ମେଷ: ପରମ ଭାଗ୍ୟଶାଳୀ ହେବେ। ଆଦର୍ଶ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି। ମଧୁରଭାଷୀ, ସହନଶୀଳ ଓ ଶାନ୍ତିପ୍ରିୟ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମିତ୍ର ସୁଖ ମିଳିପାରେ। ବିଦ୍ୟାପ୍ରେମୀ ହେବେ। ଧନାଗମ ହେବ।
ବୃଷ: ଆଳସ୍ୟ ପରାୟଣ ହେଲେ ବି ଆୟ ଆଶାନୁରୂପ ହେବ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ମାଲିମୋକଦ୍ଦମାରେ ବିଜୟୀ ହେବେ। ମୋକଦ୍ଦମା ଖର୍ଚ୍ଚ ମିଳିବ। ଧନ, ସମ୍ପଦ, ଭରପୂର ରହିବ। ସୁସ୍ଥ ଓ ନିରାମୟ ରହିବେ।
ମିଥୁନ: ଅର୍ଥ ପ୍ରାପ୍ତ ହେବେ; ମାତ୍ର ବ୍ୟୟ ବୃଦ୍ଧି ହେବାର ସୂଚନା ମିଳୁଛି। କର୍ମଚଞ୍ଚଳ ରହିବେ। ମଧୁର କଥା କହି ପରକୁ ଆପଣାର କରିପାରନ୍ତି। ଧାର୍ମିକ ପ୍ରକୃତିର ହେବେ। ସାହସୀ ଓ ଜ୍ଞାନୀ ହେବେ। ଗୁପ୍ତବିଦ୍ୟାରେ ରୁଚି ରହିବ।
କର୍କଟ: ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ଗୃହସୁଖ ସହିତ ଯାନବାହନ ସୁଖ ମିଳିବ। ବହୁବିଦ୍ୟା ପାରଙ୍ଗମ ହେବେ।
ସିଂହ: ଆୟ ଆଶାନୁରୂପ ହେବ। କୁଳ ପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। ନିଜ ପରିବାର ପ୍ରତି ସ୍ନେହ ଶ୍ରଦ୍ଧା ଅତୁଟ ରହିବ।
କନ୍ୟା: ଶ୍ରମ ସାର୍ଥକ ହେବ। ଭାଗ୍ୟଶାଳୀ ହେବେ। ଭୋଗ-ବିଳାସ କରିପାରନ୍ତି। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହେବେ। ଉଦ୍ୟୋଗୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିନୟୀ ଭାବର ହେବେ।
ତୁଳା: କାର୍ଯ୍ୟ ବିଳମ୍ବିତ ହୋଇପାରେ। ଈର୍ଷା ପରାୟଣ ହୋଇପାରନ୍ତି। ସ୍ୱାଭିମାନୀ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ଶତ୍ରୁଭାବ ବୃଦ୍ଧି ହେବ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ଜଳଯାତ୍ରା କରିବା ଭଲ।
ବିଛା: ବହୁ ସୁଖର ଅଧିକାରୀ ହୋଇପାରନ୍ତି। ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ। ସମାଜ ସେବା ପ୍ରତି ମନ ବଳାଇ ପାରନ୍ତି। ସ୍ୱକର୍ମ ପାଇଁ ମନରେ ଅହଂଭାବ ଆସିପାରେ। ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ। ପତ୍ନୀଙ୍କଠାରୁ ପରାମର୍ଶ ମିଳିବ।
ଧନୁ: ଲୋକ ସଂପର୍କ ଅଧିକତର ହେବ। ଭାଇମାନଙ୍କ ପ୍ରତି ସ୍ନେହ ଭାବ ରହିବ। ଚକ୍ଷୁରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଶକ୍ତିମାନ୍ ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରିରେ ସୁନାମ ଅର୍ଜନ କରିବେ।
ମକର: କ୍ରୋଧ ସମ୍ବରଣ କଲେ ମାନ୍ୟତା ପ୍ର୍ରାପ୍ତ ହେବେ। କର୍ମଚଞ୍ଚଳ ରହିବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। କନ୍ୟା ସନ୍ତାନ ଦ୍ୱାରା ଉପକୃତ ହେବେ। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ଆଗ୍ରହୀ ହେବେ। ଆର୍ଥିକ ସ୍ରୋତ ବହିବ।
କୁମ୍ଭ: ତେଜିୟାନ୍ ଓ କଡ଼ା ମିଞ୍ଜାସର ହୋଇପାରନ୍ତି। ଉଦାର ଭାବ ପ୍ରଦର୍ଶନ କରିପାରନ୍ତି। ଦାନ-ଧର୍ମକୁ ଶ୍ରେୟ ମଣିପାରନ୍ତି। ବ୍ୟକ୍ତିତ୍ୱର ବିକାଶ ଘଟିବ। ସୁସ୍ଥ ଓ ନିରାମୟ ରହିବେ। କୃଷି କର୍ମକାରୀ ହୋଇପାରନ୍ତି। ପ୍ରେମୀ ଓ ବୁଦ୍ଧିମାନ୍ ହେବେ।
ମୀନ: ବିବାଦୀୟ ଘଟଣାରେ ବିଜୟୀ ହେବେ। ମନ ପ୍ରସନ୍ନ ରହିବ। ଆସ୍ତିକ ହେବେ। ମଧୁରଭାଷୀ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ସାନଭାଇମାନଙ୍କଠାରୁ ଆଦର, ସମ୍ମାନ ମିିଳିବ। ଧାର୍ମିକ ଓ ବନ୍ଧୁପ୍ରେମୀ ହେବେ। ବିଦ୍ୱାନ୍ ହେବେ।



