ବୌଦ୍ଧ: ବୌଦ୍ଧ ସହରସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସଭାଗୃହରେ ବିଦ୍ୟାଳୟ ସ୍ତରୀୟ ପୁସ୍ତକ ପ୍ରଦର୍ଶନୀ ମୁଖ୍ୟ ଅତିଥି ଜିଲା ଶିକ୍ଷା ଅଧିକାରୀ ଡ. ଉଦୟନାଥ ମାଝିଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲା ସଭାପତିତ୍ବ କରି ଯେତେ ଅଧିକ ପଢିବ ସେତିକି ଜାଣିପାରିବ, ପୁସ୍ତକ ପ୍ରଦର୍ଶନୀର ଉଦ୍ଦେଶ୍ୟ ବିଦ୍ୟାଳୟ ପାଠାଗାରରୁ ଛାତ୍ରୀମାନେ ଅଧିକରୁ ଅଧିକ ପୁସ୍ତକ ନେଇ ପଢିବେ, ଗୋଟିଏ ଦିନରେ ଉତ୍କଳ ସହିତ ଅଭିଭକ୍ତ ଭାରତରେ ଥିବା ସିନ୍ଧ ପ୍ରଦେଶ ସ୍ୱତନ୍ତ୍ରତାର ମାନ୍ୟତା ପାଇଥିଲା ବୋଲି କହିବା ସହିତ ଓଡ଼ିଆ ଭାଷାର ମହତ୍ୱ ଉପରେ ଆଲୋଚନା କରିଥିଲେ। ବିଦ୍ୟାଳୟର ପୁସ୍ତକ ପ୍ରଦର୍ଶନୀ ପିଲାଙ୍କ ପଠନ ଦିଗରେ ଆଗ୍ରହ ସୃଷ୍ଟି କରିବ, ଏହା ସମସ୍ତ ବିଦ୍ୟାଳୟରେ ହେବା ଆବଶ୍ୟକ, ଓଡ଼ିଆ ପୁସ୍ତକ ଲେଖା ଓ ଲେଖକଙ୍କ ବିଷୟରେ ପିଲାମାନେ ଜାଣିବା ଆବଶ୍ୟକ, ଓଡିଶା ଭାଷା ଭିତ୍ତରେ ପ୍ରଦେଶର ମାନ୍ୟତା ପାଇଥିବା କଥା ମୁଖ୍ୟ ଅତିଥି ଜିଲା ଶିକ୍ଷା ଅଧିକାରୀ ଶ୍ରୀ ମାଝୀ ପିଲାଙ୍କୁ ବୁଝାଇ କହିଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସତ୍ୟନାରାୟ ଦେହୁରୀ, ଛାତ୍ରୀ ତେନିଶା ମେହେର, ଆଇଶା ରାଜ, ପ୍ରାଚୀ ପ୍ରଭା ମେହେର, ପ୍ରୀତିପ୍ରଜ୍ଞା ହୋତା, ପ୍ରଗତି ରାଉତ ପ୍ରମୁଖ ଓଡିଶା ଦିବସ ସମ୍ବନ୍ଧରେ ବକ୍ତବ୍ୟ ଦେଇଥିଲେ। ପୁସ୍ତକ ପ୍ରଦର୍ଶନୀକୁ ବିଦ୍ୟାଳୟର ଛାତ୍ରୀ ମାନେ ଦେଖିବା ସହିତ ଆସନ୍ତା ଏପ୍ରିଲ ୪ତାରିଖରେ ହେବାକୁ ଥିବା ବ୍ଲକ ସ୍ତରୀୟ ବିଜ୍ଞାନମେଳାର ବ୍ୟବସ୍ଥା ବୈଠକକୁ ଆସିଥିବା ସିଆରସିସି ମାନେ ବୁଲି ଦେଖିଥିଲେ। ଶିକ୍ଷକ ଚିନ୍ମୟ ପଥୁରୀମାଳି ଧନ୍ୟବାଦ ଦେଇଥିଲେ। ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ପଦ୍ମନାଭ ସୁବୁଦ୍ଧି, ସତ୍ୟନାରାୟଣ ସ୍ୱାଇଁ, ସୁଜାତା ପୁରୋହିତ, ପଦ୍ମଜା ପତି, କାତ୍ୟାୟିନୀ ପାଢ଼ୀ, ରେଣୁପ୍ରଭା ବେହେରା, ଅନୀତା ସୁବୁଦ୍ଧି, ସୁଧା ହୋତା, ହେମନ୍ତ ସାହୁ, ରଂଜିତ କୁମାର ନାୟକ ପ୍ରମୁଖ ସହଯୋଗ କରିଥିଲେ।
Popular Categories



