www.samajalive.in
Friday, December 12, 2025
14.1 C
Bhubaneswar

ଝାଡା ରୋଗରେ ଆକ୍ରାନ୍ତ, ପୁଣି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହେଲେ ଦୁଲକିବନ୍ଧ କନ୍ୟାଶ୍ରମର ୧୦ ଜଣ ଅନ୍ତେବାସୀ

କଲମପୁର: ନିୟନ୍ତ୍ରଣ ହେବା ବଦଳରେ ଜଟିଳ ହେଉଛି ଦୁଲକିବନ୍ଧ କନ୍ୟାଶ୍ରମର ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟାବସ୍ଥା। ରବିବାର ପୁଣି ୧୦ ଜଣ ଅନ୍ତବାସୀ ଝାଡା ରୋଗରେ ଆକ୍ରାନ୍ତ ହେବା ପରେ କଲମପୁର ଗୋଷ୍ଠୀ ସ୍ୱାସ୍ତ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଶନିବାର ଡାକ୍ତରୀଦଳଙ୍କ ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ସମୟରେ ସ୍ୱାଭାବିକ ଥିଲା। କିନ୍ତୁ ରାତ୍ରୀ ଭୋଜନ ପରେ ପୁଣି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଯାଇଥିଲା। ଯାହା ଫଳରେ ରବିବାର କୌଶଲ୍ୟା ଶବର, ପ୍ରିୟାଙ୍କା ସୁନାନୀ, ଶୁବାସିନୀ ମାଝୀ, ରୀନା ଝାଙ୍କର, ଶ୍ରଦ୍ଧାଞ୍ଜଳୀ ମାଝୀ, ସଞ୍ଜୁ ମାଝୀ, ପଲ୍ଲ୍ବୀ ଶବର, କୁନ୍ତଳା ପୁଝାରୀ, ଯାଜ୍ଞସେନୀ ମାଝୀ ଓ ଦୁଃଶିଳା ଭୋଇ ପ୍ରମୁଖ ଅନ୍ତେବାସୀ ଝାଡାରେ ଆକ୍ରାନ୍ତ ହେଇ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। କେଉଁ କାରଣରୁ ଏଭଳି ରୋଗ ବ୍ୟାପୁଛି ତାହା ସ୍ପଷ୍ଟ ହେଇ ପାରି ନାହିଁ। ଦୁଷିତ ପାନୀୟ ଜଳ ଏକ କାରଣ ବୋଲି କୁହାଯାଉଥିବା ବେଳେ ଖାଦ୍ୟରେ ମଧ୍ୟ କିଛି ସମସ୍ୟା ଥିବା ସାଧାରଣରେ ଆଲୋଚନା ହେଉଛି। ଅନ୍ୟପଟେ ଗ୍ରୀଷ୍ମତାପ ବୃଦ୍ଧି ସହ ବିଦ୍ୟାଳୟ ପରିସରରେ ଥଣ୍ଡା ପାନୀୟ ଜଳ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଏଭଳି ସମସ୍ୟା ହେଉଥିବା ଅଭିଯୋଗ ହେଉଛି। ବିଦ୍ୟାଳୟ ପରିସରରେ କେବଳ କଂକ୍ରିଟ ଜଙ୍ଗଲ ଭଳି କୋଠା ଓ ସିମେଣ୍ଟ ରାସ୍ତା ଥିବାରୁ ଉଷ୍ମତାପ ବୃଦ୍ଧି ହେତୁ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଉଥିବା ଆଲୋଚନା ହେଉଛି। ଅନ୍ୟପଟେ କିଛି ଦିନ ବିଦ୍ୟାଳୟକୁ ଛୁଟି ଘୋଷଣା କରି ବିଶୋଧନ କରାଗଲେ ଏହି ସମସ୍ୟା ସମାଧାନ ହେବାର ଆଶା କରାଯାଉଛି। ତେଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେବା ପାଇଁ ସାଧାରଣରେ ଦାବୀ ହେଉଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories