କେମିତି କଟିବ ଏହି ସପ୍ତାହ: ସାପ୍ତାହିକ ରାଶିଫଳ

ମେଷ: ରବିବାର ଶାରୀରିକ ଅସୁସ୍ଥତା ଦେଖାଦେବ। ସୋମବାର ଓ ମଙ୍ଗଳବାର ଜଗିରଖି ଚଳନ୍ତୁ। ଦୁର୍ଘଟଣାଗ୍ରସ୍ତ ହୋଇପାରନ୍ତି। ବାକ୍ ସଂଯମତା ରକ୍ଷା କରନ୍ତୁ। ବୁଧବାର ଓ ଗୁରୁବାର ନୂତନ ନିଯୁକ୍ତି ପାଇପାରନ୍ତି। ପିଲାଙ୍କ କ୍ୟାରିୟର ପ୍ରତି ଯତ୍ନଶୀଳ ହେବେ। ଶୁକ୍ରବାର ଓ ଶନିବାର ଦୂରଯାତ୍ରା କରିପାରନ୍ତି। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ।
ବୃଷ: ରବିବାର ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ। ସୋମବାର ଓ ମଙ୍ଗଳବାର ଆର୍ଥିକ ପରିସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ହେବ। ବୁଧବାର ଓ ଗୁରୁବାର ବିବାଦରେ ପଡ଼ିପାରନ୍ତି। ପଡ଼ୋଶୀଙ୍କ ସହ ମତଭେଦ ଦେଖାଦେବ। ଶୁକ୍ରବାର ଓ ଶନିବାର ଉଦ୍ୟମେ କାର୍ଯ୍ୟସିଦ୍ଧି ହେବ। ସୃଜନଶୀଳ ପ୍ରତିଭାର ବିକାଶ ଘଟିବ। ମହିଳା ଓ ବିଦ୍ୟାର୍ଥୀ ଶ୍ରୀଯୁକ୍ତ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ।
ମିଥୁନ: ରବିବାର ଶ୍ରୀ ଲାଭ ହେବ। ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିପାରେ। ଆୟ ବୃଦ୍ଧି ହେବ। ସୋମବାର ଓ ମଙ୍ଗଳବାର ଯାତ୍ରା ଜନିତ କ୍ଲେଶ ଦେଖାଦେବ। ଜଗିରଖି ଚଳନ୍ତୁ। ବୁଧବାର ଓ ଗୁରୁବାର ସାମାଜିକ କାର୍ଯ୍ୟ କରି ପ୍ରତିଷ୍ଠିତ ହେବେ। ଦ୍ରବ୍ୟ କ୍ରୟ କରିପାରନ୍ତି। ଶୁକ୍ରବାର ଓ ଶନିବାର ବନ୍ଧୁମାନଙ୍କ ସହଯୋଗ ପ୍ରାପ୍ତ ହେବ। ମହିଳା ଓ ବିଦ୍ୟାର୍ଥୀ ସଫଳତା ପାଇବେ। ରିଷ୍ଟ ଖଣ୍ଡନ ପାଇଁ ମା’ ତ୍ରିପୁରା ସୁନ୍ଦରୀଙ୍କ କବଚ ପାଠ କରନ୍ତୁ।
କର୍କଟ: ରବିବାର ଭାବିଚିନ୍ତି କାର୍ଯ୍ୟ କରନ୍ତୁ। ସୋମବାର ଓ ମଙ୍ଗଳବାର ପ୍ରତିଯୋଗିତାରେ ବିଜୟୀ ହେବେ। ବୁଧବାର ଓ ଗୁରୁବାର ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ। ଜମିବାଡ଼ି ଗଣ୍ଡଗୋଳ ଦେଖାଦେବ। ଶୁକ୍ରବାର ଓ ଶନିବାର ମଧ୍ୟମଫଳ ପ୍ରାପ୍ତ ହେବ। ପାରିବାରିକ ଆନନ୍ଦ ପ୍ରାପ୍ତ ହେବ। ମହିଳା ଓ ବିଦ୍ୟାର୍ଥୀ କର୍ମଠ ହେବେ। ରିଷ୍ଟ ଖଣ୍ଡନ ପାଇଁ ମା’ ଭୁବନେଶ୍ବରୀଙ୍କ ମନ୍ତ୍ର ଜପ କରନ୍ତୁ।
ସିଂହ: ରବିବାର ସ୍ତ୍ରୀ ହେତୁକ ଧନଲାଭ ହେବ। ସୋମବାର ଓ ମଙ୍ଗଳବାର ସମ୍ବେଦନଶୀଳ ହେବେ। ବନ୍ଧୁଙ୍କଠାରୁ ବିପଦର ସମ୍ଭାବନା ଦେଖାଦେଇପାରେ। ବୁଧବାର ଓ ଗୁରୁବାର ସମୟ ଅନୁକୂଳ ରହିବ। ସୁସମ୍ବାଦ ମିଳିପାରେ। ପୈତୃକ ସମ୍ପତ୍ତିରୁ ଲାଭବାନ ହେବେ। ଶୁକ୍ରବାର ଓ ଶନିବାର କାର୍ଯ୍ୟକ୍ଷେତ୍ରରେ ଦ୍ବନ୍ଦ୍ବ ଦେଖାଦେଇପାରେ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ମା’ ମାତଙ୍ଗୀଙ୍କ କବଚ ପାଠ କରନ୍ତୁ।
କନ୍ୟା: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ବୁଧବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଜଗିରଖି ଚଳିବେ। ଯାତ୍ରାଜନିତ କ୍ଳେଶ ଦେଖାଦେବ। ଦ୍ରବ୍ୟ ଚୋରି ହୋଇପାରେ। ବ୍ୟୟ ଅଧିକ ହେବ। ଶନିବାର ସଫଳତା ଲାଭ ହେବ। ମହିଳା ଓ ବିଦ୍ୟାର୍ଥୀ କର୍ମଠ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀଗଣେଶଙ୍କ ମନ୍ତ୍ର ଜପ କରନ୍ତୁ।
ତୁଳା: ରବିବାର ପ୍ରୀତି ଲାଭ ହେବ। ସ୍ତ୍ରୀଙ୍କ ସହଯୋଗ ଲାଭ ହେବ। ସୋମବାର ଓ ମଙ୍ଗଳବାର ଅସୁବିଧାର ସମ୍ମୁଖୀନ ହେବେ। ଦୂରଯାତ୍ରା ସ୍ଥଗିତ ରଖିବା ଆବଶ୍ୟକ। ବୁଧବାର ଓ ଗୁରୁବାର ସାମାଜିକ କାର୍ଯ୍ୟରେ ପ୍ରତିଷ୍ଠାଯୁକ୍ତ ହେବେ। ଶୁକ୍ରବାର ଓ ଶନିବାର ନୂତନ ନିଯୁକ୍ତି ମିଳିପାରେ। ଆୟ ବୃଦ୍ଧି ହେବ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମ ଫଳ ଲାଭ କରିବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀଶିବସ୍ତୋତ୍ର ପାଠ କରନ୍ତୁ।
ବିଛା: ରବିବାର ସମସ୍ୟାମୁକ୍ତ ହେବେ। ସୋମବାର ଓ ମଙ୍ଗଳବାର ଜଗିରଖି ଚଳନ୍ତୁ। ଆଘାତ ପ୍ରାପ୍ତ ହୋଇପାରନ୍ତି। ବୁଧବାର ଓ ଗୁରୁବାର ସନ୍ତାନସୁଖ ଲାଭ କରିପାରନ୍ତି। ପୈତୃକ ସମ୍ପତ୍ତିରୁ ଲାଭବାନ ହେବେ। ଶୁକ୍ରବାର ଓ ଶନିବାର ନୂତନ ଭୂମି କ୍ରୟ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ମହିଳା ଓ ବିଦ୍ୟାର୍ଥୀ ପରିଶ୍ରମୀ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀସୁନ୍ଦରାକାଣ୍ଡ ପାଠ କରନ୍ତୁ।
ଧନୁ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ଆପଣଙ୍କ ସପକ୍ଷରେ ଯିବ। ଆୟ ବୃଦ୍ଧି ହେବ। ଶତ୍ରୁ ଉପରେ ବିଜୟଲାଭ କରିବେ। ବୁଧବାର ଓ ଗୁରୁବାର ପ୍ରୀତିଲାଭ କରିବେ। କାର୍ଯ୍ୟରେ ସଫଳତା ଲାଭ ହେବ। ଶୁକ୍ରବାର ଓ ଶନିବାର ସମୟ ପ୍ରତିକୂଳ ରହିବ। ଶତ୍ରୁ ଦ୍ବାରା ପରାଭୂତ ହେବେ। ଦ୍ରବ୍ୟ ଚୋରି ହୋଇପାରେ। ମହିଳା ଓ ବିଦ୍ୟାର୍ଥୀ କର୍ମଠ ହେବେ। ରିଷ୍ଟ ଖଣ୍ଡନ ପାଇଁ ଓଁ ତା’ରେ ତୁ’ତାରେ ତୁରେ ସ୍ବାହା ମନ୍ତ୍ର ଜପ କରନ୍ତୁ।
ମକର: ରବିବାର ଆର୍ଥିକ ଅନଟନ ଦେଖାଦେବ। ସୋମବାର ଓ ମଙ୍ଗଳବାର ଭାବିଚିନ୍ତି କାର୍ଯ୍ୟ କରିବେ। ସନ୍ତାନମାନଙ୍କୁ ନେଇ ଚିନ୍ତାରେ ପଡ଼ିପାରନ୍ତି। ବୁଧବାର ଓ ଗୁରୁବାର ସୁସମ୍ବାଦ ପ୍ରାପ୍ତି ହେବ। ପ୍ରତିଯୋଗିତାରେ ବିଜୟୀ ହେବେ। ଶୁକ୍ରବାର ଓ ଶନିବାର ପ୍ରତିଷ୍ଠା ଲାଭ କରିବେ। ଧାର୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ମହିଳା ଓ ବିଦ୍ୟାର୍ଥୀ ସଫଳତା ପ୍ରାପ୍ତି କରିବେ। ରିଷ୍ଟ ଖଣ୍ଡନ ପାଇଁ ମା’ କାଳୀଙ୍କର ସହସ୍ରନାମ ପାଠ କରନ୍ତୁ।
କୁମ୍ଭ: ରବିବାର ଦୂରଯାତ୍ରା କରିପାରନ୍ତି। ବନ୍ଧୁମାନଙ୍କ ସଙ୍ଗରେ ମିଳନ ହେବ। ସୋମବାର ଓ ମଙ୍ଗଳବାର ସମସ୍ୟାଯୁକ୍ତ ହେବେ। ଅଯଥାରେ ଅପମାନିତ ହୋଇପାରନ୍ତି। ବୁଧବାର ଓ ଗୁରୁବାର ଆନନ୍ଦଚିତ୍ତ ହେବେ। ପିଲାଙ୍କୁ ନେଇ ଗର୍ବ ଅନୁଭବ କରିବେ। ଶୁକ୍ରବାର ଓ ଶନିବାର ନୂତନ ନିଯୁକ୍ତି ମିଳିପାରେ। ଆର୍ଥିକ ସମସ୍ୟା ଦୂରୀଭୂତ ହେବ। ମହିଳା ଓ ବିଦ୍ୟାର୍ଥୀ ସମ୍ବେଦନଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।
ମୀନ: ରବିବାର ଘରକୁ ବନ୍ଧୁବାନ୍ଧବଙ୍କ ଆଗମନ ଘଟିବ। ସୋମବାର ଓ ମଙ୍ଗଳବାର ସମସ୍ୟାଯୁକ୍ତ ହେବେ। ବୁଧବାର ଓ ଗୁରୁବାର ଜଗିରଖି ଚଳିବେ। ଆଘାତ ପ୍ରାପ୍ତ ହୋଇପାରନ୍ତି। ଅଯଥା ବିବାଦରେ ଛନ୍ଦିହୋଇ ପଡ଼ିବେ। ଶୁକ୍ରବାର ଓ ଶନିବାର ଭାବିଚିନ୍ତି କାର୍ଯ୍ୟ କରିବା ଉଚିତ୍। ବ୍ୟବସାୟରେ ମଧ୍ୟମଫଳ ପ୍ରାପ୍ତି ହେବ। ମହିଳା ଓ ବିଦ୍ୟାର୍ଥୀ ମନନଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀଦୁର୍ଗା ସହସ୍ରନାମ ପାଠ କରନ୍ତୁ।
Comments are closed.