ହଷ୍ଟଲ ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା:ପ୍ରଧାନଶିକ୍ଷକ ଓ ହଷ୍ଟେଲ ୱାର୍ଡନ ଥାନାରେ ଅଟକ

ସୁନ୍ଦରଗଡ଼: ହଷ୍ଟଲ ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା। ଲେଫ୍ରିପଡ଼ା ଥାନା ଅଞ୍ଚଳରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା। ଯୌନ ନିର୍ଯାତନାରେ ଅତିଷ୍ଠ ହୋଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସ୍କୁଲ ପ୍ରଧାନଶିକ୍ଷକଙ୍କ ଦ୍ବାରା ଯୌନ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ପହଞ୍ଚି ଛାନଭିନ କଲା ଲେଫ୍ରିପଡ଼ା ଥାନା ପୁଲିସ। ସମ୍ପୃକ୍ତ ସ୍କୁଲର ପ୍ରଧାନଶିକ୍ଷକ ଓ ହଷ୍ଟେଲ ୱାର୍ଡନ ଥାନାରେ ଅଟକ ରଖାଯାଇଛି।

prayash

ଅନ୍ୟପକ୍ଷରେ ସ୍କୁଲ କର୍ତ୍ତୃପକ୍ଷ ଏହାକୁ ଏକ ଦୁର୍ଘଟଣା ବୋଲି କହିଛନ୍ତି। ଖବର ପାଇ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହଷ୍ଟେଲ ପରିସରରେ ପୁଲିସ ପହଞ୍ଚିବାବେଳେ ସେଠାରେ ଅନେକ ଛାତ୍ରୀ ଭୟଭୀତ ଥିବା ଦେଖିବାକୁ ମିଳିଥିଲା। ପୁଲିସ ସେମାନଙ୍କୁ ପଚରାଉଚୁରା କରିଥିଲା ଏବଂ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ଜାଣିବାକୁ ପାଇଥିଲା। ଏବେ ପୁଲିସ ହଷ୍ଟେଲ ୱାର୍ଡେନ ଓ ପ୍ରଧାନଶିକ୍ଷକଙ୍କୁ ପଚରାଉଚରା କରୁଛି। ଛାତ୍ରୀ ଜଣକ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛି, ତାହା ସ୍ପଷ୍ଟ ହୋଇନାହିଁ । ହେଲେ ପୁଲିସର ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ଜଣାପଡ଼ିଛି ।

kalyan agarbati

Comments are closed.