www.samajalive.in
Friday, December 12, 2025
15.1 C
Bhubaneswar

ଗଣ୍ଡ ସାଂସ୍କୃତିକ ସମାଜର ତୃତୀୟ ବାର୍ଷିକ ସମିଳନୀ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରି ଗ୍ରାମ ପଞ୍ଚାୟତର ତାଳପଦା ଗ୍ରାମରେ ଗଣ୍ଡ ସାଂସ୍କୃତିକ ସମାଜର ତୃତୀୟ ବାର୍ଷିକ ସମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ ପାଟଣା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧକ୍ଷ ଜଗନ୍ନାଥ ନାଏକ, ସମ୍ମାନୀୟ ଅତିଥିଭାବେ ୨୧ ନମ୍ବର ଜୋନର ଜିଲା ପରିଷଦ ସଦସ୍ୟ ପ୍ରଫୁଲ ଚନ୍ଦ୍ର ନାଏକ, ୨୨ ନମ୍ବର ଜୋନର ଜିଲା ପରିଷଦ ସଦସ୍ୟା ସୌଭାଗ୍ୟ ମଞ୍ଜରୀ ନାଏକ, ପାଟଣା ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ, ଖିରେଇ ଟାଙ୍ଗିରି ପଞ୍ଚାୟତର ସରପଞ୍ଚ ସଞ୍ଜୁଲତା ନାଏକ, ସମିତି ସଭ୍ୟା ବୈଦେହୀ ନାଏକ, କେନ୍ଦୁଝର ଜିଲ୍ଲା ଗୋଂଡ଼ ସାଂସ୍କୃତିକ ସମାଜର ପୂର୍ବତନ ସଭାପତି ପ୍ରଣାବଲ୍ଲଭ ନାଏକ, ସଭାପତି ଜନାର୍ଦ୍ଦନ ନାଏକ, ଖିରେଇଟାଙ୍ଗିରି ପଲ୍ଲୀର ସଭାପତି ଗିରିଧାରୀ ନାଏକ, ସମ୍ପାଦକ ଲାଲମୋହନ ନାଏକ, ବରିଷ୍ଠ ସଂଗଠକ ହୃଷିକେଶ ନାଏକ ଙ୍କ ସହିତ ଅନେକ ଜାତି ପ୍ରେମୀ ଭାଇ ଭଉଣୀ ଉପସ୍ଥିତ ଥିଲେ। ସଭାକାର୍ଯ୍ୟର ପ୍ରାରମ୍ଭରେ ଗଣ୍ଡ ସାଂସ୍କୃତିକ ସମାଜର ପାରମ୍ପରିକ ଖଣ୍ଡା ନୃତ୍ୟ ବେଶ ଉପଭୋଗ୍ୟ ହୋଇଥିଲା। ସେଥିପାଇଁ ବାଲିପୋଖରୀ ଗ୍ରାମର କଳାକାର ମାନେ ଭୂୟସୀ ପ୍ରଶଂସା ର ପାତ୍ର ହୋଇଥିଲେ l ତା ସହିତ ନିଜ ଜାତିର ଶିଶୁ କଳାକାର ମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ଆକୃଷ୍ଠ ହୋଇଥିଲା l ଶେଷରେ ନିଜ ଜାତିର ଚଳିତ ନିର୍ବାଚନ ରେ ବିଜୟୀ ହୋଇଥିବା ପ୍ରାର୍ଥୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories