www.samajalive.in
Friday, December 12, 2025
14.1 C
Bhubaneswar

ଅଜଣା ଟ୍ରକ-ବାଇକ ଧକ୍କାରେ ଜଣେ ମୃତ, ଦୁଇ ଗୁରୁତର

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି -ବଙ୍ଗୋମୁଣ୍ଡା ରାଜ୍ୟ ରାଜପଥ ୪୨, ଦନ୍ଦ୍ରା ଗାଁ ନିକଟ ଏକ ବୁଲାଣିରେ ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏଥିରେ ଆଉ ୨ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଏକ ବାଇକରେ ୩ଜଣ କଣ୍ଟାବାଞ୍ଜି ଆସୁଥିବା ବେଳେ ବିପରୀତ ଦିଗ କଣ୍ଟାବାଞ୍ଜି ଆଡୁ ବଙ୍ଗୋମୁଣ୍ଡା ଆଡକୁ ଦ୍ରୁତ ଗତିରେ ଯାଉଥିବା ଟ୍ରକ ବାଇକକୁ ଧକ୍କା ଦେଇ ସେଠାରୁ ପଳାଇଯାଇଥିଲା। ଘଟଣା ସ୍ଥଳରେ ଜଣେ ବାଇକ ଆରୋହୀ ଶ୍ୟାମ ସୁନ୍ଦର ପୁଞ୍ଜି (୩୦)ଙ୍କର ମୃତ୍ୟୁ ହୋଇ ଯାଇଥିବା ବେଳେ, ବାଇକ ଚାଳକ ଥବିର ବାଗ (୩୦) ଓ ବିସିକେଶନ ପୋଡ଼ (୪୦)ଉଭୟଙ୍କ ଗୋଡ଼ ଭାଙ୍ଗି ଯିବା ସହ ରାସ୍ତା କଡ଼ ରେ ଛିଟିକି ହୋଇ ପଡ଼ିଥିଲେ। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ବଙ୍ଗୋମୁଣ୍ଡା ପୁଲିସ ପହଞ୍ଚି, ସେମାନଙ୍କୁ ଆମ୍ବୁଲେନ୍ସ ଯୋଗେ କଣ୍ଟାବାଞ୍ଜି ଡାକ୍ତର ଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ଶ୍ୟାମ ସୁନ୍ଦରଙ୍କୁ ମୃତ ଘୋଷଣା କରିଥିଲେ। ଅପରପକ୍ଷରେ ବାଇକ ଚାଳକ ଡ଼ୁମେରଜୋର ଗାଁର ଥବିର ବାଗ ଓ ବୋଡେ଼ନ ଥାନା ଅନ୍ତର୍ଗତ କ୍ଷୀର୍ମାଲ ଗାଁର ବିସିକେଶନ ପୋଡ଼ଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଉଭୟଙ୍କୁ ୧୦୮ଆମ୍ବୁଲେନ୍ସ ଯୋଗେ ବଲାଙ୍ଗୀର ଜିଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି। ବଙ୍ଗୋମୁଣ୍ଡା ଥାନା ଭାର ପ୍ରାପ୍ତ ଅଧିକାରୀ ସୁଶାନ୍ତ ପ୍ରଧାନ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories