www.samajalive.in
Saturday, December 6, 2025
23.1 C
Bhubaneswar

ରବିବାର ରାଶିଫଳ (୦୨.୦୫.୨୦୨୧)

ମେଷ: ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତ୍‍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସ୍ତରରୁ ଏପରିକି ସରକାରଙ୍କ ଠାରୁ ସମ୍ମାନ ଲାଭ କରିବା ସହିିତ ଅର୍ଥ ପ୍ରାପ୍ତ ହୋଇପାରନ୍ତି।
ବୃଷ: ଅଯଥା ବିତର୍କରେ ଭାଗ ନ ନେଇ ନିରବଦ୍ରଷ୍ଟା ହୋଇପାରନ୍ତି। ଧର୍ମୀୟ କାର୍ଯ୍ୟରେ ଅଧିକ ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି। କର୍ମଚଞ୍ଚଳ ରହିବେ। ମଧୁର ବ୍ୟବହାର କରି ପରକୁ ଆପଣାର କରିପାରନ୍ତି। କର୍ମକ୍ଷେତ୍ରକୁ ଶାଣିତ କରିପାରନ୍ତି।
ମିଥୁନ: ଆୟ ପରିମାଣ ବୃଦ୍ଧି ପାଇବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‍ ହେବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ଓ ନିରାମୟ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନୂଆ ବନ୍ଧୁ ଜୁଟିବେ। ଚିନ୍ତାଧାରା ଉନ୍ନତମାନର ହେବ।
କର୍କଟ: ଚିନ୍ତାଶୂନ୍ୟ ହୋଇପାରନ୍ତି। ଭାଗ୍ୟବାନ୍‍ ହେବେ। ନୀତିନିଷ୍ଠ ବ୍ୟକ୍ତିଭାବେ ସାମାଜିକ ସ୍ତରରେ ଆଦରଣୀୟ ହେବେ। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ଚଞ୍ଚଳମନା ହୋଇପାରନ୍ତି। ଅଧସ୍ତନଙ୍କ କାର୍ଯ୍ୟରେ ସନ୍ତୋଷ ବ୍ୟକ୍ତ କରିବେ।
ସିଂହ: ଆଶାବାଦୀ ହୋଇପାରନ୍ତି। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଭଗବତ ପ୍ରେମୀ ହେବେ। ଦେବଦର୍ଶନର ସୌଭାଗ୍ୟ ଉଦୟ ହୋଇଛି। ସରକାରୀ ସ୍ତରରୁ ଲାଭବାନ୍‍ ହେବେ।
କନ୍ୟା: ପରିଶ୍ରମ ଯେତେ କଠିନ ହେଉ ନା କାହିଁକି; ତା’ର ମୂଲ୍ୟ ମିଳିିବ। ଅବଶ୍ୟ କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। କାର୍ଯ୍ୟରେ ସଫଳତା ମିଳିବ; ମାତ୍ର ବହୁ କଷ୍ଟରେ। ଧୈର୍ଯ୍ୟବାନ୍‍ ହେବେ। ଯାନବାହନ ସୁଖ ମିଳିପାରେ।
ତୁଳା: ଶୁଭ ସମାଚାର ମିଳିପାରେ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିବାଦୀୟ ଘଟଣାରେ ବିଜୟୀ ହେବେ।
ବିଛା: କାର୍ଯ୍ୟରେ ସଫଳତା ମିଳିବ। ଅଧିକ କ୍ଷମତା ପାଇବେ ଓ ତା’ର ସଦ୍‍ବ୍ୟବହାର କରିବେ। ପ୍ରତିଯୋଗିତାରେ ବିଜୟୀ ହେବେ। ଭକ୍ତିଗାଥା ପ୍ରବଚନ ଶୁଣିବାରେ ଆଗ୍ରହ ପ୍ରକାଶ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ଧନୁ: ସ୍ୱାସ୍ଥ୍ୟରେ ଅବନତି ଘଟିବାର ସୂଚନା ମିଳୁଛି। ନିଅଁଣ୍ଟିଆ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି। ନିଜକୁ କଳହମୁକ୍ତ ରଖିବାକୁ ଚେଷ୍ଟା କରିପାରନ୍ତି। ଶୁଭକାର୍ଯ୍ୟରୁ ବିରତ ରହିବାକୁ ପଡ଼ିବ। ସତର୍କରେ ଚଳିବେ।
ମକର: ବନ୍ଧୁ ମିଳନ ଘଟିପାରେ। ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରେ ପାରଙ୍ଗମ ହେବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁଖୀ ହେବେ।
କୁମ୍ଭ: ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ଶୁଭ ଖବର ପାଇ ଖୁସି ହେବେ। ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ କରିପାରନ୍ତି। ଋଣ ପରିଶୋଧ କରିବେ।
ମୀନ: ଅଧ୍ୟାପନା ପାଇଁ ପ୍ରସ୍ତୁତି ପୂର୍ବକ ଅଧ୍ୟୟନରତ ହୋଇପାରନ୍ତି। ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁ ସମ୍ବାଦ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ହଠାତ୍‍ କିଛି ଅର୍ଥ ମିଳିପାରେ। ସଞ୍ଚୟାଭିମୁଖୀ ହେବେ। ପୁତ୍ର ସୁଖ ମିଳିପାରେ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories