି ବସନ୍ତ ମିଶ୍ର, କବି ପ୍ରଶାନ୍ତ ଦତ୍ତ, କଥାକାର ଶ୍ରୀପ୍ରଦୀପ ଚଟାର୍ଜୀ, କବି ବଂଶୀଧର ଚୌଧୁରୀ, କବି ଅଭିମନ୍ୟୁ କାନୁନଗୋ, କବି ତଥା ଆନନ୍ଦପୁର ସାହିତ୍ୟ ସଂସଦ ସଭାପତି ଗଦାଧର ମିଶ୍ର, ଧ୍ୱନି ପ୍ରତିଧ୍ୱନିର ସମ୍ପାଦିକା ସୈରୀନ୍ଧ୍ରି ସାହୁ, କଥାକାର ସୃଷ୍ଟିଧର ପରିଡା, କବି ଡକ୍ଟର ଶମ୍ଭୁନାଥ ରାଉତ, ନବକାକଳି ସମ୍ପାଦକ ଡକ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀ, କବି ବସନ୍ତ ମିଶ୍ର ଆଦି ଅଂଶ ଗ୍ରହଣ କରି ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ସ୍ବର୍ଗତ ପତ୍ରୀଙ୍କୁ ବିଶ୍ୱାସର ଚାରଣ ଭୂମିରେ ପଲ୍ଲୀଜୀବନର ଛାୟାଚିତ୍ରର କବି ବୋଲି ଅଭିହିତ କରିଥିଲେ। କବି ସୀତାକାନ୍ତଙ୍କ ବିୟୋଗ ଖବର ପାଇ ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର, ପାଟଣା ବିଧାୟକ ଜଗନ୍ନାଥ ନାଏକ, ପୂର୍ବତନ ପାଟଣା ବିଧାୟକ ହୃଷକେଶ ନାଏକ, ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

- Advertisement -

ଅନ୍ୟପକ୍ଷରେ ବିଶ୍ବପ୍ରସିଦ୍ଧ ଭାସ୍କର୍ଯ୍ୟ ଶିଳ୍ପୀ ରାଜ୍ୟସଭା ସାଂସଦ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ରଙ୍କର ଆଜି ପରଲୋକ ଖବର ମିଳିବା ପରେ ଉତ୍ତର ଓଡ଼ିଶା ସାହିତ୍ୟ ସଂସ୍କୃତି ସମ୍ମେଳନ ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି। ସମଗ୍ର ରାଜ୍ୟ ପାଇଁ ଏହା ଅପୂରଣୀୟ କ୍ଷତି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ସଂଗଠନର ଉପଦେଷ୍ଟା ଡକ୍ଟର ରାଧରଞ୍ଜନ ପଟ୍ଟନାୟକ, ସଭାପତି ନୃସିଂହ ନାଥ ସିଂହ, ସାଧାରଣ ସମ୍ପାଦକ ଡକ୍ଟର ଭାଗବତ ଲେଙ୍କା ଓ ସଦସ୍ୟ ସଦସ୍ୟାଙ୍କ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି।

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories