www.samajalive.in
Saturday, December 6, 2025
14.1 C
Bhubaneswar

ମୁମ୍ବଇ ଇଣ୍ଡିଆନ୍ସକୁ ୧୦ ୱିକେଟରେ ହରାଇ ପ୍ଲେଅଫ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ

ଶାରଜା : ଚଳିତ ଆଇପିଏଲ୍‌-୧୩ର ଶେଷ ଲିଗ୍‌ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବଇ ଇଣ୍ଡିଆନ୍ସକୁ ୧୦ ୱିକେଟରେ ହରାଇ ପ୍ଲେଅଫକୁ ପ୍ରବେଶ କରିଛି ସନ୍‌ରାଇଜର୍ସ ହାଇଦ୍ରାବାଦ। ଆଜିର ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦର ବିଜୟ ପରେ ହାଇଦ୍ରାବାଦ ବିଜୟ ଲାଭ କରିବାରୁ କୋଲକାତା ନାଇଟ ରାଇଡର୍ସର ଚଳିତ ବର୍ଷ ଆଇପିଏଲ ଅଭିଯାନ ଶେଷ ହୋଇଛି। ହାଇଦ୍ରାବାଦ ହାରିଥିଲେ କୋଲକତା ପ୍ଲେ-ଅଫ ଖେଳିବାର ଯୋଗ୍ୟତା ହାସଲ କରିଥାନ୍ତ। ହାଇଦ୍ରାବାଦ ଏବେ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଆସନ୍ତା ୬ ତାରିଖରେ ପ୍ରଥମ ଏଲିମିନେଟର ଖେଳିବ। ସେହିପରି ୫ ତାରିଖରେ ପୂର୍ବରୁ ପ୍ଲେଅଫରେ ନିଜ ସ୍ଥାନ ପକ୍କା କରିସାରିଥିବା ମୁମ୍ବଇ ଓ ଦିଲ୍ଲୀ ମଧ୍ୟରେ ପ୍ରଥମ କ୍ୱାଲିଫାୟର ଖେଳାଯିବ। ଏହି ମ୍ୟାଚ୍‌ରେ ଯେଉଁ ଦଳ ଜିତିବ ସିଧାସଳଖ ଫାଇନାଲକୁ ଯିବ। ପରାସ୍ତ ହୋଇଥିବା ଦଳ ହାଇଦ୍ରାବାଦ ଓ ବାଙ୍ଗାଲୋର ମଧ୍ୟରେ ଯିଏ ଜିତିବ, ତାହା ସହ ଦ୍ୱିତୀୟ କ୍ୱାଲିଫାୟର ଖେଳିବ।

ଆଜିର ମ୍ୟାଚରେ ଟସ୍‌ ଜିତି ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲେ  ହାଇଦ୍ରାବାଦ ଦଳର ଅଧିନାୟକ ଡେଭିଡ୍ ଓ୍ୱାର୍ଣ୍ଣର। ଯାହା ଫଳରେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବଇ ଇଣ୍ଡିଆନ୍ସ। କିନ୍ତଚ ଚଳିତ ଆଇପିଏଲରେ ପଏଣ୍ଟ ତାଲିକାର ଶୀର୍ଷରେ ଥିବା ମୁମ୍ବଇ ଇଣ୍ଡିଆନ୍ସର ବ୍ୟାଟସମ୍ୟାନ ଚଳିତ ଆଇପିଏଲର ଶେଷ ଲିଗ୍ ମ୍ୟାଚ୍‌ରେ ନିରାଶଜନକ ପ୍ରଦର୍ଶନ କରିଥିଲେ। ଦଳ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୪୯ ରନ କରି ସନରାଇଜର୍ସ ହାଇଦ୍ରାବାଦ ସମ୍ମୁଖରେ ୧୫୦ ରନର ବିଜୟ ଲକ୍ଷ୍ୟ ରଖିଥିଲା। ଦଳ ପକ୍ଷରୁ କିରଣ ପୋଲାର୍ଡ ସର୍ବାଧିକ ୪୧ ରନ କରିଥିଲେ। ମୁମ୍ବଇକୁ ହରାଇବା ପାଇଁ ୧୫୦ ରନ୍‌ର ଟାର୍ଗେଟ ନେଇ ପଡିଆକୁ ଓହ୍ଳାଈଥିବା ହାଇଦ୍ରାବାଦ ଏହାର ଜବାବରେ  ବିନା କୌଣସି ୱିକେଟ ହରାଇ ୧୭ ବଲ୍‌ ପୂର୍ବରୁ ବିଜୟ ଲକ୍ଷ ହାସଲ କରି ନେଇଛି।

- Advertisement -

ହାଇଦ୍ରାବାଦର ଦୁଇ ଓପନର ଆରମ୍ଭରୁ ହିଁ ବେଶ ରକ୍ଷଣଶୀଳ ଭାବେ ବ୍ୟାଟିଂ କରିଥିଲେ। ପୂରା ଇଂନିସର ଗୋଟିଏ ବି ଓଭରେ ମୁମ୍ବଇ ବୋଲରମାନେ ହାଇଦ୍ରାବାଦ ଉପରେ ପ୍ରଭାବ ବିସ୍ତାର କରିପାରି ନଥିଲେ। ଅଧିନାୟକ ଡେଭିଡ ୱାର୍ଣ୍ଣର ଶେଷ ଯାଏ ୫୮ ବଲରେ ୮୫ ଓ ରିଦ୍ଧିମାନ ସାହା ୪୫ ବଲରେ ୫୮ ରନ୍‌ କରି ଅପରାଜିତ ରହିଥିଲେ। ଉଭୟ ପ୍ରଥମ ୱିକେଟରେ ୧୫୦ ରନ୍‌ ଯୋଡ଼ି ରେକର୍ଡ ମଧ୍ୟ କରିଛନ୍ତି। ୧୮ ବଲରୁ ଦଳକୁ ଜିତିବା ପାଇଁ ୩ ରନ୍‌ ଦରକାର ଥିବା ବେଳେ ୱାର୍ଣ୍ଣର ଚୌକା ମାରି ଦଳକୁ ବିଜୟ କରାଇଥିଲେ। ଏହି ଚମତ୍କାର ବିଜୟ ସହ ହାଇଦ୍ରାବାଦ ପ୍ଲେ-ଅଫ‍ ଟିକେଟ ମଧ୍ୟ ପାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories