www.samajalive.in
Friday, December 12, 2025
14.1 C
Bhubaneswar

ଗୋପାଳପୁରରେ ପୁଣି ଆରମ୍ଭ ହେଲା ରବିବାର ସନ୍ଧ୍ୟା ସାଂସ୍କୃତିକ କାର୍ୟ୍ୟକ୍ରମ

ଗୋପାଳପୁର: ମହାମାରୀ କରୋନା କଟକଣା ଲାଗି ୨ ବର୍ଷ ଧରି ବନ୍ଦ ରହିଥିବା ଗୋପାଳପୁରରେ ରବିବାର ସନ୍ଧ୍ୟା ସାଂସ୍କୃତିକ କାର୍ୟ୍ୟକ୍ରମକୁ ଗଞ୍ଜାମ ଜିଲା ପ୍ରଶାସନ ଓ ଗୋପାଳପୁର ଏନଏସି ପକ୍ଷରୁ ପୁଣିଥରେ ଆଜିଠାରୁ ଆରମ୍ଭ କରାଯାଇଛି। ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଗୋପାଳପୁରକୁ ଆକୃଷ୍ଟ କରିବା ପାଇଁଁ ଜିଲା ପ୍ରଶାସନ ତରଫରୁ ବେଳାଭୂମି ଠାରେ ଥିବା ବେଳାଭୂମି ମଣ୍ଡପ ଠାରେ ସାଂସ୍କୃତିକ କାର୍ୟ୍ୟକ୍ରମ ଆରମ୍ଭ ହୋଇଛି। ଆଜି ଅନୁଷ୍ଠିତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଉପ ଜିଲାପାଳ ଭିି.କୀର୍ତ୍ତି ଭାସନ ଯୋଗ ଦେଇ ଶୁଭାରମ୍ଭ କରିଥିଲେ । ବେଳାଭୂମିକୁ ସଫା ସୁତୁରା ରଖିବା ସହ ଗୋପାଳପୁର ବେଳାଭୂମିକୁ ପ୍ଲାଷ୍ଟିକ, ପଲିଥିନ ମୁକ୍ତ କରିବା ପାଇଁ ଉପସ୍ଥିତ ଲୋକଙ୍କୁ ଉପଜିଲ୍ଲାପାଳ ଅନୁରୋଧ କରିଥିଲେ। କେନ୍ଦ୍ର ସରାକରଙ୍କ ସେଣ୍ଟର ଫର କଲ୍‌ଚୁରାଲ୍ ରିସୋସେଶ୍ ଆଣ୍ଡ ଟ୍ରେନିଂ (ସିଟିସିସି) ବିଭାଗ ପକ୍ଷରୁ ବୃତ୍ତି ପାଇବା ନିମନ୍ତେ ଯୋଗ୍ୟ ବିବେଚିତ ହୋଇଥିବା ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଓଡ଼ିଶୀ ନୃତ୍ୟାୟନ ଅନୁଷ୍ଟାନର ଜୁନିୟର ନୃତ୍ୟ ଶିଳ୍ପୀ ସମୀକ୍ଷା ମହାନ୍ତିଙ୍କୁ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସାଂସ୍କୃତିକ କାର୍ୟ୍ୟକ୍ରମରେ ନୃତ୍ୟାୟନ ଅନୁଷ୍ଟାନର ଛାତ୍ରଛାତ୍ରୀଙ୍କ ଦ୍ୱାରା ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା। ଆଜି ରବିବାର ହେତୁ ବେଳାଭୂମିରେ ପଯ୍ୟଟକଙ୍କ ଭିଡ଼ ଜମିଥିବା ବେଳେ ପର୍ୟ୍ୟଟକମାନେ ଏହି ସାଂସ୍କୃତିକ କାଯ୍ୟକ୍ରମକୁବେଶ ଉପଭୋଗ କରିଥିବା ଦେଖା ଯାଇଥିଲା । ଏଣିକି ପ୍ରତି ରବିବାର ସନ୍ଧ୍ୟାରେ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ ସହ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories