ସୁନେତ୍ର ଶିବିର, ୩୧୭ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା

ତିଗିରିଆ :  ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କର ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ପ୍ରଚଳନ କରାଯାଉଛି। ସେଥିମଧ୍ୟରେ ଛାତ୍ରଛାତ୍ରୀଙ୍କ ଚକ୍ଷୁ ସଂକ୍ରାନ୍ତୀୟ ସମସ୍ୟା ପାଇଁ ସୁନେତ୍ର କାର୍ଯ୍ୟକ୍ରମ ଜରିଆରେ ଛାତ୍ରଛାତ୍ରୀମାନଙ୍କର ଚକ୍ଷୁ ପରୀକ୍ଷା କରାଯାଇ ଆବଶ୍ୟକୀୟ ଭିତ୍ତିରେ ଚଷମା ପ୍ରଦାନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ତିଗିରିଆ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଠାରେ ବ୍ଲକ ଶିକ୍ଷା ଅଧିକାରୀ ପ୍ରିୟରଞ୍ଜନ ହୋତାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସୁନେତ୍ର ଶିବିର ଆୟୋଜନ କରାଯାଇ ୩୧୭ଜଣ ଛାତ୍ରଛାତ୍ରୀଙ୍କର ଚକ୍ଷୁ ପରୀକ୍ଷା କରାଯାଇ ସେମାନଙ୍କୁ ଆବଶ୍ୟକତା ଭିତ୍ତିରେ ଚଷମା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସହଶିକ୍ଷାଧିକାରୀ ବଂଶୀଧର ନାଏକ ଏବଂ ସାଧନକେନ୍ଦ୍ର ସମସ୍ତ ସଂଯୋଜକ ଚନ୍ଦ୍ରକାନ୍ତ ମିଶ୍ର, ପ୍ରଭାତ କୁମାର ପଣ୍ଡା, ପ୍ରମୋଦ କୁମାର ଗୋଛି, ସଚ୍ଚିଦାନନ୍ଦ ରାଉଳ, ଚନ୍ଦ୍ରମଣି ସ୍ୱାଇଁ, ଗଙ୍ଗାଧର ସାମଲ ଏବଂ ଭକ୍ତ ଚରଣ ନାୟକ ପ୍ରମୁଖ ଯୋଗଦେଇଥିଲେ। ଗୋଷ୍ଠୀ ସାଧନ କର୍ମୀ ସବିତା ପଣ୍ଡା ଏବଂ ବିଜୟ କୁମାର ସାହୁ ଶିବିର ପରିଚାଳନା କରିଥିଲେ । ବିନ୍ଧାଣିମା, ଆଠଗଡ଼ ଏବଂ ବାଙ୍କୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଚକ୍ଷୁ ପରୀକ୍ଷକମାନେ ଯୋଗଦେଇ ପିଲାଙ୍କ ଚକ୍ଷୁ ପରୀକ୍ଷା କରିଥିଲେ। ବ୍ଲକ ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀ ସଂଜୟ ରାଉତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

kalyan agarbati

Comments are closed.