www.samajalive.in
Friday, December 12, 2025
14.1 C
Bhubaneswar

ଜଳୁଛି ଜଙ୍ଗଲ, ଗାଁ ମୁହାଁ ବନ୍ୟପ୍ରାଣୀ

ବୌଦ୍ଧ : ଚଳିତବର୍ଷ ଗ୍ରୀଷ୍ମପ୍ରବାହ ର୍ପୂବରୁ ଜଙ୍ଗଲନିଆଁ ବନ ବିଭାଗର ଚିନ୍ତା ବଢାଇଦେଲାଣି। ଗୋଟିଏ ମୁଣ୍ଡରୁ ନିଆଁ ଲିଭାଇଲେ ଆର ମୁଣ୍ଡରୁ ଜଙ୍ଗଲ ହୁ ହୁ ହୋଇ ଜଳିବାରେ ଲାଗିଛି। ଅନେକ ସ୍ଥାନରେ ବନ ସୁରକ୍ଷା ସମିତିମାନେ ଜଙ୍ଗଲ ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି ହେଲେ ପ୍ରତିଦିନ କେଉଁଠି ନା କେଉଁଠି ଜଙ୍ଗଲରେ ନିଆଁ ଲାଗିରହିଛି। ବୌଦ୍ଧଜିଲା ହରଭଙ୍ଗା ବ୍ଲକ ମାଧପୁର ରେଞ୍ଜ ଅନ୍ତର୍ଗତ ହାତୀଧରା ଓ ମୁଣ୍ଡେସର ଜଙ୍ଗଲରେ ଅନେକ ସ୍ଥାନରେ ହୁହୁ ହୋଇ ଜଙ୍ଗଲ ଜଳୁଥିବାବେଳେ ନିଆଁକୁ ଆୟତ୍ତ କରିବାରେ ବନ ବିଭାଗ ବିଫଳ ହୋଇଛି। ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ ଗତ କିଛିବର୍ଷ ହେଲା ବନ ବିଭାଗର ଅପାରଗତା ଓ ଲୋକମାନଙ୍କ ମଧ୍ୟରେ ସଚେତନତାର ଅଭାବରୁ ଜଙ୍ଗଲରେ ଏଭଳି ନିଆଁ ଲାଗିବା ଘଟଣା ଦେଖିବାକୁ ମିଳୁଅଛି। ବୌଦ୍ଧ ମାନଚିତ୍ରରେ ହାତୀଧରା ଜଙ୍ଗଲର ଅନେକ ଗୁରୁତ୍ୱ ରହିଛି। ପଦ୍ମତୋଳା ଜଙ୍ଗଲକୁ ସଂଯୋଗ କରୁଥିବା ଏହି ଜଙ୍ଗଲରେ ରାଜାଙ୍କ ସମୟରେ ପ୍ରଜାମାନେ ବେଠି ଖଟି ଏହି ଜଙ୍ଗଲରେ ଶାଗୁଆନ ଗଛ ଲଗାଇଥିବାର କୁହାଯାଏ। ବର୍ତମାନ ଜିଲାର ବଡ ଜଙ୍ଗଲ କହିଲେ ହାତୀଧରା,ମୁଣ୍ଡେଶ୍ୱର ଓ ପଦ୍ମତୋଳା ଜଙ୍ଗଲକୁ ବୁଝାଯାଏ। ହାତୀଧରା ଜଙ୍ଗଲ ମଧ୍ୟରେ ରହିଛି ଘଞ୍ଚ ଜଙ୍ଗଲ ଅଞ୍ଚଳ ଦାନିଗାଡୁ,କେରେଡିଗୁଜୁ,ବାଘଦଳି। ଏହି ଯାଗାମାନଙ୍କରେ ବର୍ଷ ତମାମ ପାଣି ରହିଥାଏ। ତେଣୁ ହାତୀ,ବାରହା.ସମ୍ବର,ହରିଣ,କୁଟୁରା ଆଦି ବନ୍ୟପ୍ରାଣୀ ଏହି ଅଞ୍ଚଳରେ ଦେଖାଯାଆନ୍ତି। କିନ୍ତୁ ବର୍ତମାନ ଜଙ୍ଗଲରେ ବାରମ୍ବାର ନିଆଁ ଲାଗୁଥିବା ଯୋଗୁଁ ବନ୍ୟଜନ୍ତୁ ଏବେ ଗ୍ରାମମୁହାଁ ହେଉଥିବା ନେଇ ସବୁ ସମୟରେ ଗ୍ରାମବାସୀମାନେ ଭୟରେ କାଳାତିପାତ କରୁଛନ୍ତି। ଜଙ୍ଗଲ ନିଆଁ ଯୋଗୁଁ ବହୁ ମୂଲ୍ୟବାନ ଗଛ ଓ ଔଷଧୀୟ ବୃକ୍ଷ ପୋଡି ନଷ୍ଟ ହୋଇଯାଉଥିବାରୁ ସାଧାରଣରେ ଉଦବେଗ ପ୍ରକାଶ ପାଉଅଛି। ଚଳିତବର୍ଷ ବନ ବିଭାଗର ଅବହେଳା ଯୋଗୁଁ ପୂର୍ବ ପ୍ରସ୍ତୁତି ନଥିବାରୁ ଜଙ୍ଗଲ ଗୁଡିକରେ ଲାଗୁଥିବା ନିଆଁ ସହଜରେ ଅନ୍ୟ ଅଞ୍ଚଳକୁ ବ୍ୟାପୀ ଯାଉଥିବା ଅଭିଯୋଗ ହେଉଅଛି। ତେବେ ଜଙ୍ଗଲ ନିଆଁକୁ ଆୟତ୍ତ କରିବା କେବଳଯେ ବନ ବିଭାଗର ଦାୟିତ୍ୱ ବୋଲି ନଭାବି ଗ୍ରାମବାସୀ ,ବନ ସୁରକ୍ଷା ସମିତି ସମସ୍ତେ ମିଳିମିଶି ଉଦ୍ୟମ କଲେ ଆମ ଜିଲାର ଜଙ୍ଗଲ ସଂପଦ ରକ୍ଷା କରାଯାଇପାରିବ ବୋଲି ସାଧାରଣରେ ମତପ୍ରକାଶ ପାଉଅଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories