www.samajalive.in
Saturday, December 6, 2025
26.1 C
Bhubaneswar

ଗଛ ଉପରେ ଝୁଲନ୍ତା ଶବ ଉଦ୍ଧାର

ନବରଙ୍ଗପୁର, ପାପଡାହାଣ୍ଡି: ନବରଙ୍ଗପୁର ଜିଲା ପାପଡାହାଣ୍ଡି ପଞ୍ଚାୟତ ଅନ୍ତର୍ଗତ ତଣ୍ଡାଗୁଡା ଗ୍ରାମର ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ସିରିଶି ପଞ୍ଚାୟତର ସୋରିଷପଦ ଗ୍ରାମ୍ୟ ଜଙ୍ଗଲର ଏକ ଗଛରୁ ପାପଡାହାଣ୍ଡି ପୋଲିସ ମୃତଦେହ ଉଦ୍ଧାର କରିଛି।
ସୂଚନା ଅନୁଯାୟୀ ତଣ୍ଡାଗୁଡା ଗ୍ରାମର ମକରନ୍ଦ ଅମାନତ୍ୟ  ଆଜି ଭୋର ସକାଳେ ଘରୁ ନିତିଦିନ ପରି ଶୌଚ ହେବାକୁ ବାହାରି ଥିଲା। ମକରନ୍ଦ  ତାର ସ୍ତ୍ରୀ ଏବଂ ଦୁଇ ଅବିବାହିତ ପୁଅଙ୍କ ସହିତ ଘରେ ରହୁଥିଲେ | ଘରୁ ଯିବାର କେଇ ଘଣ୍ଟା ପରେ ସକାଳ ୮ଟା ସମୟରେ ସୋରିଷପଦର ଗ୍ରାମ୍ୟ ଜଙ୍ଗଲରେ ମକରନ୍ଦର  ଝୁଲନ୍ତା ଶବ ଝୁଲୁଥିବା ଖବର ପାଇଥିଲେ। ପରିବାର ଲୋକେ ସେହି ଜାଗାକୁ ଯାଇ ଶବକୁ ଚି଼ହ୍ନଟ କରି ପୁଲିସ କୁ ଖବର ଦେଇଥିଲେ।  ପୁଲିସ ଘଟଣା ସ୍ଥଳରେ ପହଞ୍ଚି  ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ ଏବଂ ଏକ ଅପମୃତ୍ୟ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ପାପଡାହାଣ୍ଡି ଥାନା ଅଧିକାରୀ ସୂବେନ୍ଧୁ ଶବର ସୂଚନା ଦେଇଛନ୍ତି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories