www.samajalive.in
Friday, December 12, 2025
15.1 C
Bhubaneswar

ଢେଙ୍କିକୋଟ ଖଣ୍ଡାୟତ ସମାଜର ଦ୍ବିତୀୟ ବାର୍ଷିକ ସମାରୋହ

ପାଟଣା: ଢେଙ୍କିକୋଟ ଖଣ୍ଡାୟତ ସମାଜର ଦ୍ୱିତୀୟ ବାର୍ଷିକ ସମାରୋହ ଆଜି ଢେଙ୍କିକୋଟ ଠାରେ ସଭାପତି ପ୍ରତାପରୁଦ୍ର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷକ ନେତା କାହ୍ନୁ ଚରଣ ସାମଲ ମଞ୍ଚ ପରିଚାଳନା କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଘଷିପୁରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଯୋଗଦାନ କରିଥିଲେ। ମୁଖ୍ୟବକ୍ତା ଭାବେ ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା.ମୁକ୍ତିକାନ୍ତ ନାୟକ ତାଙ୍କର ବକ୍ତବ୍ୟ ରଖିଥିଲେ। କେନ୍ଦୁଝର ଖଣ୍ଡାୟତ ସମାଜର କ୍ଷୀରୋଦ କୁମାର ରାଉତ, ରାଧାକୃଷ୍ଣ ରାଉତ, ଗୋବର୍ଦ୍ଧନ ରାଉତ, ବ୍ୟାଙ୍କ ଅଧିକାରୀ ଘନଶ୍ୟାମ ଜେନା ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ। ସମ୍ପାଦକ ସ୍ମୃତି ରଞ୍ଜାନ ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ଜିତେନ୍ଦ୍ର ପାତ୍ର କାର୍ୟ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଶିକ୍ଷକ ପଞ୍ଚାନନ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ। ବରିଷ୍ଠ ସଦସ୍ୟ ଉତ୍ତମ କୁମାର ନାୟକ ବିଧାୟକଙ୍କୁ ଖଣ୍ଡାପ୍ରଦାନ କରିଥିଲେ। ସଭାପତି ଓ ସମ୍ପାଦକ ଓ ଶିକ୍ଷକ ନେତା ଜ୍ଞାନେନ୍ଦ୍ର ଦେଓ ବିଧାୟକ ଓ ଅନ୍ୟ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ବରିଷ୍ଠ ସାମ୍ବାଦିକ ଓ ଖଣ୍ଡାୟତ ସମାଜର ଉପଦେଷ୍ଟା ନୃସିଂହ ନାଥ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ସମାବେଶରେ ବରିଷ୍ଠ ସଦସ୍ୟ ଚିତ୍ତରଞ୍ଜନ ରାଉତ, ମନୋରଞ୍ଜନ ମହାପାତ୍ର, ନିରାକାର ନାୟକ, ଦିଗାମ୍ବର ନାୟକ, ରାମଚନ୍ଦ୍ର ନାୟକ, ତନ୍ମୟ କୁମାର ନାୟକ, ଶୁଭକାନ୍ତ ବିଶ୍ବାଳ, ଦିପୁନ ବରାଳ, ପ୍ରଶାନ୍ତ ନାୟକ, ଡ. ପୂର୍ଣ୍ଣଚନ୍ଦ୍ର ବଳ, ସମୀର ବଡ ଜେନା, ଦେବେନ୍ଦ୍ର ମହାନ୍ତି ଓ ଅନ୍ୟ ସଦସ୍ୟଙ୍କ ସହଯୋଗରେ ବାର୍ଷିକ ଉତ୍ସବ ସଫଳତାର ସହ ସମ୍ପନ୍ନ ହୋଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories