ବୌଦ୍ଧ: ବୌଦ୍ଧ ସହରସ୍ଥିତ ପୁରୁଣା ଆଇଟିଆଇ ପରିସରରେ ଫ୍ୟୁଜନ କ୍ଲବ ପକ୍ଷରୁ ବ୍ୟାଡମିଣ୍ଟନ ପ୍ରତିଯାଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗୀତାରେ ୬ଟି ଦଳ ଅଂଶ ଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚ ଡ. ବିଜୟ, ପ୍ରଦୀପ ଦଳ ସହିତ ଡ. କିଶୋର, କାହ୍ନା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଡ. ବିଜୟ ପ୍ରଦୀପ ଗ୍ରୁପ ବିଜୟ ଲାଭ କରିଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ଜିଲା ମୁଖ୍ୟ ଚିକିତ୍ସାଳୟର ଶଲ୍ୟ ବିଭାଗର ବିଶେଷଜ୍ଞ ଡା.ଅରୁଣ ବିଶ୍ୱାଳ ଓ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ମ୍ୟାଚ ଗୁଡିକୁ ରେଫରୀ ଭାବରେ ସୁବ୍ରତ ପୁରୋହିତ ପରିଚାଳନା କରିଥିବାବେଳେ ମ୍ୟାଚ ପରିଚାଳନାରେ ଜିତେନ୍ଦ୍ର ମିଶ୍ର, ନିଳମଣୀ ପ୍ରଧାନ, ପୋଲସ୍ତି ପ୍ରଧାନ, ଜଗନ୍ନାଥ ହର, ଶରତ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।
Popular Categories



