www.samajalive.in
Monday, December 15, 2025
14.1 C
Bhubaneswar

ଭିଡିଓ ଦେଖିଲେ ହେବେ ଚକିତ, ୮ ମାସର ଶିଶୁ ବୋଲୁଛି ଶ୍ଲୋକ

ନୂଆଦିଲ୍ଲୀ : ନବରାତ୍ରି ଅବସରରେ ଲୋକମାନେ ନିଜ ଘରେ ପୁଜା ପାଠ ଆଦି କରନ୍ତି । ଏହା ଫଳରେ ଘରେ ପରିବାରରେ ସୁଖ-ସମୃଦ୍ଧି ବୃଦ୍ଧି ପାଏ । ଏହି ସମୟରେ ଯଦି କିଛି ଅଲୌକିକ ଶକ୍ତି ଦେଖିବାକୁ ମିଳିଯାଏ ତେବେ ସମସ୍ତେ ଚକିତ ହେବା ସ୍ବାଭାବିକ । ଏମିତି ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଏଥିରେ ଏକ ଛୋଟ ପିଲା ନିଜ ଶୋଇଛି ଏବଂ ସଂସ୍କୃତ ଶ୍ଲୋକର କିଛି ଶବ୍ଦ କହୁଥିବା ନଜର ଆସୁଛି । ଶିଶୁର ମା’ ସଂସ୍କୃତ ଶ୍ଲୋକ ଦୋହରାଇବା ପରେ ଶିଶୁଟି ଶେଷ ଶବ୍ଦ କହୁଛି । ଶିଶୁର ବୟସ ମାତ୍ର ୮ ମାସ । ଏତେ କମ୍ ବୟସରେ ସଂସ୍କୃତ ଶବ୍ଦକୁ ମନେ ରଖିବା ନିଶ୍ଚିତ ଭାବେ ଏକ ବଡ କାର୍ଯ୍ୟ ।

- Advertisement -

ଏହି ଭିଡିଓ ଭାଇରାଲ ପରେ ସମସ୍ତେ ଚକିତ ହୋଇଯାଇଛନ୍ତି । ୟୁଜର୍ସ ଏଥିରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ଏକ୍ସ ୟୁଜର କ୍ୟାପ୍ସନରେ ଲେଖିଛନ୍ତି କି ‘ମହାଭାରତରେ ଅଭିମନ୍ୟୁ ଚକ୍ରବ୍ୟୁହ ଭାଙ୍ଗିବାର କଳା ନିଜ ମା’ ପେଟରୁ ଶିଖିଥିଲା । ଏହାକୁ ହୁଏତ ଆପଣ ବିଶ୍ବାସ କରିନପାରନ୍ତି । କିନ୍ତୁ ଏହି ଭିଡିଓ ଦେଖନ୍ତୁ । ଅଦ୍ଭୁତ, ଅଲୌକିକ, ସନାତନ ସଂସ୍କୃତି ।’ ଭିଡିଓକୁ ଏପର୍ଯ୍ୟନ୍ତ ଅଢେଇ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ସମସ୍ତେ ଏହାକୁ ଲାଇକ୍ କରିବା ସହ ସେୟାର କରୁଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories