ରବିବାର ରାଶିଫଳ: ବ୍ୟବସାୟରେ ଲାଭ ସହ ମିଳିବ ଖୁସି ଖବର, ଏହି ରାଶିର ଲୋକଙ୍କ ପାଇଁ ଶୁଭ

ମେଷ- ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଭାଗ୍ୟବାଦୀ ହେବେ। ପ୍ରତୀକ୍ଷାର ଅନ୍ତ ହେବ। ନୂତନ ନିଯୁକ୍ତି ମିଳିପାରେ। ବୁଧବାର ଓ ଗୁରୁବାର ସୁସମ୍ବାଦ ଲାଭ ହେବ। ପୈତୃକ ସମ୍ପତ୍ତିରୁ ଲାଭବାନ ହେବେ। ଶୁକ୍ରବାର ଓ ଶନିବାର ସମସ୍ୟା ସମାଧାନରେ ବ୍ରତୀ ହେବେ। ସାମାଜିକ କାର‌୍ୟ୍ୟରେ ଯୋଗଦାନ କରିବେ। ମହିଳା ଓ ବିଦ୍ୟାର୍ଥୀ ସୃଜନଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ‘ଶ୍ରୀ ହନୁମାନ ଚାଳିଶା’ ପାଠ କରନ୍ତୁ।

ବୃଷ- ରବିବାରଠାରୁ ମଙ୍ଗଳବାର ସମସ୍ୟାରେ ପଡ଼ିପାରନ୍ତି। ଦୁର୍ବଳତା ଅନୁଭୂତ ହେବ। ପାରିବାରିକ କଳହ ଦେଖାଦେବ। ବୁଧବାର ଓ ଗୁରୁବାର ଦୂରଯାତ୍ରା ପାଇଁ ସୁଯୋଗ ସୃଷ୍ଟି ହେବ। ସନ୍ତାନମାନଙ୍କୁ ନେଇ ଗର୍ବ କରିବେ। ଶୁକ୍ରବାର ଓ ଶନିବାର ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ ହେବେ। କର୍ମ ଅନୁସାରେ ଫଳ ପ୍ରାପ୍ତି ହେବ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ରୁଦ୍ରାଷ୍ଟକ ପାଠ କରନ୍ତୁ।

ମିଥୁନ- ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଆନନ୍ଦ ଉଲ୍ଲାସରେ ସମୟ କାଟିବେ। ଅବିବାହିତ ପୁରୁଷ ଓ କନ୍ୟାଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ। ଘରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ। ବୁଧବାର ଓ ଗୁରୁବାର ମାନସିକ ଅବସାଦ ଦେଖାଦେବ। ଦ୍ରବ୍ୟ ଚୋରି ହୋଇପାରେ। ଶୁକ୍ରବାର ଓ ଶନିବାର ବନ୍ଧୁଙ୍କ ଗହଣରେ ସମୟ ବିତିବ। ମହିଳା ଓ ବିଦ୍ୟାର୍ଥୀ ଶ୍ରୀଯୁକ୍ତ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଶିବସ୍ତୋତ୍ର ପାଠ କରନ୍ତୁ।

କର୍କଟ- ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସଫଳତା ଲାଭ କରିବେ। ପରିବେଶ ଅନୁକୂଳ କାର୍ଯ୍ୟ କରିବେ। ସାମାଜିକ କାର‌୍ୟ୍ୟରେ ନିଜକୁ ନିୟୋଜିତ କରିବେ। ବୁଧବାର ଓ ଗୁରୁବାର ପ୍ରେମରେ ସଫଳତା ପ୍ରାପ୍ତି ହେବ। ଶୁକ୍ରବାର ଓ ଶନିବାର ପଡ଼ୋଶୀଙ୍କ ସହିତ କଳହ ଦେଖାଦେବ। ଯାତ୍ରା ଜନିତ ଆଘାତ ଲାଗିପାରେ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଶିବସ୍ତୋତ୍ର ପାଠ କରନ୍ତୁ।

ସିଂହ- ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସନ୍ତାନ ହେତୁକ ଚିନ୍ତା ଦୂର ହେବ। ଦୂରଯାତ୍ରା କରିବା ପାଇଁ ଯୋଜନା ପ୍ରସ୍ତୁତ କରିବେ। ବୁଧବାର ଓ ଗୁରୁବାର ନିଜ ବୁଦ୍ଧି ଓ ବିବେକ ବଳରେ ଶତ୍ରୁକୁ ପରାସ୍ତ କରିବେ। ଶୁକ୍ରବାର ଓ ଶନିବାର ନୂତନ ବ୍ୟବସାୟ ଆରମ୍ଭ କରିବେ। ବନ୍ଧୁଙ୍କ ସହଯୋଗ ପ୍ରାପ୍ତି ହେବ। ମହିଳା ଓ ବିଦ୍ୟାର୍ଥୀ ଆତ୍ମନିର୍ଭରଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ।

କନ୍ୟା- ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ଏତେଟା ଶୁଭଫଳ ପ୍ରଦାନ କରିବ ନାହିଁ। ଜମିବାଡ଼ି ଗଣ୍ଡଗୋଳ ଦେଖାଦେଇପାରେ। ବୁଧବାର ଓ ଗୁରୁବାର ଧୈର‌୍ୟ୍ୟର ସହ କାର୍ଯ୍ୟ କରିବେ। ଶୁକ୍ରବାର ଓ ଶନିବାର ଶତ୍ରୁ ଉପରେ ବିଜୟଲାଭ କରିବେ। ଶ୍ରୀ ଯୁକ୍ତ ହେବେ। ଯାନବାହନର ସୌଖ୍ୟ ଲାଭ ହେବ। ମହିଳା ଓ ବିଦ୍ୟାର୍ଥୀ ସମୟାନୁବର୍ତ୍ତୀ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ନାରାୟଣ କବଚ ପାଠ କରନ୍ତୁ।

ତୁଳା- ରବିବାର ଓ ସୋମବାର ଆୟ ବୃଦ୍ଧି ହେବ। ବନ୍ଧୁ ସହଯୋଗ ଲାଭ ହେବ। ସୁସ୍ବାଦୁ ଭୋଜନ ପ୍ରାପ୍ତ ହେବ। ମଙ୍ଗଳବାର ଓ ବୁଧବାର ଜଗିରଖି ଚଳନ୍ତୁ। ଅସୁବିଧାରେ ପଡ଼ିବେ। ଶତ୍ରୁ ବୃଦ୍ଧି ହେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ଉଦ୍ୟମେ କାର୍ଯ୍ୟ ସିଦ୍ଧି ହେବ। ପରିଶ୍ରମଜନିତ କ୍ଳାନ୍ତି ​‌ହୋଇପାରେ। ଆଭୂଷଣ ପ୍ରାପ୍ତ କରିପାରନ୍ତି। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଶିବ ସହସ୍ରନାମ ପାଠ କରନ୍ତୁ।

ବିଛା- ରବିବାର ଓ ସୋମବାର କର୍ମ ଅନୁରୂପ ଫଳପ୍ରାପ୍ତି ହେବ। ଚାହୁଁଥିବା ଦିଗରୁ ଅର୍ଥ ପ୍ରାପ୍ତି କରିବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଯୋଜନାବଦ୍ଧ ଭାବେ କାର‌୍ୟ୍ୟ କଲେ ସଫଳତା ଲାଭ ହେବ। ବନ୍ଧୁବାନ୍ଧବଙ୍କ ଆଗମନ ହେବ। ଶୁକ୍ରବାର ଓ ଶନିବାର ସାବଧାନତା ଲୋଡ଼ା। ଆୟ ମଧ୍ୟ ରହିବ। ପାରିବାରିକ ଅଶାନ୍ତି ଦେଖାଦେବ। ମହିଳା ବିଦ୍ୟାର୍ଥୀ ସୃଜନଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ସୁନ୍ଦରାକାଣ୍ଡ ପାଠ କରନ୍ତୁ।

ଧନୁ- ରବିବାର ଓ ସୋମବାର ପ୍ରଗତିରେ ପଥରୋଧ ହେବ। ଅଧିକ ଆସ୍ଥାବାନ ହେବା ଉଚିତ୍‌ ନୁହେଁ। ମଙ୍ଗଳବାରଠାରୁ ଗୁରୁବାର ପର‌୍ୟ୍ୟନ୍ତ ପରମ୍ପରାବାଦୀ ହେବେ। ସାମାଜିକ କାର‌୍ୟ୍ୟରେ ଯୋଗଦାନ କରି ପ୍ରଶଂସିତ ହେବେ। ଶୁକ୍ରବାର ଓ ଶନିବାର ମଧ୍ୟମ ସଫଳତା ପ୍ରାପ୍ତି ହେବ। ଧନ ଲାଭ ହୋଇପାରେ। ମହିଳା ଓ ବିଦ୍ୟାର୍ଥୀ ଭାବିଚିନ୍ତି କାର୍ଯ୍ୟ କରିବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ତାରା କବଚ ପାଠ କରନ୍ତୁ।

ମକର- ରବିବାର ଓ ସୋମବାର ଗୁରୁଜନଙ୍କର ପରାମର୍ଶ ଗ୍ରହଣ କରନ୍ତୁ। ଧୈର୍ଯ୍ୟ ଆପଣଙ୍କ ଭୂଷଣ ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ବ୍ୟବସାୟରେ ଲାଭବାନ ହେବେ। ଆତ୍ମ ସ୍ବାଭିମାନ ବୃଦ୍ଧି ହେବ। ଶୁକ୍ରବାର ଓ ଶନିବାର ସନ୍ତାନ ହେତୁକ ଚିନ୍ତା ବୃଦ୍ଧି ହେବ। ସାମାନ୍ୟ କଥାକୁ ନେଇ ଚିଡ଼ିଚିଡ଼ା ହେବେ। ମହିଳା ଓ ବିଦ୍ୟାର୍ଥୀ ସୌଖ୍ୟ ପ୍ରାପ୍ତ କରିବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀକାଳୀ କର୍ପୂର ସ୍ତୋତ୍ର ପାଠ କରନ୍ତୁ।

କୁମ୍ଭ- ରବିବାରଠାରୁ ମଙ୍ଗଳବାର ପର‌୍ୟ୍ୟନ୍ତ ଅଯାଚିତ ଭାବରେ କାହାକୁ ଅର୍ଥଦାନ କରନ୍ତୁ ନାହିଁ। ନଚେତ୍‌ ଅସୁବିଧାରେ ପଡ଼ିବେ। ବୁଧବାର ଓ ଗୁରୁବାର କର୍ମକ୍ଷେତ୍ରରେ ସଫଳତା ଲାଭ ହେବ। ଶୁକ୍ରବାର ଓ ଶନିବାର ସ୍ତ୍ରୀଙ୍କ ପରାମର୍ଶ ଗ୍ରହଣ କରିପାରନ୍ତି। ସୁସ୍ବାଦୁ ଭୋଜନ ପ୍ରାପ୍ତି ହେବ। ଭୂମି ଲାଭ ହୋଇପାରେ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।

ମୀନ- ରବିବାର ଓ ସୋମବାର କର୍ମପ୍ରବଣତା ପ୍ରକାଶିତ ହେବ। ଧାର୍ମିକ କାର୍ଯ୍ୟରେ ଯୋଗଦେବେ। ମଙ୍ଗଳବାରଠାରୁ ଗୁରୁବାର ପର‌୍ୟ୍ୟନ୍ତ ଗୁରୁଜନମାନଙ୍କ ସହିତ ବିଚାର ବିମର୍ଶ କରି କାର‌୍ୟ୍ୟ କରନ୍ତୁ। ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ। ଶୁକ୍ରବାର ଓ ଶନିବାର ଆୟ ମଧ୍ୟମ ରହିବ। ପରୋପକାରୀ ହେବେ। ମହିଳା ଓ ବିଦ୍ୟାର୍ଥୀ ଜଗିରଖି ଚଳିବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ନାରାୟଣ କବଚ ପାଠ କରନ୍ତୁ।

Comments are closed.