www.samajalive.in
Sunday, December 14, 2025
19.1 C
Bhubaneswar

ଉତ୍କଳମଣି ଓଡ଼ିଶାର ଗାନ୍ଧୀ କହିଲେ ଅତ୍ୟୁକ୍ତି ହେବ ନାହିଁ: ମନ୍ତ୍ରୀ ଅଶ୍ବିନୀ

ସୁନ୍ଦରଗଡ଼: ଜିଲା ସଦର ମହକୁମାସ୍ଥିତ ଜିଲାପାଳଙ୍କ କାର୍ୟ୍ୟାଳୟ ସ୍ଥିତ ସଦ୍‌ଭାବନା ଭବନ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିକୁ ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ପର୍ୟ୍ୟଟନ ଓ ଅବକାରୀ ବିଭାଗ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଅନାବରଣ କରିଛନ୍ତି । ଦୀର୍ଘଦିନରୁ ସଦର ମହକୁମାରେ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ, ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତାମାନେ ଦାବି କରି ଆସୁଥିଲେ ।

ଆଜି ଏ ଦାବି ପୂରଣ ହୋଇଥିବାରୁ ସହରବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ଏ ଅବସରରେ ମନ୍ତ୍ରୀ ପାତ୍ର ପ୍ରଦେଶ ପାଇଁ ଉତ୍କଳମଣିଙ୍କ ତ୍ୟାଗ, ନିଷ୍ଠାକୁ କେବେ ବି ଓଡ଼ିଶାବାସୀ ଭୁଲି ପାରିବେ ନାହିଁ । ତାଙ୍କ ନୀତି ଓ ଆଦର୍ଶ ସବୁଦିନ ପାଇଁ ଆମକୁ ପ୍ରେରଣା ଦେଉଥିବା ବେଳେ ସେବା ମନଭାବ ଆମକୁ ଉତ୍ସାହିତ କରୁଛି । ଉତ୍କଳମଣିଙ୍କୁ ଓଡ଼ିଶାର ଗାନ୍ଧୀ କହିଲେ ଅତ୍ୟୁକ୍ତି ହେବ ନାହିଁ । ଗାନ୍ଧୀ ଜୀଙ୍କ ସାଙ୍ଗେ ଉତ୍କଳମଣିଙ୍କ ଭଲ ସଂପର୍କ ରହିଥିବା ବେଳେ ତାଙ୍କ ମନଭାବ, ଜାତି ଗଠନ ଓ ସେବା ମନଭାବ ଉଭୟଙ୍କ ଚିନ୍ତା ଓ ଚେତନାରେ ମଧ୍ୟ ଏକ ହୋଇରହିଥିଲା । ସଂସ୍କୃତି ବିଭାଗ ଓ ଜିଲା ପ୍ରଶାସନର ମିଳିତ ସହଯୋଗରେ ଏହି ୧୦ଫୁଟର ପୂର୍ଣ୍ଣାବୟବ ମୂର୍ତ୍ତି ବେଶ ଆକର୍ଷଣୀୟ ହୋଇଛି ।

- Advertisement -

ଅନୁଷ୍ଠିତ କାର୍ୟ୍ୟକ୍ରମରେ ଜିଲାପାଳ ଡା.ପରାଗ ହର୍ଷଦ ଗାଭାଲି, ଜିଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ସଦର ବିଧାୟିକା କୁସୁମ ଟେଟେ, ସୁନ୍ଦରଗଡ଼ ପୌରପାଳିକା ଅଧ୍ୟକ୍ଷା ତନୟା ମିଶ୍ର, ଅତିରିକ୍ତ ଜିଲାପାଳ (ସାଧାରଣ)ରବି ନାରାୟଣ ସାହୁ, ଅତିରିକ୍ତ ଜିଲାପାଳ (ରାଜସ୍ବ) ଅଭିମନ୍ୟୁ ବେହେରା, ଆଇ.ଏ.ଏସ୍ ଶିକ୍ଷାନବିସ ରିନା ପ୍ରଧାନ, ସଦର ଉପ ଜିଲାପାଳ ଦାଶରଥି ସରାବୁ, ପି. ଏ. ଆଇ. ଟି. ଡି. ଏ. ରାମକୃଷ୍ଣ ଗଣ୍ଡ, ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ଜିଲା ସଂସ୍କୃତି ଅଧିକାରୀ କୁଳଦୀପ ଖାଖା, ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗର ଅଧିକାରୀ, ଜିଲାସ୍ତରୀୟ ବହୁ ଅଧିକାରୀ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories