www.samajalive.in
Friday, December 12, 2025
14.1 C
Bhubaneswar

ଟ୍ରାନ୍ସଫରମର ପୋଡି ଯୋଗୁଁ ତିନି ଦିନ ହେବ ଅନ୍ଧାରରେ ଭରତାପୁର ଗ୍ରାମ

ବୌଦ୍ଧ :ବୌଦ୍ଧ ଜିଲାରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ଜିଲାର ତାପମାତ୍ରା ପ୍ରାୟତଃ ୪୦ ଡିଗ୍ରୀ ଉପରେ ରହୁଛି। ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିସ୍ଥଳେ ଜିଲାର ହରଭଙ୍ଗା ବ୍ଲକର ସାମ୍ପୋଚ ପଂଚାୟତର ଭରତାପୁର ଗ୍ରାମରେ ଗତ ତିନି ଦିନ ହେବ ଲାଇନ ନ ଥିବାରୁ ଲୋକମାନେ ଅନ୍ଧାରରେ ରହୁଥିବାର ଅଭିଯୋଗ କରିଛନ୍ତି। ପ୍ରବଳ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଲାଇନ ନଥିବା ଲୋକଙ୍କ ସମସ୍ୟାକୁ ଦିଗୁଣ କରିଦେଇଛି। ଗ୍ରାମରେ ଥିବା ଟ୍ରାନ୍ସଫରମରଟି ଗତ ତିନିତିନ ତଳେ ପୋଡି ଯାଇଥିବାରୁ ଲୋକମାନେ ବିଦ୍ୟୁତ ସୁବିଧା ପାଇବାରୁ ବଂଚିତ ହୋଇଛନ୍ତି। ଏନେଇ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଏହି ସମସ୍ୟାର ସମାଧାନ ଶୀଘ୍ର କରାଯିବ ବୋଲି କହି ବିଭାଗୀୟ କର୍ତ୍ତୃପକ୍ଷ ଟାଳିଚାଲିଛନ୍ତି। ଗ୍ରାମବାସୀଙ୍କ ଠାରେ ବିଦ୍ୟୁତ ଶୁକ୍ଲ ବାବଦକୁ ବକେୟା ଥିବା ଟଙ୍କାରୁ ଗ୍ରାମବାସୀମାନେ ୫୦ ପ୍ରତିଶତ ଟଙ୍କା ପ୍ରାୟ ଏକ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଗତ ୨୯ ତାରିଖରେ ବିଭାଗରେ ଦାଖଲ କରିଛନ୍ତି ବୋଲି ପ୍ରକାଶ କରିଛନ୍ତି। ହେଲେ ସେମାନଙ୍କୁ ବିଦ୍ୟୁତ ସେବା ଯୋଗାଇ ଦିଆଯାଇ ପାରୁନାହିଁ। ଗ୍ରାମରେ ପ୍ରାୟ ଦୁଇଶହ ଲୋକ ବସବାସ କରୁଛନ୍ତି। ଲାଇନ ନଥିବା ଯୋଗୁଁ ଗ୍ରୀଷ୍ମପ୍ରବାହରେ ଛୋଟ ଛୋଟ ଶିଶୁଠାରୁ ଆରମ୍ଭ କରି ବୃଦ୍ଧ ବୃଦ୍ଧାମାନେ ମଧ୍ୟ ଛଟପଟ ହେଉଛନ୍ତି। ଏପରିସ୍ଥଳେ ବିଭାଗୀୟ କତୃପକ୍ଷ ସେମାନଙ୍କୁ ତୁରନ୍ତ ବିଦ୍ୟୁତ ସେବା ଯୋଗାଇ ଦେବାକୁ ଦାବି ହେଉଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories