ଭିଞ୍ଜିରିକେଲାରେ ଅଗ୍ନିକାଣ୍ଡ: ଜଳିଗଲା ଘର, ଫାଟିଲା ୨ଟି ରୋଷେଇ ସିଲିଣ୍ଡର

ସୁନ୍ଦରଗଡ଼଼: ସୁନ୍ଦରଗଡ଼଼ ଜିଲାର ଭିଞ୍ଜିରିକେଲାରେ ଅଗ୍ନିକାଣ୍ଡ ଘଟି ୩ଜଣ ଆହତ ହୋଇଥିବା ସୂଚନା ମିଳିଛି। ଏହି ଅଗ୍ନିକାଣ୍ଡରେ ଗୋଟିଏ ଘର ଜଳିଯାଇଥିବାଳେ ନିଆଁ ଲାଗି ୨ଟି ରୋଷେଇ ସିଲିଣ୍ଡର ଫାଟିଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସର୍ଟସର୍କିଟରୁ ଘରେ ଅଗ୍ନିକାଣ୍ଡ ହୋଇଥିବାବେଳେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି।
Comments are closed.