www.samajalive.in
Friday, December 12, 2025
15.1 C
Bhubaneswar

ଅଣ୍ଡା ନଦେବାରୁ ଅଙ୍ଗନବାଡ଼ି ଦିଦିଙ୍କୁ ମାଡ଼, ଯୁବକ ଗିରଫ

ପାଟଣା: କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ମୁରୁସୁଆଁ ପଞ୍ଚାୟତ ଡେଣୁଆ ଗ୍ରାମରେ ଅଙ୍ଗନବାଡି ଦିଦିଙ୍କୁ ମାଡ଼ ମାରିବା ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି। ଗିରଫ ଯୁବକ ଗ୍ରାମର ରଇଦାସ ମୁଣ୍ଡା (୨୦) ବୋଲି ଜଣାପଡିଛି। ଅଭିଯୋଗ ଅନୁଯାୟୀ ଶୁକ୍ରବାର ଦିନ ମୋହନ ମୁଣ୍ଡାଙ୍କ ପୁଅ ରଇଦାସ ମୁଣ୍ଡା ଅଙ୍ଗନବାଡ଼ି ଦିଦି ରୁକ୍ମିଣୀ ସାହୁଙ୍କୁ ଅଣ୍ଡା ଓ ଛତୁଆ ମାଗିଥିଲେ । ଦିଦି ଅଣ୍ଡା ନଦେବାରୁ ମୋହନ ମୁଣ୍ଡା ଅଙ୍ଗନବାଡ଼ି ଦିଦିଙ୍କୁ ଗାଳିଗୁଲଜ କରିବା ସହ ମାଡ ମାରିଥିଲେ। ଏନେଇ ଅଙ୍ଗନବାଡ଼ି ଦିଦି ରୁକ୍ମଣୀ ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଥାନାରେ କେସ ନମ୍ବର ୪୩/୨୦୨୨ ରେ ଏକ ମାମଲା ରୁଜୁ କରି ଥାନା ଏଏସ୍ଆଇ ସୁଜାତା ମହାନ୍ତ ଘଟଣାର ତଦନ୍ତ କରିବା ସହ ଆଜି ଅଭିଯୁକ୍ତ ରଇଦାସ ମୁଣ୍ଡାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories